ETV Bharat / state

ଗ୍ରାମାଞ୍ଚଳର ସାଢ଼େ ୯ ଲକ୍ଷ ପରିବାରକୁ ମିଳିବ PM ଆବାସ, ଜିଲ୍ଲାପାଳଙ୍କ ସହ କଥା ହେଲେ CS

author img

By

Published : Dec 21, 2022, 9:06 AM IST

ଜୁନ ସୁଦ୍ଧା ଗ୍ରାମାଞ୍ଚଳରେ ସାଢେ 9 ଲକ୍ଷ ପରିବାରଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ( PM Awas yojana ) । ଜାନୁଆରୀ ସୁଦ୍ଧା କାର୍ଯ୍ୟାଦେଶ ଓ ଜୁନ ସୁଦ୍ଧା ନିର୍ମାଣ ଶେଷ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

pm awas yojana
chief secretary meeting about pm awas yojana

ଭୁବନେଶ୍ବର: ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ପକ୍କା ଘର ଆବଣ୍ଟନ କରିଛନ୍ତି କେନ୍ଦ୍ର ସରକାର ( Pradhan Mantri Awas Yojana ) । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳିଛି ସାଢ଼େ ୯ ଲକ୍ଷ ଘର (Odisha government has targeted to provide 9 lakh pucca houses) । ଏହି ଘର ଗୁଡ଼ିକର ୱାର୍କ ଅର୍ଡର ଆସନ୍ତା ଜାନୁଆରୀ ମାସରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର (chief secretary Suresh Chandra Mahapatra )।

  • ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜାନୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଜୁନ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢ଼େ ୯ ଲକ୍ଷ ପକ୍କାଘର ନିର୍ମାଣ କରାଯିବ। pic.twitter.com/oyxKzHczJZ

    — I & PR Department, Odisha (@IPR_Odisha) December 20, 2022 " class="align-text-top noRightClick twitterSection" data=" ">

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସହ ଭିସି ଜରିଆରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବାକୁ ଥିବା ସାଢ଼େ ୯ ଲକ୍ଷ ଘରର କାର୍ଯ୍ୟାଦେଶ ଆସନ୍ତା ଜାନୁଆରୀ ମାସରେ ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ଏସବୁର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୃହ ନିର୍ମାଣ ପାଇଁ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ପ୍ରତ୍ୟେକ ପଞ୍ଚାୟତରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଏହି ତାଲିକା ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ହୋଇଛି ।

ଏହା ବି ପଢନ୍ତୁ... ଆସିଲା ଷ୍ଟେଟ୍ ଫରେନସିକ୍ ରିପୋର୍ଟ, ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବ ED !

ଯଦି ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତି ସ୍ଥାନିତ ହୋଇଥିବେ ସେ ବାବଦରେ ଆପତ୍ତି ଅଭିଯୋଗ ପଞ୍ଚାୟତର ଅବା ବ୍ଲକ କାର୍ଯ୍ୟାଳୟରେ ଥିବା ଉଦ୍ଦିଷ୍ଟ ଅଭିଯୋଗ ବାକ୍ସରେ ପକାଇ ପାରିବେ । ଏହା ଛଡା ଟୋଲ ଫ୍ରି ନମ୍ବର ୧୮୦୦-୩୪୫୬-୬୭୮ ଓ ଅନଲାଇନ ମାଧ୍ୟମରେ ଅଭିଯୋଗ କରିପାରିବେ । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ବିଡ଼ିଓମାନଙ୍କ ମାଧ୍ୟମରେ ସମ୍ପୃକ୍ତ ଘରର ଫଟୋ ଉଠାଯାଇ ଜିଓ ଟ୍ୟାଙ୍ଗିଟ୍ କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯିବ ବୋଲି ଜଣାପଡ଼ିଛି ।

ରାଜ୍ୟରେ ଯେପରି ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ରହିବ ସେ ଦିଗରେ ସରକାର କାର୍ଯ୍ୟକରି ଆସୁଛନ୍ତି । ସମସ୍ତ ହିତାଧୀକାରୀ ତାଙ୍କ ହକ ପାଆନ୍ତୁ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି । ତେଣୁ ଏହି ଯୋଜନାରୁ ଯେପରି ପ୍ରକୃତ ହିତାଧୀକାରୀ ବାଦ ନ ପଡନ୍ତୁ ସେ ଦିଗକୁ ଅଧିକ ଫୋକସ ଦିଆଯିବ । ଗ୍ରାମାଞ୍ଚଳରେ ଏହି ଯୋଜନା ମାଧ୍ୟମରେ ବ୍ୟାପକ ପକ୍କା ଘର ନିର୍ମାଣ କରାଯାଇ ବନ୍ୟା, ବାତ୍ୟା, ବର୍ଷା ଓ ହାତୀ ଉପଦ୍ରବରୁ କଚ୍ଚା ଘରେ ରହୁଥିବା ପରିବାରକୁ ରକ୍ଷା କରାଯାଇ ପାରିବ । ଏହା ସହ କଚ୍ଚା ଘର ଶୂନ ଭାବେ ରାଜ୍ୟକୁ ପରିଗଣିତ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ଅନୁଷ୍ଠିତ ବୈଠକରେ ପ୍ରମୁଖ ଶାସନ ସଚିବ ଏବଂ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.