ETV Bharat / state

୮ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ; ୧୨୫୦ କୋଟି ବିନିଯୋଗ, ୩୬୪୦ ନିଯୁକ୍ତି ସମ୍ଭାବନା

author img

By

Published : Jul 25, 2023, 10:39 PM IST

ଏସଏଲଏସଡବ୍ଲ୍ୟୁସିଏରେ ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ବିକେ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡକୁ ଏକ ମୋଜା ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦିଆଯାଇଛି । ଯାହା ୫୨ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବ ଏବଂ ୮୦୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ମମତା ଫେବ୍ରିକ୍ସ ପ୍ରାଇଭେଟ ଲିମିଟେଡର ରେଡିମେଡ ପୋଷାକ ଉତ୍ପାଦନ ୟୁନିଟ ୫୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ । ଅଧିକ ପଢନ୍ତୁ

SLSWCA ଦ୍ବାରା ୮ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ; ୧୨୫୦ କୋଟି ବିନିଯୋଗ, ୩୬୪୦ ନିଯୁକ୍ତି ସମ୍ଭାବନା

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସଡବ୍ଲ୍ୟୁସିଏର ୧୨୦ତମ ବୈଠକ ଆଜି ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି କମିଟି ବୈଠକ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଉପସ୍ଥିତ ଥିଲେ । ବୈଠକରେ ପ୍ରାୟ ୧୨୫୦ କୋଟି ଟଙ୍କା ବିନିଯୋଗରେ ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ୩୬୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ ସହ ଯଥେଷ୍ଟ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ।

ଏସଏଲଏସଡବ୍ଲ୍ୟୁସିଏରେ ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ବିକେ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡକୁ ଏକ ମୋଜା ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦିଆଯାଇଛି । ଯାହା ୫୨ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବ ଏବଂ ୮୦୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ମମତା ଫେବ୍ରିକ୍ସ ପ୍ରାଇଭେଟ ଲିମିଟେଡର ରେଡିମେଡ ପୋଷାକ ଉତ୍ପାଦନ ୟୁନିଟ ୫୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ । ଏହା ଖୋର୍ଦ୍ଧାରେ ବୟନ ଶିଳ୍ପକୁ ଆହୁରି ସୁଦୃଢ଼ କରିବ । ୨୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଡାଉନଷ୍ଟ୍ରିମ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ନିର୍ମାତା ସଂସ୍ଥା ୧,୮୦,୦୦୦ ସଂଖ୍ୟକ ଇସ୍ପାତ କବାଟ ଓ ଝରକା ସହ ଅନ୍ୟାନ୍ୟ ଉତ୍ପାଦ ଉତ୍ପାଦନ ପ୍ରସ୍ତୁତି କରିବ । ଏଥି ନିମନ୍ତେ ୧୪୭.୬୪ କୋଟି ଟଙ୍କାର ପୁଞ୍ଜିନିବେଶରେ ଏକ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ ସ୍ଥାପନ ହେବ । ୧୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହାବି ପଢନ୍ତୁ- CMO Team USA Visit; ଆପଲ, ଗୁଗୁଲ, ମେଟା ଓ ଭିସା କମ୍ପାନୀ ସହ ଆଲୋଚନା କରିବେ ରାଜ୍ୟ ପ୍ରତିନିଧି

ନାଜୋନ ଟ୍ୟୁବ ଉତ୍କଳ ଲିମିଟେଡ ୧,୬୦,୦୦୦ ମେଟ୍ରିକ ଟନ ଏମଏସ ବର୍ଗାକାର ଓ ଆୟତାକାର ପାଇପ ଓ ଟ୍ୟୁବ ପ୍ରସ୍ତୁତି ନିମନ୍ତେ ଏକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ ।ୟୁନିଟ ପାଇଁ ୧୦୫ କୋଟି ଟଙ୍କା ବିନିଯୋଗ ଏବଂ ୫୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ଯାଜପୁର, କଳିଙ୍ଗ ନଗରରେ ଏହାର ଥିବା ବର୍ତ୍ତମାନର କାରଖାନାକୁ ସମ୍ପ୍ରସାରଣ କରିବାକୁ ଯୋଜନା କରିଛି । ବେଦାନ୍ତ ଲିମିଟେଡର ୪.୫ ଏମପିଟିଏ ଲୁହାପଥର ବିଶୋଧନ ପ୍ଲାଣ୍ଟକୁ ଅନୁମୋଦନ ମିଳିବା ପରେ ଓଡ଼ିଶାରେ ଖଣି ଓ ଧାତୁ ବିଜ୍ଞାନ କ୍ଷେତ୍ରକୁ ଆହୁରି ପ୍ରୋତ୍ସାହନ ମିଳିଛି । ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ପ୍ରକଳ୍ପ ୧୫୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବ । ଏହା ସହ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଅବସ୍ଥିତ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଦକ୍ଷତା ବୃଦ୍ଧି କରିବ । ବିଜୁ ଅର୍ଥନୈତିକ କରିଡରରେ ପଶ୍ଚିମ ଓଡ଼ିଶାରେ ପାଖାପାଖି ୮୧୦ କୋଟି ଟଙ୍କାର ମିଳିତ ବିନିଯୋଗରେ ଶସ୍ୟ ଭିତ୍ତିକ ଇଥାନଲ ଉତ୍ପାଦନ ପାଇଁ ସବୁଜ ସଙ୍କେତ ମିଳିବା ସହ ଓଡ଼ିଶାରେ କୃଷି ପ୍ରକ୍ରିୟାକରଣ ଶିଳ୍ପ ଆହୁରି ବିକଶିତ ହୋଇଛି।

ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ଅନୁକୂଳ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରଶଂସନୀୟ ପ୍ରୟାସ । ପୂର୍ବ ଭାରତରେ ପାଦ ଥାପିବାକୁ ଚାହୁଁଥିବା ଶିଳ୍ପଗୁଡ଼ିକ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହେଉଛି । ଏସଏଲଏସଡବ୍ଲ୍ୟୁସିଏ ବୈଠକ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପ ଶକ୍ତି ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ରାଜ୍ୟର ପ୍ରତିବଦ୍ଧତାର ପ୍ରମାଣ ଭାବେ ଉଭା ହୋଇଛି । ପୁଞ୍ଜିନିବେଶ ଉଦ୍ଦେଶ୍ୟକୁ ଦୃଢ଼ ବାସ୍ତବତାରେ ପରିଣତ କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରଗତିଶୀଳ ଦୃଷ୍ଟିକୋଣ ଫଳପ୍ରଦ ହେବାରେ ଲାଗିଛି । ଏହି ବିବିଧ ପ୍ରକଳ୍ପଗୁଡ଼ିକର ସଫଳ ଅନୁମୋଦନ ଆର୍ଥିକ ବର୍ଷ ୨୦୨୩ରେ ଚାଲିଥିବା ପୁଞ୍ଜିନିବେଶକୁ ଆକୃଷ୍ଟ କରିବାରେ ରାଜ୍ୟମାନଙ୍କ ମଧ୍ୟରେ ଦେଶର ଦ୍ୱିତୀୟ ସର୍ବାଧିକ ଚାହିଦାପୂର୍ଣ୍ଣ ନିବେଶ ସ୍ଥଳ ଭାବରେ ନିଜର ପ୍ରତିଷ୍ଠା ବଜାୟ ରଖିବା ଏବଂ ଉନ୍ନତ କରିବାକୁ ରାଜ୍ୟ ସରକାରଙ୍କ ସଂକଳ୍ପକୁ ସୂଚାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.