ETV Bharat / state

ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ: ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ, ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ - ବିଜେପି ବିଧାୟକ ମୋହନ ମାଝୀ

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀ କହିଛନ୍ତି ନବ ଦାସଙ୍କ ହତ୍ୟା ଘଟଣାରେ ଚାର୍ଜର୍ସିଟ ଦାଖଲ ହୋଇଛି । ଆଇନ ବିଭାଗ ତାକୁ ତର୍ଜମା କରୁଛି । ଅଧିକ ପଢନ୍ତୁ

ନବ ଦାଶ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

author img

By

Published : May 30, 2023, 10:33 PM IST

ନବ ଦାଶ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡର ଚାର୍ଜସିଟ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ବିରୋଧୀ । ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ମଧ୍ୟ ଆକ୍ରମଣ କରିଛି ।

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଷଡଯନ୍ତ୍ରରେ ବିଜେଡିର ଦୁଇ ଛାମୁଆ ନେତାଙ୍କ ସଂପୃକ୍ତି ଚର୍ଚ୍ଚା ହେଉଥିଲା। ବିଜେଡି ବିଧାୟକ ବବି ଦାସ ଓ ସୁଶାନ୍ତ ସିଂଙ୍କ ସଂପୃକ୍ତି ଅଭିଯୋଗ ଥିଲା। ତେବେ ଚାର୍ଜସିଟରେ ଷଡ଼ଯନ୍ତ୍ର ପାର୍ଟକୁ ସଂପୂର୍ଣ୍ଣ ଆଖିବୁଜି ଦିଆଗଲା। କାହା ଇଙ୍ଗିତରେ ଗୋପାଳ ପରିଚାଳିତ ହେଉଥିଲା ତାକୁ ଚାପି ଦିଆଗଲା। କାହିଁକି ଗୋପାଳ ମନରେ ନବଙ୍କ ପ୍ରତି ଆକ୍ରୋଶ ଥିଲା, କିଛି କୁହାଗଲାନାହିଁ । ଗୋପାଳକୁ କେମିତି ଫାଣ୍ଡି ଇନଚାର୍ଜ କରାଯିବା ସହ ପିସ୍ତଲ ଦିଆଯାଇଥିଲା। ଏହା ପଛରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ନାଟକ ଥିଲା ବୋଲି କହିଛନ୍ତି ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ନବ ଦାସ ମର୍ଡର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଜାଣିଶୁଣି ଏମିତି କରାଯାଇଛି। ନବଙ୍କ ପତିଆରା ଥିଲା ତେଣୁ ତାକୁ ମାରିଦେଲେ। ଭବିଷ୍ୟତରେ ନବ କଣ୍ଟା ହେବ ସେଥିପାଇଁ ତାକୁ ମାରିଦେଲେ। କ୍ରାଇମବ୍ରାଞ୍ଚ କୌଣସି ଷଡଯନ୍ତ୍ର ଦିଗର ତଦନ୍ତ କଲା ନାହିଁ। ସରକାର ଯେମିତି ଚାହିଁଲେ କ୍ରାଇମବ୍ରାଞ୍ଚ ସେମିତି ତଦନ୍ତ କଲା । ପୁରା ଘଟଣାକୁ ଚପାଇ ଦେବାକୁ ଷଡଯନ୍ତ୍ର ହୋଇଛି ବୋଲି କହିଛନ୍ତି ସୁର ।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀ କହିଛନ୍ତି ନବ ଦାସଙ୍କ ହତ୍ୟା ଘଟଣାରେ ଚାର୍ଜର୍ସିଟ ଦାଖଲ ହୋଇଛି । ଆଇନ ବିଭାଗ ତାକୁ ତର୍ଜମା କରୁଛି । ତର୍ଜମା ପରେ ଆଗକୁ କଣ ପଦକ୍ଷେପ ନିଆଯାଇପାରିବ ସେ ଦିଗରେ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କହିଛନ୍ତି ନବ ଦାସ ହତ୍ୟା ଘଟଣାରେ ଜଣେ ରିଟାୟାର୍ଡ ଜଜଙ୍କ ତତ୍ତ୍ଵାବଧାନରେ ତଦନ୍ତ ହେଉଛି। ତା'ର ଫର୍ମାଲିଟିଜ ଆହୁରି ବାକି ଅଛି । କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଛି । ଫର୍ମାଲିଟିଜ ସରିବା ପରେ ସବୁ ସାର୍ବଜନୀନ କରାଯିବ । ବଡ ବଡ ଲୋକଙ୍କୁ ଖସେଇ ଦିଆଯାଇଥିବା ଓ ଦଫା ଲାଗିନି ବୋଲି କରାଯାଇଥିବା ଅଭିଯୋଗ ଭିତ୍ତିହୀନ ।

ପ୍ରକାଶ ଯେ, ଗତ 26 ତାରିଖରେ କ୍ରାଇମବ୍ରାଞ୍ଚ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ 543 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.