ଭୁବନେଶ୍ବର: ଓଡିଶାରେ ଡିପଫେକ ସରକାର ଚାଲିଛି । ବିଜେଡି ଓଡିଶାକୁ ଡିପଫେକ କରିସାରିଲାଣି । ବିପର୍ଯ୍ୟୟ ଆଡକୁ ଯାଉଛି ଓଡିଶା । ରାଜନୈତିକ, ଅର୍ଥନୀତିକୁ ଓ ସାମାଜିକ ବିପର୍ଯ୍ୟୟ ରାଜ୍ୟର ଆରମ୍ଭ ହେଲା । ମୋତେ ଦୂରେଇବେ ସେ ନିକଟତର ହେବେ । ଓଡିଶା ରାଜନୈତିକ ବ୍ୟବସ୍ଥାକୁ ହାତକୁ ନେବେ । ଆଜି ବିଜେଡିରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଦ୍ଧିବଧ ଭାବେ ସାମିଲ ହେବା ପରେ ଏଭଳି ଆଟାକ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
ଅଧିକ ପଢନ୍ତୁ- ପୁରୀରେ ପାଣ୍ଡିଆନ୍: ବିଜେଡିରେ ସାମିଲ ପୂର୍ବରୁ ଜଗା ଦର୍ଶନ, ପରିକ୍ରମା ପ୍ରକଳ୍ପର ସମୀକ୍ଷା
ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ‘‘ଓଡିଶାରେ ଡିପଫେକ ସରକାର ଚାଲିଛି । ବିଜେଡି ଓଡିଶାକୁ ଡିପଫେକ କରିସାରିଲାଣି । ବିପର୍ଯ୍ୟୟ ଆଡକୁ ଯାଉଛି ଓଡିଶା । ରାଜନୈତିକ, ଅର୍ଥନୀତିକୁ ଓ ସାମାଜିକ ବିପର୍ଯ୍ୟୟ ରାଜ୍ୟର ଆରମ୍ଭ ହେଲା । ମୋତେ ଦୂରେଇବେ ସେ ନିକଟତର ହେବେ । ଓଡିଶା ରାଜନୈତିକ ବ୍ୟବସ୍ଥାକୁ ହାତକୁ ନେବେ। ତାହା ଆଜି ପ୍ରମାଣ ହେଇଗଲା । ’’ ସେହିପରି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଗତ ୨୦୧୪ ମସିହାରୁ ଏହି ପ୍ଲାନ ଥିଲା । ସମୟ ଅନୁସାରେ ସମସ୍ତଙ୍କୁ ଦଳରୁ କାଟିଦେଲେ । ମୋତେ ୨୦୧୯ ରୁ ହରାଇବାକୁ ପ୍ଲାନ ହୋଇଥିଲା। ଆଜି ସ୍ପଷ୍ଟ ହୋଇଗଲା । ମୋତେ ଦୁରେଇବେ ସେ ନିକଟତର ହେବେ । ଓଡ଼ିଶା ରାଜନୈତିକ ବ୍ୟବସ୍ଥାକୁ ହାତକୁ ନେବେ । ତାହା ଆଜି ପ୍ରମାଣ ହେଇଗଲା । ଓଡ଼ିଶାରେ ଡିପଫେକ ସରକାର । ରାଜ୍ୟକୁ ଡିପଫେକ ରାଜ୍ୟରେ ପରିଣତ କରିଛି ବିଜେଡି । ବିପର୍ଯ୍ୟୟ ଆଡକୁ ଯାଉଛି ଓଡିଶା । ରାଜନୈତିକ, ଅର୍ଥନୀତିକୁ ଓ ସାମାଜିକ ବିପର୍ଯ୍ୟୟ ରାଜ୍ୟର ଆରମ୍ଭ ହେଲା । ସେହିଭଳି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ମୁଁ କେଉଁ ଦଳକୁ ଯିବି ସ୍ଥିର ହୋଇନାହିଁ। ମୁଁ ଯେଉଁ ଦଳକୁ ଯିବି ନିଷ୍ପତ୍ତି ହେଲା ପରେ ନିର୍ବାଚନ କମିଶନଙ୍କୁ ଗୋଟିଏ ଅନୁରୋଧ କରିବି ଯେ ନିର୍ବାଚନ ନିରପେକ୍ଷ ହେଉ ।
ଅଧିକ ପଢନ୍ତୁ- କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହୋଇପାରନ୍ତି ପାଣ୍ଡିଆନ !
ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଯାହାକୁ ଯେଉଁ ଦଳ ଭଲ ଲାଗିଲା ସେ ମିଶିଲେ । ଏହା ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସେ ସରକାରୀ ଦଳରେ ସେହି କାମ କରୁଥିଲେ । ସରକାରୀ କଳବଳ ଲଗାଇ କରୁଥିଲେ । ଏପରି କେତେ ଲୋକ ରାଜନୀତିରେ ଆସିବେ ଯିବେ । କିଛି ଫରକ ପଡିବ ନାହିଁ । ସବୁ ଡ୍ରାମାରେ ଅନ୍ତ ଘଟିଲା । ଏହା ହେବ ବୋଲି ସମସ୍ତଙ୍କୁ ଜଣା ଥିଲା ।
ସୂଚନାଯୋଗ୍ୟଯେ ଗତ ମାସରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ଓଡିଶା ରାଜନୀତି ପୁରା ସରଗରମ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର