ETV Bharat / state

Weather update: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା - ଓଡ଼ିଶା ପାଣିପାଗ

ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 5, 2023, 5:15 PM IST

Weather update

ଭୁବନେଶ୍ବର: ଅବପାତ ଦୁର୍ବଳ । ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ ନାହିଁ ବଡ ବର୍ଷ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ଭୁବନେଶ୍ବରରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବିଶେଷ ଭାବେ ଉତ୍ତର ଓ ଦକ୍ଷିଣ ଓଡିଶାର ବର୍ଷାର ସମ୍ଭାବନା ଥିବା ବେଳେ ଆଗାମୀ ୩ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ନାହିଁ । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସମ୍ବଲପୁରର ବାମରାରେ ସର୍ବାଧିକ ୨୬.୨ ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟ ସାରା ୧୪.୯ ମିମି ବର୍ଷା ସ୍ବାଭାବିକ ହୋଇଥିବା ବେଳେ ରାଜ୍ୟରେ ୩.୦ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ଜୁନ ୧ରୁ ଅଗଷ୍ଟ ୫ ମଧ୍ୟରେ ୬୩୪.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୬୧୫.୬ ସ୍ବାଭାବିକ ରହିଛି ।

ଏହା ବି ପଢନ୍ତୁ- ବୈତରଣୀରେ ବନ୍ୟା: ପାଣିରେ ଉବୁଟୁବୁ ଭଦ୍ରକ ଜିଲ୍ଲାର 3ଟି ବ୍ଲକ, ବ୍ୟାପକ କ୍ଷୟକ୍ଷତି

ଏଯାବତ ୯ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୋଳ, ଦେବଗଡ଼, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡ଼ା, ମାଲକାନିଗିରି, ସମ୍ବଲପୁର, ସୋନପୁର ଓ କନ୍ଧମାଳ । ସେହିପରି ୧୬ ଜିଲ୍ଲାରେ ସ୍ବାଭାବିକ ଓ ୧୩ ଜିଲ୍ଲାରେ ସ୍ବାଭାବିକଠାରୁ କମ ବର୍ଷା ରେକର୍ଡ ହୋଇଛି । ଏ ନେଇ ଅଧିକ ସୂଚନା ଦେଇ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ କହିଛନ୍ତି, " ଆଗାମୀ ୫ ଦିନରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏବେ ମୌସୁମୀ ଉତ୍ତରାଞ୍ଚଳରେ ରହିଛି । ଏହି ଦିଗରେ ଗତି କରିବ ।"

ଏହା ବି ପଢନ୍ତୁ- ଖୋଲିଲା ହୀରାକୁଦ ଡ୍ୟାମର ଆଉ 8ଗେଟ୍, ମୋଟ 20ଟି ଗେଟ୍ ଯୋଗେ ବନ୍ୟାଜଳ ନିଷ୍କାସନ

ଏଣୁ ରାଜ୍ୟରେ ମୌସୁମୀ ଦୁର୍ବଳ ସ୍ଥିତିରେ ରହିବାର ସମ୍ଭାବନା ରହିଛି । ଭୁବନେଶ୍ବରରେ ଆଗାମୀ ୨ ଦିନ ମେଘୁଆ ପାଗ ରହିବା ସହ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ସୂଚନା ଥାଉ କି ଗତ ଲଘୁଚାପ ସହ ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହୀରାକୁଦର ଜଳସ୍ତର ବଢିଥିଲା । ଏବେ ସୁଦ୍ଧା ହୀରାକୁଦରେ ୨୦ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ । ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.