ETV Bharat / state

ପାକିସ୍ତାନୀ ଏଜେଣ୍ଟଙ୍କୁ OTP ପଠାଇବା ଘଟଣା: ମିଳିଲା କୋଟିଏ ଟଙ୍କାର କ୍ରିପ୍ଟୋ କାରବାର ଲିଙ୍କ୍ - one crore crypto trading detected from pritam

ଓଡ଼ିଶା ସିମକାର୍ଡର ପାକିସ୍ତାନ ଏଜେଣ୍ଟ ଲିଙ୍କ୍ ଘଟଣାରେ ଆଉ ଏକ ସୁରାକ୍ ପୋଲିସ ହାତରେ ଲାଗିଛି । ଅଭିଯୁକ୍ତ ପ୍ରିତମ କର ଆଇଡିରୁ ପ୍ରାୟ ୧କୋଟି ଟଙ୍କାର କ୍ରିପ୍ଟୋ ନିବେଶ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

କୋଟିଏ ଟଙ୍କାର କ୍ରିପ୍ଟୋ କାରବାର ଲିଙ୍କ୍
କୋଟିଏ ଟଙ୍କାର କ୍ରିପ୍ଟୋ କାରବାର ଲିଙ୍କ୍
author img

By

Published : Jun 21, 2023, 10:15 PM IST

କୋଟିଏ ଟଙ୍କାର କ୍ରିପ୍ଟୋ କାରବାର ଲିଙ୍କ୍

ଭୁବନେଶ୍ବର: ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ପଠାଇବା ଘଟଣାରେ ମିଳିଛି କୋଟିଏ ଟଙ୍କାର କ୍ରିପ୍ଟୋ କାରବାର ଲିଙ୍କ୍ । ଧୀରେ ଧୀରେ ଓଡ଼ିଶା ସିମକାର୍ଡର ପାକିସ୍ତାନ ଏଜେଣ୍ଟ ଲିଙ୍କ୍ ଘଟଣାର ଗୁମର ଫିଟିବାରେ ଲାଗିଛି । ଓଟିପି ସେୟାରିଂ ବଦଳରେ ଟେରର ମନି ମିଳୁଥିବା ଜଣାପଡିଛି। ଯାହାକୁ କ୍ରିପ୍ଟୋ କରେନ୍ସି ଜରିଆରେ ନିବେଶ କରୁଥିଲେ ଅଭିଯୁକ୍ତ। ଆଉ ସେହି ୧କୋଟିର କ୍ରିପ୍ଟୋ କାରବାରର ଲିଙ୍କର ସୁରାକ ମିଳିଛି।

ତେବେ ଓଟିପି ସେୟାର କରି ହାତେଇଥିବା ବେଆଇନ ଟଙ୍କାକୁ କ୍ରିପ୍ଟୋରେ ଦୁଇ ଅଭିଯୁକ୍ତ ନିବେଶ କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି STF। ପ୍ରିତମ କର ଆଇଡିରୁ ୧କୋଟି ଟଙ୍କାର କ୍ରିପ୍ଟୋ ନିବେଶ କାରବାରର ସୁରାକ ମିଳିଛି। ତେଣୁ ପ୍ରିତମକୁ ରିମାଣ୍ଡରେ ନେଇ STF ଟେରର ଫଣ୍ଡିଂ ଲିଙ୍କ୍ ଖୋଜିବା ପାଇଁ ତାକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡ ଅନୁମତି ମିଳିବା ପରେ ତାକୁ ପଚରାଉଚରା କରିବ ଏସଟିଏଫ।

ତେବେ ପ୍ରିତମ କର ପୂର୍ବରୁ ମଧ୍ୟ NIA ସ୍କାନରକୁ ଆସିସାରିଛି। ପୂର୍ବରୁ ମାଙ୍ଗାଲୋରରେ ଏକ ଅଟୋରେ ବୋମା ବିସ୍ଫୋରଣ ମାମଲାରେ ଥିବା ଅଭିଯୁକ୍ତକୁ ଏପରି ସିମକାର୍ଡର ଓଟିପି ସେୟାର କରିଥିବା ସୁରାକ ପାଇଥିଲା NIA। ଏନେଇ ପୁର୍ବରୁ ତାକୁ ପଚରାଉଚରା ସରିଥିବାବେଳେ ଏବେ ଓଡିଶା STF ଦ୍ବାରା ଗିରଫ ପରେ ତାର ଆର୍ଥିକ କାରବାର ଓ ଟେରର ଫଣ୍ଡିଂ ଲିଙ୍କର ଖିଅ ଖୋଜିବ STF ଟିମ୍। ସେହିପରି ଅନ୍ୟତମ ଅଭିଯୁକ୍ତ ସରୋଜ କୁମାର‌ ନାୟକର କ୍ରିପ୍ଟୋ ଆଇଡିରୁ ମଧ୍ୟ ୩ ଲକ୍ଷ ଟଙ୍କାର କାରବାର ହୋଇଥିବା ସୁରାକ ମିଳିଛି । ଉଭୟ ନିଜର କିଛି ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ଆଇଡି ଖୋଲି କ୍ରିପ୍ଟୋକୁ ଟଙ୍କାକୁ ରୁପାନ୍ତର କରି ଖର୍ଚ୍ଚ କରୁଥିଲେ।

