ETV Bharat / state

ରାଜ୍ୟପାଳଙ୍କୁ ବକ୍ତବ୍ୟକୁ ନିନ୍ଦା କଲା ଜଗନ୍ନାଥ ସେନା, ପୁରୀରେ ପ୍ରତିବାଦ - ପୁରୀରେ ପ୍ରତିବାଦ

ଜଗନ୍ନାଥ ସେନା କହଛି ରାଜ୍ୟପାଳ ଧର୍ମରେ ଥିବା ନିତୀ ନିୟମରେ ଅଯଥା ହସ୍ତକ୍ଷେପ କରୁଛନ୍ତି । ଜଗନ୍ନାଥ ମନ୍ଦିରର ପରମ୍ପରା ଉପରେ ରାଜ୍ୟପାଳଙ୍କୁ ହସ୍ତପେକ୍ଷ କରିବାକୁ କିଏ ଅଧିକାର ଦେଲା ବୋଲି ଜଗନ୍ନାଥ ସେନା କହିଛି । ଅଧିକ ପଢନ୍ତୁ

ପୁରୀରେ ପ୍ରତିବାଦ
ରାଜ୍ୟପାଳଙ୍କୁ ବକ୍ତବ୍ୟକୁ ନିନ୍ଦା କଲା ଜଗନ୍ନାଥ ସେନା, ପୁରୀରେ ପ୍ରତିବାଦ
author img

By

Published : Jan 15, 2023, 6:59 AM IST

Updated : Jan 15, 2023, 7:49 AM IST

ପୁରୀରେ ପ୍ରତିବାଦ

ପୁରୀ: ଶ୍ରୀମନ୍ଦିରରେ ବିଦେଶୀ ଭକ୍ତ ପ୍ରବେଶ ଅନୁମତି ନେଇ ରାଜ୍ୟପାଳଙ୍କ ବ୍ୟକ୍ତବ୍ୟ ପ୍ରସଙ୍ଗ । ରାଜ୍ୟପାଳଙ୍କ ମନ୍ତବ୍ୟକୁ ବିରୋଧ କରି ପୁରୀରେ ବିକ୍ଷୋଭ । ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ଉପରେ ଗଜପତି ମହାରାଜା, ଜଗତଗୁରୁ ଶଙ୍କରାଚାର୍ଯ୍ୟ ମିଳିତ ଭାବେ ନିଷ୍ପତ୍ତି ନେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦେଇ ଥିବା ମନ୍ତବ୍ୟ ଉପରେ ବିରୋଧ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ବକ୍ତବ୍ୟକୁ ବିରୋଧ କରି ଜଗନ୍ନାଥ ସେନା ପ୍ରତିବାଦ ଓ ବିକ୍ଷୋଭ କରିଛି ।

ଜଗନ୍ନାଥ ସେନା କହଛି ରାଜ୍ୟପାଳ ଧର୍ମରେ ଥିବା ନୀତିନିୟମରେ ଅଯଥା ହସ୍ତକ୍ଷେପ କରୁଛନ୍ତି । ଜଗନ୍ନାଥ ମନ୍ଦିରର ପରମ୍ପରା ଉପରେ ରାଜ୍ୟପାଳଙ୍କୁ ହସ୍ତପେକ୍ଷ କରିବାକୁ କିଏ ଅଧିକାର ଦେଲା ବୋଲି ଜଗନ୍ନାଥ ସେନା କହିଛି । ରାଜ୍ୟପାଳ କୌଣସି ଧର୍ମଗୁରୁ ନୁହଁନ୍ତି । ଏଣୁ ସେ କାହିଁକି ଜଗନ୍ନାଥ ମନ୍ଦିର ପରମ୍ପରା ଉପରେ ମତ ଦେଉଛନ୍ତି ବୋଲି ପ୍ରଶ୍ନ କରିଛି ଜଗନ୍ନାଥ ସେନା । ଧର୍ମ ଉପରେ କୌଣସି ରାଜନେତା, ରାଜ୍ୟପାଳ, ରାଷ୍ଟ୍ରପତି ମଧ୍ୟ ହସ୍ତକ୍ଷେପ କରିବା ଅଧିକାର ନ ଥିବା ବେଳେ ଓଡ଼ିଶାର ରାଜ୍ୟପାଳ କାହା ସ୍ବାର୍ଥରେ ଏଭଳି ମତ ଦେଲେ ? ଏହା ପଛରେ କଣ ପ୍ରକୃତ ଉଦ୍ଦେଶ୍ୟ ରହିଛି ସେ ନେଇ ଜଗନ୍ନାଥ ସେନା ପ୍ରଶ୍ନ କରିଛି । ମକ୍କା ମଦିନା, ଭାଟିକାନ ସିଟିକୁ କଣ ହିନ୍ଦୁ ପ୍ରବେଶ କରି ପାରିବା ନେଇ ରାଜ୍ୟପାଳ ମତ ଦେଇ ପାରିବେ କି ଜଗନ୍ନାଥ ସେନା କହିଛି ।

ଜଗନ୍ନାଥ ମନ୍ଦିରକୁ ବିଦେଶୀଙ୍କୁ ପ୍ରବେଶ ବାରଣ କାହିଁକି ରହିଛି ତାହା ନ ଜାଣି ରାଜ୍ୟପାଳ ଦେଇ ଥିବା ମନ୍ତବ୍ୟ ଠିକ ନୁହେଁ ବୋଲି ଜଗନ୍ନାଥ ସେନା କହିଛି । ପୂର୍ବରୁ ବିଦେଶୀ ଶକ୍ତି ମାନେ ଜଗନ୍ନାଥ ମନ୍ଦିର ଉପରେ ଅନେକ ଥର ଆକ୍ରମଣ କରିଛନ୍ତି । ଏଥି ପାଇଁ ମହାପ୍ରଭୁଙ୍କୁ ପାତାଳୀ ହେବାକୁ ମଧ୍ୟ ପଡ଼ିଥଲା । ବିଦେଶୀ ମାନେ ସବୁ ବେଳେ ଜଗନ୍ନାଥ ସଂସ୍କତିକୁ ଧ୍ଵଂସ କରିବା ପାଇଁ ଚେଷ୍ଟା କରିଥିଲେ । ଏଣୁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରକୁ ବିଦେଶୀଙ୍କୁ ପ୍ରବେଶ ବାରଣ କରିଥିଲେ ତତ୍କାଳୀନ ରାଜା ମହାରାଜା । ତେବେ ରାଜ୍ୟପାଳ ଜଗନ୍ନାଥ ସଂସ୍କୃତି ଇତିହାସ ନଜାଣି ଯେଭଳି ବିଦେଶୀଙ୍କ ସପକ୍ଷରେ କହିଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jan 15, 2023, 7:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.