ETV Bharat / state

ଏସସିଡିସିର ପ୍ରଥମ ବୈଠକ; ପ୍ୟାକ୍ସକୁ ବହୁମୁଖୀ ସମବାୟ ସମିତିରେ ପରିଣତ କରିବାକୁ ଲକ୍ଷ୍ୟ - ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା

କୃଷି ସମବାୟ ସମିତିକୁ ବ୍ୟବସାୟରେ ବିବିଧତା ଆଣି ସେମାନଙ୍କୁ ବହୁମୁଖୀ ସମବାୟ ସମିତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ପ୍ୟାକ୍ସ, ପ୍ରାଥମିକ ଦୁଗ୍ଧ ସମବାୟ ସମିତି କିମ୍ବା ମତ୍ସ୍ୟ ସମବାୟ ସମିତି ରହୁଥିବ, ତାହା ସୁନିଶ୍ଚିତ କରିବା ଏହି କମିଟିର ମୁଖ୍ୟ ଲକ୍ଷ୍ୟ ରହିଛି । ଆଦର୍ଶ ଉପନିୟମ ଗ୍ରହଣର ସ୍ଥିତି, ବୃହତ୍ତମ ବିକେନ୍ଦ୍ରୀକୃତ ଶସ୍ୟ ସଂରକ୍ଷଣ ଯୋଜନାର ସ୍ଥିତି, ପ୍ୟାକ୍ସର କମ୍ପ୍ୟୁଟରୀକରଣ, ସମବାୟ ବ୍ୟାଙ୍କଗୁଡିକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

ଏସସିଡିସିର ପ୍ରଥମ ବୈଠକ
ଏସସିଡିସିର ପ୍ରଥମ ବୈଠକ
author img

By

Published : Aug 1, 2023, 9:52 PM IST

ଭୁବନେଶ୍ବର: ରାଜ୍ୟ ସମବାୟ ଉନ୍ନୟନ କମିଟି ବା ଏସସିଡିସିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କୃଷି ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ସିଜିଏମ ନାବାର୍ଡ, ଏନସିଡିସି, ଏନଡିଡିବି ଓ ଫିସଫେଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

କୃଷି ସମବାୟ ସମିତିକୁ ବ୍ୟବସାୟରେ ବିବିଧତା ଆଣି ସେମାନଙ୍କୁ ବହୁମୁଖୀ ସମବାୟ ସମିତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ପ୍ୟାକ୍ସ, ପ୍ରାଥମିକ ଦୁଗ୍ଧ ସମବାୟ ସମିତି କିମ୍ବା ମତ୍ସ୍ୟ ସମବାୟ ସମିତି ରହୁଥିବ, ତାହା ସୁନିଶ୍ଚିତ କରିବା ଏହି କମିଟିର ମୁଖ୍ୟ ଲକ୍ଷ୍ୟ ରହିଛି । ଆଦର୍ଶ ଉପନିୟମ ଗ୍ରହଣର ସ୍ଥିତି, ବୃହତ୍ତମ ବିକେନ୍ଦ୍ରୀକୃତ ଶସ୍ୟ ସଂରକ୍ଷଣ ଯୋଜନାର ସ୍ଥିତି, ପ୍ୟାକ୍ସର କମ୍ପ୍ୟୁଟରୀକରଣ, ସମବାୟ ବ୍ୟାଙ୍କଗୁଡିକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି । ସମବାୟ ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଚିହ୍ନଟ, ଜିଇଏମ ପୋର୍ଟାଲରେ ବୃହତ ସମବାୟ ସମିତିଗୁଡିକ ସାମିଲ ହେବା, ୩ ନୂତନ ବହୁ-ରାଜ୍ୟ ସମବାୟ ସମିତି ଜାତୀୟ ରପ୍ତାନି ସମବାୟ ବାବଦରେ ଆଲୋଚନା ହୋଇଛି । ଜୈବିକ କୃଷି ପାଇଁ ଜାତୀୟ ସମବାୟ ଏବଂ ଜାତୀୟ ବିହନ ସମବାୟରେ ପ୍ରାଥମିକ, କେନ୍ଦ୍ରୀୟ ଏବଂ ସର୍ବୋଚ୍ଚ ସମବାୟର ସଦସ୍ୟତାକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ଚିନି କଳଗୁଡ଼ିକର ପୁନରୁଦ୍ଧାର ସଂପର୍କରେ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ହୋଇଛି ।

ଏହାବି ପଢନ୍ତୁ- ୩୧ ସୁଦ୍ଧା ଫସଲ ବୀମା ପଞ୍ଜିକରଣ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ରହିଥିବା ସମବାୟ ସମିତିଗୁଡ଼ିକର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ, ନୂତନ ପଞ୍ଜୀକୃତ ପ୍ୟାକ୍ସ/ଲ୍ୟାମ୍ପସଗୁଡିକୁ କାର୍ଯ୍ୟକ୍ଷମ କରିବା, ସମସ୍ତ କ୍ଷେତ୍ରରେ ନୂତନ ସମବାୟ ପାଇଁ କାର୍ଯ୍ୟକ୍ଷମ ଢାଞ୍ଚା ପ୍ରସ୍ତୁତ କରିବା, କ୍ଷେତ୍ରସ୍ତରୀୟ ବ୍ୟବଧାନ ବିଶ୍ଳେଷଣ ଆଧାରରେ ସମବାୟ ପାଇଁ ପ୍ରାସଙ୍ଗିକ ବ୍ୟବସାୟିକ କାର୍ଯ୍ୟକଳାପ ଚିହ୍ନଟ କରିବା, ସମସ୍ତ ସମବାୟ ବ୍ୟାଙ୍କରେ ଆଧାର ସକ୍ଷମ ଦେୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଗୋପାଳପୁର ସମବାୟ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉନ୍ନତିକରଣ, ସମବାୟ ନିବନ୍ଧକ କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ ଏବଂ ସେସବୁକୁ କ୍ଷେତ୍ର କାର୍ଯ୍ୟାଳୟ ସହିତ ସଂଯୋଗ କରିବା ସଂପର୍କରେ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ବିଶଦ ଭାବେ ଆଲୋଚନା ହୋଇଛି । ଏସସିଡିସି ମଧ୍ୟ ଜିଲ୍ଲା ସମବାୟ ଉନ୍ନୟନ ସମିତିର କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବାରେ ସମସ୍ତ ପ୍ରକାର ସହଯୋଗ କରିବା ସହ ରାଜ୍ୟରେ ସମବାୟ ସମିତିକୁ ସୁଦୃଢ଼ କରିବା ଦିଗରେ ଏହାର ମୂଲ୍ୟବାନ ପ୍ରସ୍ତାବ ଓ ପରାମର୍ଶ ଉପରେ କାର୍ଯ୍ୟ କରିବାକୁ ସୁନିଶ୍ଚିତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.