କ୍ରିପ୍ଟୋ କରେନ୍ସି ହେଉଛି ଏପରି ଏକ ଅନଲାଇନ ନିବେଶ ପ୍ଲାଟଫର୍ମ, ଯାହାର ଆନ୍ତର୍ଜାତିକ ବଜାରରେ ଏକ ଧାର୍ଯ୍ୟ ମୂଲ୍ୟ ଥାଏ । ଏହାକୁ ଅନଲାଇନ ଜରିଆରେ ଏକ ଆଇଡି ଖୋଲି କିଣିହୁଏ। ଏଥିରେ ନିବେଶ କରିବା ପାଇଁ ବୈଦେଶିକ ମୁଦ୍ରାରେ କିଣିପାରିବେ‌। ଏହା କୌଣସି ଟଙ୍କା ବା କୌଣସି ନୋଟ ପରି ନୁହେଁ। ଏହା ଅନଲାଇନର ଏକ ଆଇଡି ପରି । ଯାହାକୁ ବିଟ କଏନ, କ୍ରିପ୍ଟୋ କଏନ ଭଳି ଡିଜିଟାଲ କଏନ ନାଁରେ ଜାଣିବାକୁ ମିଳିଥାଏ । ହେଲେ ଏହା ଭାରତରେ କାରବାର ପାଇଁ ଅନୁମତି ନାହିଁ। ତେବେ ଆପଣଙ୍କ ଟଙ୍କାକୁ କୌଣସି ସ୍ଥାନରେ ରଖିବା ବା ଚୋରି ହେବାର ଭୟ ଥିଲେ ଡିଜିଟାଲ ଆଇଡି ମାଧ୍ୟମରେ ଏହି କ୍ରିପ୍ଟୋ କରେନ୍ସି ଜରିଆରେ ଏପରି କିଣାବିକା କରି ହୁଏ ।

ତେବେ ଗତ ମେ୧୪ ତାରିଖରେ ନୟାଗଡ଼ରୁ ଏକ ତିନିଜଣିଆ ଗ୍ୟାଙ୍ଗକୁ ଗିରଫ କରିଥିଲା ଏସଟିଏଫ ଟିମ୍। ପାକିସ୍ତାନ ଏଜେଣ୍ଟଙ୍କୁ ଆକ୍ଟିଭେଟ ସିମକାର୍ଡର ଓଟିପି ସେୟାର କରି ସେମାନଙ୍କୁ ସେହି ସବୁ ନମ୍ବର ବ୍ୟବହାର‌ ପାଇ ସୁଯୋଗ ଦେବା ନେଇ ଧରପଗଡ ଆରମ୍ଭ କରିଥିଲା ଏସଟିଏଫ। ମାମଲାର ତଦନ୍ତ ବେଳେ ଏଯାବତ୍ ମୋଟ ୫ଜଣ ଗିରଫ ହୋଇସାରିଛନ୍ତି। ତେବେ ଗିରଫ ଆଇଟିଆଇ ଟିଚର୍ ପଠାଣି ସାମନ୍ତ ଲେଙ୍କା ଥିଲେ ଏହି ରାକେଟ୍ ପଛର ମାଷ୍ଟରମାଇଣ୍ଡ ଥିବା ଜଣାପଡିଛି ।

ବେଆଇନ ଆକ୍ଟିଭେଟ ସିମକାର୍ଡର ଓଟିପି ସେୟାର କରି ଏହାର ଅପବ୍ୟବହାର କରୁଥିଲେ ପାକିସ୍ତାନୀ ଏଜେଣ୍ଟ । ଯାହାକୁ ବ୍ୟବହାର କରି ହନିଟ୍ରାପ ଓ ଗୁଇନ୍ଦାଗିରି ଭଳି ଦେଶବିରୋଧି କାର୍ଯ୍ୟରେ ବ୍ୟବହାର କରୁଥିଲେ ପାକିସ୍ତାନୀ ଏଜେଣ୍ଟ ଓ ଆଇଏସଆଇ ଏଜେଣ୍ଟ। ଏପରିକି ଆକ୍ଟିଭେଟେଡ ସିମକାର୍ଡ ବଦଳରେ ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଟଙ୍କା ମଧ୍ୟ ପାଇଥିଲେ ଗିରଫ ଅଭିଯୁକ୍ତ। ତେବେ ଯାଜପୁରରୁ ଗିରଫ ହୋଇଥିବା ପ୍ରିତମ କର ଓ ନୟାଗଡରୁ ଗିରଫ ହୋଇଥିବା ସରୋଜ କୁମାର‌ ନାୟକଙ୍କ ଇମେଲ ଆଇଡିରୁ ଏଭଳି କ୍ରିପ୍ଟୋ କାରବାର ଲିଙ୍କ୍ ପାଇଛି ଏସଟିଏଫ ଟିମ୍।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.