ETV Bharat / state

Plus 2 Admission Merit list: ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶିତ

author img

By

Published : Jul 19, 2023, 4:33 PM IST

ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖା ପାଇଁ କଳାରେ ୪୯ ହଜାର ୭୦ ଛାତ୍ରଛାତ୍ରୀଙ୍କୁ ଇଣ୍ଟିମମେସନ ଦିଆଯାଇଥିବା ବେଳେ ବାଣିଜ୍ୟରେ ୩ ହଜାର ୧୮୨ ଛାତ୍ରଛାତ୍ରୀ ମନୋନୀତ ହୋଇଛି । ଏହାସହ ବିଜ୍ଞାନରେ ୧୬ ହଜାର ୯୨୭ ଛାତ୍ରଛାତ୍ରୀଙ୍କୁ ମିଳିଛି ଇଣ୍ଟିମମେସନ । ଆସନ୍ତକାଲି ଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଅଧିକ ପଢ଼ନ୍ତୁ

ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶିତ
ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶିତ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା । ମୋଟ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ।

ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖା ପାଇଁ କଳାରେ ୪୯ ହଜାର ୭୦ ଛାତ୍ରଛାତ୍ରୀଙ୍କୁ ଇଣ୍ଟିମମେସନ ଦିଆଯାଇଥିବା ବେଳେ ବାଣିଜ୍ୟରେ ୩ ହଜାର ୧୮୨ ଛାତ୍ରଛାତ୍ରୀ ମନୋନୀତ ହୋଇଛି । ଏହାସହ ବିଜ୍ଞାନରେ ୧୬ ହଜାର ୯୨୭ ଛାତ୍ରଛାତ୍ରୀଙ୍କୁ ମିଳିଛି ଇଣ୍ଟିମମେସନ। ଆସନ୍ତକାଲିଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ବଳକା ସିଟ୍‌ ପାଇଁ ହେବ ସ୍ପଟ୍‌ ଆଡମିଶନ । ଏଥିପାଇଁ ୨୭ ତାରିଖରେ ପ୍ରକାଶ ପାଇବ ତାଲିକା । ୨୯ରୁ ୩୧ ପର୍ଯ୍ୟନ୍ତ ହେବ ସ୍ପଟ ନାମଲେଖା ।

ଏହାବି ପଢନ୍ତୁ- CHSE Plus Two Admission: ୨୯ରୁ ଆବେଦନ, ଜୁଲାଇ 29ରୁ କ୍ଲାସ

ସୂଚନା ଅନୁଯାୟୀ, ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ନାମଲେଖା । ଗତକାଲି ସୁଦ୍ଧା ୩ ଲକ୍ଷ ୪୩ ହଜାର ୭୬୯ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ । ଚଳିତ ଶିକ୍ଷାବର୍ଷରେ ରାଜ୍ୟର ୨ ହଜାର ୧୬୬ ଯୁକ୍ତ ଦୁଇ କଲେଜରେ ୫ ଲକ୍ଷ ୯ ହଜାର ୨୪୫ ସିଟ୍‌ ପାଇଁ ନାମଲେଖା ଚାଲିଛି । ଏହାରି ମଧ୍ୟରୁ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାଇଁ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ୍‌ କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୩ ହଜାର ୭୬୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଆହୁରି ୧ ଲକ୍ଷ ୬୫ ହଜାର ସିଟ୍‌ ବଳକା ରହିଛି ।

ସାମ୍ସ ପୋର୍ଟାଲ ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ୧୫୫୬୬ ସର୍ବାଧିକ ସିଟ୍‌ ବଳକା ରହିଥିବା ବେଳେ ଖୋର୍ଦ୍ଧାରେ ୧୫୦୨୭ ସିଟ୍‌, କଟକରେ ୧୩୧୬୪ ସିଟ୍‌, ବାଲେଶ୍ଵରରେ ୧୧୬୭୯ ସିଟ୍‌, ମୟୂରଭଞ୍ଜରେ ୧୧୦୭୧ ସିଟ୍‌ ଏବଂ ସୁନ୍ଦରଗଡ଼ରେ ୧୦୨୧୬ ସିଟ୍‌ ବଳକା ରହିଛି । ଏହାରି ମଧ୍ୟରେ ରାଜ୍ୟରେ ଆହୁରି ଯୁକ୍ତ ଦୁଇ କଲେଜରେ ଦେଢ଼ ଲକ୍ଷରୁ ଅଧିକ ସିଟ ବଳକା ପଡ଼ିଲାଣି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.