ETV Bharat / state

ବଢ଼ିଲା ପାହାଳ ରସଗୋଲା ଦର, ମିଠା ପ୍ରେମୀଙ୍କ ପକେଟରେ ମହଙ୍ଗାମାଡ

author img

By

Published : May 23, 2023, 2:09 PM IST

Updated : May 23, 2023, 2:17 PM IST

କ୍ଷୀର ଓ ଛେନା ପରେ ବଢ଼ିଲା ପାହାଳ ରସଗୋଲା ଦର । ୫ ଟଙ୍କିଆ ରସଗୋଲାର ଦାମ ୬ ଟଙ୍କା ରହିଥିବା ବେଳେ ୧୦ ଟଙ୍କିଆ ରସଗୋଲାର ଦାମ ୧୨ ଟଙ୍କା

pahala rasagola price hike
pahala rasagola price hike
ବଢ଼ିଲା ପାହାଳ ରସଗୋଲା ଦର

ଭୁବନେଶ୍ବର: ମିଠା ପ୍ରେମୀଙ୍କ ପାଇଁ ଖଟା ଖବର । ବଢିଲା ପାହାଳ ରସଗୋଲା ଦର । କ୍ଷୀର ଓ ଛେନା ପରେ ଆଜିଠାରୁ ରସଗୋଲାର ଦର ବୃଦ୍ଧି ହୋଇଛି । ଯାହା ସିଧା ସଳଖ ରସଗୋଲା ପ୍ରେମୀଙ୍କ ପକେଟରେ ମହଙ୍ଗାମାଡ ହୋଇଛି । ରସଗୋଲା କିଲୋ ପିଛା ୨୦ ଟଙ୍କା ବୃଦ୍ଧି ପାଇଛି । ୫ ଟଙ୍କିଆ ରସଗୋଲାର ଦାମ ୬ ଟଙ୍କା ରହିଥିବା ବେଳେ ୧୦ ଟଙ୍କିଆ ରସଗୋଲାର ଦାମ ୧୨ ଟଙ୍କା ରହିଛି । ସେହିପରି ୨୦ ଟଙ୍କିଆ ମିଠା ୨୫ ଟଙ୍କାରେ ବିକ୍ରି ହେବ । ଏହାସହ ଛେନା ଗଜା କିଲୋ ପିଛା ୨୨୦ଟଙ୍କା, ଛେନାପୋଡ଼ କିଲୋ ପିଛା ୨୮୦ ଟଙ୍କାରେ ବିକ୍ରି ହେବ । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ କରାଯାଇଛି ।

କ୍ଷୀର ଓ ଛେନା ଦର ବୃଦ୍ଧି ଯୋଗୁଁ ପାହାଳ ରସଗୋଲା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଛେନା କିଲୋ ପିଛା ୨୦ ଟଙ୍କା ବୃଦ୍ଧି ହୋଇଛି । ଯାହା ଫଳରେ ମିଠା ବ୍ୟବସାୟୀ ସଂଘ ମହଙ୍ଗାମାଡର ଶିକାର ହୋଇଛନ୍ତି । ତେଣୁ ରସଗୋଲା ଦର ବୃଦ୍ଧି ଦାବିରେ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପାହାଳ ବଜାର ବନ୍ଦ ରହିଥିଲା । ଏହି ଧର୍ମଘଟରେ ୭୦ ଜଣ ମିଠା ବ୍ୟବସାୟୀ ସାମିଲ ହୋଇଥିଲେ ।

ଏନେଇ ଜଣେ ଗ୍ରାହକ କହିଛନ୍ତି, ''ଅଧିକ ଦର ବୃଦ୍ଧି ନହେଲେ ବି କିଛି ଟା ମାତ୍ରାରେ ଦର ବୃଦ୍ଧି ଘଟିଛି । ଯାହା ଫଳରେ ଅଧିକ ମିଠା ବଦଳରେ ଏବେ କମ୍ ମିଠା ମିଳୁଛି । ସବୁଠି ଦରଦାମ ବଢ଼ିଲା ଏମାନେ ମଧ୍ୟ ବଢାଇଲେ । କିନ୍ତୁ ଦୋକାନ ବନ୍ଦ ନକରି ଦର ଦାମ ବୃଦ୍ଧି କରିବା ଆବଶ୍ୟକ । କାରଣ ପାହାଳରୁ ଅନେକ ଲୋକମାନେ ମିଠା ନେଇକି ଘରକୁ ଯାଇଥାନ୍ତି ।"

ଜଣେ ମିଠା ବ୍ୟବସାୟୀ କହିଛନ୍ତି, "ଲୋକମାନେ ଆସୁଛନ୍ତି ମିଠା ନେଉଛନ୍ତି। ବେଶି ବଢ଼ିନାହିଁ । ତଥାପି ଲୋକମାନଙ୍କ ଜାଣିବା ପାଇଁ 3 ଦିନ ଧରି ବନ୍ଦ ରଖାଯାଇଥିଲା ପାହାଳ ବଜାର । ତିନି ଦିନ ବଜାର ବନ୍ଦରେ ବିଶେଷ କିଛି କ୍ଷତି ହୋଇନଥିବା ବେଳେ ବ୍ୟବସାୟୀମାନଙ୍କ ସହମତିରେ ଦୋକାନ ବନ୍ଦ କରାଯାଇଥିଲା । ତିନି ଦିନ ଧରି ଦୋକାନ ବନ୍ଦ ରହିବା କାରଣରୁ ଛେନା ଆସିନାହିଁ । ଯାହା ଫଳରେ ରସୋଗୋଲା ପ୍ରସ୍ତୁତ କରିବାରେ ସମସ୍ୟା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ଛେନା ବଜାରକୁ ଆସିଯିବ । ତେବେ ତିନି ଦିନ ଧରି ପାହାଳ ବଜାର ବନ୍ଦ ରହିବା କାରଣରୁ ଆଜି ବଜାର ଦୋକାନରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : May 23, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.