ETV Bharat / state

ଖୋର୍ଦ୍ଧାରେ ଫୁଟିଲା ଗୁଳି; ଜଣେ ଗୁରୁତର

author img

By

Published : May 16, 2023, 9:02 AM IST

ବ୍ରାଉନସୁଗାର ବେପାରକୁ ଖୋର୍ଦ୍ଧାରେ ଗୁଳିମାଡ । ଜଣେ ଯୁବକ ଗୁରୁତର । ଅଧିକ ପଢନ୍ତୁ

ବ୍ରାଉନସୁଗାର ବେପାରକୁ ଖୋର୍ଦ୍ଧାରେ ଗୁଳିମାଡ
ବ୍ରାଉନସୁଗାର ବେପାରକୁ ଖୋର୍ଦ୍ଧାରେ ଗୁଳିମାଡ

ଖୋର୍ଦ୍ଧା: ନିଶା ମାଫିଆଙ୍କ ହବ୍ ପାଲଟିଲାଣି ଖୋର୍ଦ୍ଧା । ବିଶେଷକରି ବ୍ରାଉନସୁଗାର କାରବାରରେ ଯୁବଗୋଷ୍ଠୀର ସମ୍ପୃକ୍ତି ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜୁଥିବା ବେଳେ ଏଥିପାଇଁ ବିଭିନ୍ନ ସମୟରେ ବଡ଼ ବଡ଼ ଅପରାଧ ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ସେହିପରି ସୋମବାର ବିଳମ୍ବିତ ରାତିରେ ଆଦର୍ଶ ଥାନା ଅଞ୍ଚଳରେ ବ୍ରାଉନସୁଗାର ବେପାରକୁ ନେଇ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଏହି ଯୁବକଙ୍କ ନାମ ବବୁଲ ବୋଲି ପରିଚୟ ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାନବରଜ ଗ୍ରାମରେ ଗତକାଲିି (ସୋମବାର) ରାତି ପ୍ରାୟ ୧୦ଟାରେ ଏହି ଗୁଳିମାଡ ହୋଇଛି । ବବୁଲ ନାମକ ଯୁବକଙ୍କ ଡାହାଣ ଛାତିରେ ଗୁଳି ବାଜିଛି । ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ଏଯାଏଁ ଯଦିଓ ଗୁଳିମାଡ଼ ପଛର କାରଣ ସ୍ପଷ୍ଟ ହୋଇନାହିଁ ତଥାପି ବ୍ରାଉନସୁଗାର ବେପାରଙ୍କୁ ନେଇ ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆବାଡ଼ି ଗ୍ରାମର ଜଣେ ଯୁବକ ବବୁଲଙ୍କୁ ଗୁଳି କରିଥିବା ଖବର ମିଳିଛି ।

ଏହାମଧ୍ୟ ପଢନ୍ତୁ: Royals feud: ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

ଘଟଣାରୁ ଯାହା ଜଣାପଡିଛି, ଗତକାଲି ପାନବରଜ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ବବୁଲ ଓ ଭାଲିଆବାଡ଼ିର ଜନୈକ ଯୁବକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଭାଲିଆବାଡ଼ିର ଯୁବକ ନିଜ ପାଖରେ ରଖିଥିବା ବନ୍ଧୁକରୁ ବବୁଲ ଉପରକୁ ଗୁଳି ଚଳାଇଥିଲା । ଏଥିରେ ତାଙ୍କର ଡାହାଣ ଛାତିରେ ଗୋଟିଏ ରାଉଣ୍ଡ ଗୁଳି ବାଜିଥିବା ବେଳେ ଗୁଳିମାଡ଼ କରି ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ୍‌ ମାରିଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବବୁଲକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଗୁଳିମାଡ ସମ୍ପର୍କରେ ଏଯାବତ୍ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ତାରିକ ଅହମ୍ମଦ ପ୍ରକାଶ କରିଛନ୍ତି । ପୋଲିସ ଗୁଳିକାଣ୍ଡ ଘଟିଥିବା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି । ଦିନକୁ ଦିନ ଖୋର୍ଦ୍ଧାରେ ନିଶା କାରବାର ବୃଦ୍ଧି ପାଉଥିବାରୁ ଏହା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

ଏହାମଧ୍ୟ ପଢନ୍ତୁ: ବହୁଚର୍ଚିତ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ମାମଲାରେ ଡି ବ୍ରଦର୍ସ ଦୋଷମୁକ୍ତ

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.