ETV Bharat / state

Chellakumar Targets BJD Govt: ରାଜ୍ୟର ସମସ୍ୟାକୁ ନେଇ ବିଜେଡି ସରକାର ଉପରେ ବର୍ଷିଲେ ଚେଲାକୁମାର

author img

By ETV Bharat Odisha Team

Published : Oct 28, 2023, 7:51 AM IST

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଚେଲା କୁମାର । ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଦଳର ରାଜ୍ୟ ପ୍ରଭାରୀ ଏ.ଚେଲାକୁମାର । ଏହା ମଧ୍ୟ ପଢ଼ନ୍ତୁ

ରାଜ୍ୟର ସମସ୍ୟାକୁ ନେଇ ବିଜେଡି  ସରକାର ଉପରେ ବର୍ଷିଲେ ଚେଲା କୁମାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଚେଲା କୁମାର । ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଦଳର ରାଜ୍ୟ ପ୍ରଭାରୀ ଏ.ଚେଲାକୁମାର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କଂଗ୍ରେସ ଦଳ "ଘରେ ଘରେ କଂଗ୍ରେସ" କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଜେପି ଏବଂ ବିଜେଡି ସରକାରଙ୍କ ବିଫଳତାକୁ ନେଇ ଆମେ ଲୋକମାନଙ୍କ ପାଖକୁ ଯିବୁ ।

ତେବେ ଚେଲାକୁମାର କହିଛନ୍ତି "ରାଜ୍ୟରେ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି । ସରକାରୀ ଡାକ୍ତରଖାନରେ ଡାକ୍ତର ନାହାନ୍ତି । ଏଭଳି ସ୍ଥିତିରେ ଜଣେ ସାଧାରଣ ମଣିଷ ଏମିତି କେମିତି ଚଳିପାରିବ ବୋଲି ପ୍ରଶ୍ନ କରିଛନ୍ତି ଚେଲା କୁମାର । ଏହାସହ ଭିକେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବରେ ଅବସର ନେବାର 24 ଘଣ୍ଟା ମଧ୍ୟରେ ତାଙ୍କୁ କ୍ୟାବିନେଟ ପାହ୍ୟାରେ ଅବସ୍ଥାପିତ କରାଗଲା । ଯଦି ମୁଖ୍ୟମନ୍ତ୍ରୀ ଏତେ ଶୀଘ୍ର ଜଣଙ୍କୁ ପଦ ପ୍ରଦାନ କରିପାରୁଛନ୍ତି ତେବେ ରାଜ୍ୟର ଉନ୍ନତି ପାଇଁ କାହିଁକି ସାଙ୍ଗେ ସାଙ୍ଗେ ପଦକ୍ଷପ ନେଉନାହାନ୍ତି ? ରାଜ୍ୟବାସୀ ଆଉ କେତେ ବର୍ଷ ଶାସନ କରିବାକୁ ସୁଯୋଗ ଦେଲେ ତାଙ୍କୁ ତାଙ୍କର ମୌଳିକ ସୁବିଧା ମିଳିପାରିବ । ବର୍ଷକୁ 2 ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି କଥା ସରକାର କହିଥିଲେ କିନ୍ତୁ ତାହା ପାଣିର ଗାର ପାଲଟିଯାଇଛି । ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ହଜାର ହଜାର ପଦବୀ ଖାଲି ପଡିଛି । "

ଏହା ମଧ୍ୟ ପଢ଼ନ୍ତୁ......ସାଧାରଣ ନିର୍ବାଚନ ପୂର୍ବରୁ ଅଙ୍କକଶା, କୁଚିଣ୍ଡା ହାତେଇବାକୁ କଂଗ୍ରେସର ବ୍ଲୁପ୍ରିଣ୍ଟ

ଚେଲା କୁମାର ଏହା ମଧ୍ୟ କହିଛନ୍ତି ଯେ, ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କା ଦେବେ ସରକାର । ଏହା କେବଳ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କୁ ଅର୍ଥକୁ ପଞ୍ଚାୟତରେ ଦେବାକୁ ଯୋଜନା କରିଛନ୍ତି ସରକାର । ଏହି ଯୋଜନା ଅଧ୍ୟକ୍ଷ ଭାବରେ ମଧ୍ୟ ପାଣ୍ଡିଆନଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ କଣ ଆଉ କେହି ଦକ୍ଷ ଅଧିକାରୀ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଚେଲା କୁମାର । ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ଗଣମାଧ୍ୟମ ଉପରେ କାଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହ କଥା ହେଉନାହାନ୍ତି, କ୍ୟାବିନେଟ ମନ୍ତ୍ରୀଙ୍କ ସହ ବୈଠକ କରୁନାହାନ୍ତି, ଏହାର ଅର୍ଥ ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ 5ଟି ରାଜ୍ୟ ହେବାକୁ ଥିବା ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲାକୁମାର । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଯେଉଁଭଳି ଭାବରେ ଆଗକୁ ବଢୁଛି ଏହି ନିର୍ବାଚନରେ କଂଗ୍ରେସ ଦଳ ଭଲ ପଦର୍ଶନ କରିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.