ETV Bharat / state

Plus 3 Admission Odisha: ଯୁକ୍ତ ତିନି ନାମଲେଖା ପାଇଁ ବିଜ୍ଞପ୍ତି, ଜୁନ 19ରୁ ଆବେଦନ

author img

By

Published : Jun 12, 2023, 6:24 PM IST

ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଜୁନ 19 ତାରିଖରୁ ଜୁଲାଇ 4 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜୁଲାଇ 14 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ 15 ରୁ ଜୁଲାଇ 19 ତାରିଖରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ହେବ। ଜୁଲାଇ 27 ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା, ଜୁଲାଇ 29 ତାରିଖରୁ ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ହେବ। ଅଧିକ ପଢନ୍ତୁ

ଯୁକ୍ତ ତିନି ନାମଲେଖା ପାଇଁ ବିଜ୍ଞପ୍ତି, ଜୁନ 19 ରୁ ଆବେଦନ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ତିନି ନାମଲେଖା ବିଜ୍ଞପ୍ତି। ଜୁନ 19 ତାରିଖରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା। ଜୁଲାଇ 14 ତାରିଖରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀ ମାନେ କରିବେ ଆବେଦନ।

ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଯୁକ୍ତ ତିନି ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲ ମାଧ୍ୟମରେ ଅନଲାଇନ ମାଧ୍ୟମରେ କରିବେ ଆବେଦନ। ପୋର୍ଟାଲରେ ଦିଆଯାଇଥିବା ନିୟମକୁ ପ୍ରଥମେ ପଢ଼ି, ତଥ୍ୟ ପୂରଣ କରିବେ ଛାତ୍ରଛାତ୍ରୀ।

ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଜୁନ 19 ତାରିଖରୁ ଜୁଲାଇ 4 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜୁଲାଇ 14 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ 15 ରୁ ଜୁଲାଇ 19 ତାରିଖରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ହେବ। ଜୁଲାଇ 27 ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା, ଜୁଲାଇ 29 ତାରିଖରୁ ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ହେବ।

ସେହିପରି ଅଗଷ୍ଟ 9 ତାରିଖରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ 10 ତାରିଖରୁ ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ନାମଲେଖା ହେବ । ଅଗଷ୍ଟ 21 ତାରିଖରୁ ଚତୁର୍ଥ ପର୍ଯ୍ୟାୟର ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ 22 ତାରିଖରୁ ଅଗଷ୍ଟ 25 ତାରିଖ ପର୍ଯ୍ୟନ୍ତ ହେବ ନାମଲେଖା। ଅନ୍ୟପଟେ ପଞ୍ଚମ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର 2 ରୁ ସେପ୍ଟେମ୍ବର 5 ତାରିଖରେ ପ୍ରକାଶ ପାଇବା ସହ ଏହି ତାରିଖରେ ନାମ ଲେଖା ମଧ୍ୟ କରାଯିବ। ସେହିପରି ଭାବରେ ଷଷ୍ଠ ପର୍ଯ୍ୟାୟର ନାମ ଲେଖା ପାଇଁ ମେଧା ତାଲିକା ସେପ୍ଟେମ୍ବର 13 ତାରିଖରେ ପ୍ରକାଶ ପାଇବା ଶହ ସେପ୍ଟେମ୍ବର 14 ରୁ ସେପ୍ଟେମ୍ବର 16 ତାରିଖରେ ନାମ ଲେଖା କରାଯିବ।

ସୂଚନା ଅନୁଯାୟୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଭଳି କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ପାସ ହାର ଚଳିତ ବର୍ଷ ହ୍ରାସ ପାଇଛି। ଗତ ବର୍ଷ କଳା ରେ 82.10 ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ 78.88 ପ୍ରତିଶତ ପିଲା ପାସ କରିଛନ୍ତି। କଳାରେ ସାମୁହିକ ପାସ ହାର ପାଖାପାଖି 4 ପ୍ରତିଶତ କମିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ଗତ ବର୍ଷ 70.35 ପ୍ରତିଶତ ପାସ ହାର ରହିଥିବା ବେଳେ ଚଳିତ ବର୍ଷ ଏହା 67.48 ପ୍ରତିଶତ ରହିଛି। ଅନ୍ୟପଟେ ଦେଖିଲେ ବିଜ୍ଞାନରେ ପାସ ହାର 84.93% ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ ହାର 81.12% ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.