ETV Bharat / state

ରାଜ୍ୟ ମନ୍ତ୍ରୀମଣ୍ଡଳର ପୁନର୍ଗଠନ, କାଲି ସକାଳ 9.50ରେ ଶପଥ ନେବେ ନୂଆ ମନ୍ତ୍ରୀ

author img

By

Published : May 21, 2023, 5:28 PM IST

ଆସନ୍ତାକାଲି ଶପଥ ଗ୍ରହଣ କରିବେ ନୂଆ ମନ୍ତ୍ରୀ । ସକାଳ 9.50ରେ ନୂଆ ମନ୍ତ୍ରୀ ମାନେ ଶପଥ ଗ୍ରହଣ କରିବେ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି । ଅଧିକ ପଢ଼ନ୍ତୁ

odisha cabinet reshuffle
ରାଜ୍ୟ ମନ୍ତ୍ରୀମଣ୍ଡଳର ପୁନର୍ଗଠନ

ରାଜ୍ୟ ମନ୍ତ୍ରୀମଣ୍ଡଳର ପୁନର୍ଗଠନ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ପୁନର୍ଗଠନ । ଶପଥ ନେବେ ନୂଆ ମନ୍ତ୍ରୀ, ନବୀନ ପାଇବେ ନୂଆ ଟିମ୍‌ । ଆସନ୍ତାକାଲି ସକାଳ 9.50ରେ ମନ୍ତ୍ରୀମଣ୍ଡଳ ଶପଥ ସମାରୋହ ଅନୁଷ୍ଠିତ ହେବ । ଲୋକସେବା କନଭେନ୍ସନ ହଲରେ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ହେବା ନେଇ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ସୂଚନା ଜାରି ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂଆ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

ନବୀନଙ୍କ ପଞ୍ଚମ ପାଳିର ହୁଏତ ଏହା ଶେଷ ସମ୍ପ୍ରସାରଣ । ତେବେ କେଉଁ ନୂଆ ମନ୍ତ୍ରୀ ଭାବେ ଶପଥ ନେବେ ? କାହାକୁ ମିଳିବ ସ୍ଥାନ ? କାହା ପାଖକୁ ଯିବ ଫୋନ କଲ, ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ରାଜ୍ୟ ମନ୍ତ୍ରୀମଣ୍ଡଳରେ 3ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ତେଣୁ 3 ଜଣ ନୂଆ ମନ୍ତ୍ରୀ ଶପଥ ନେବେ । ଏହି 3 ଜଣଙ୍କୁ ବାଦ ଦେଲେ ଅନ୍ୟ ମନ୍ତ୍ରୀମାନଙ୍କ ପୋର୍ଟଫୋଲିଓ ବଦଳିବ ବୋଲି କୁହାଯାଉଛି । 2024ରେ ସାଧାରଣ ନିର୍ବାଚନ ଆସୁଥିବାରୁ ସମ୍ଭବତଃ ଏହା ନବୀନଙ୍କ ମନ୍ତ୍ରୀମଣ୍ଡଳ ଶେଷ ସମ୍ପ୍ରସାରଣ ହୋଇପାରେ । ଆଉ କିଛି ମନ୍ତ୍ରୀ ମାନେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

ଦଳର ପୁରୁଖା ନେତା ତଥା ଉପସଭାପତି ଦେବୀ ମିଶ୍ର, ପ୍ରଫୁଲ ସାମଲ, ପ୍ରଦୀପ ଅମତ ଏବଂ ଜଣେ ମହିଳା ବାଚସ୍ପତି ହେବା ନେଇ ଚର୍ଚ୍ଚା ହେଉଛି । ସେହିଭଳି ନବଦାସଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶାରେ କିଏ ହେବେ ନୂଆ ମନ୍ତ୍ରୀ, ସେନେଇ କଳ୍ପନା ଜଳ୍ପନା ଚାଲିଛି । ରାଉରକେଲା ବିଧାୟକ ଶରଦ ନାୟକ, ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ନାଁ ଶୁଣିବାକୁ ମିଳୁଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ବିଜେଡି ସଂଗଠନ ଧୀରେଧୀରେ ଦୁର୍ବଳ ହେଉଥିବାରୁ ବିକ୍ରମ ଆରୁଖଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ । ନହେଲେ ବିକ୍ରମ ଆରୁଖଙ୍କୁ ସଂଗଠନ ଦିଆଯାଇପାରେ ।

ସେହିପରି ମନ୍ତ୍ରୀ ପଦ ପାଇଁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଛି । ସମୀର ଦାଶଙ୍କ ପରେ ଉପକୂଳ ଓଡିଶାରୁ ପୁରୀ ଜିଲ୍ଲାରେ 4 ଜଣ ବିଧାୟକ ଅଛନ୍ତି । ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ନୂଆ ମନ୍ତ୍ରୀ ହୋଇପାରନ୍ତି । ଯଦି ସଂସଦୀୟ କ୍ଷେତ୍ର ଦେଖିବା ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲିଙ୍କୁ ମନ୍ତ୍ରୀ ଭାବେ ନିଆଯାଏ ତେବେ ଉମା ସାମନ୍ତରାୟ ମୁଖ୍ୟ ସଚେତକ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏନେଇ ବିଧାୟକ ଉମା ସାମନ୍ତରାୟ କହିଛନ୍ତି, "କିଏ ମନ୍ତ୍ରୀ ହେବେ ତାହା ସମ୍ପୂର୍ଣ୍ଣ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର । ଯଦି ମୋତେ ଦାୟିତ୍ବ ମିଳେ ତାହା ସୁଚାରୁ ରୂପେ ପାଳନ କରିବି ।" ମହିଳାଙ୍କ କ୍ଷେତ୍ରରେ 33 ପ୍ରତିଶତ ସଂରକ୍ଷଣ ଆଧାରରେ ଆଉ ଜଣେ ମହିଳା ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇପାରନ୍ତି । କେନ୍ଦୁଝର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତଙ୍କ ନାଁ ବି ଶୁଣିବାକୁ ମିଳୁଛି । ତେବେ ଯୁବ ମନ୍ତ୍ରୀମାନଙ୍କୁ ପ୍ରତିନିଧିତ୍ୱ ମିଳିବାକୁ ଏଡାଇ ଦିଆ ନଯାଇପାରେ । ବିଜେପି ସଭାପତି ମନମୋହନ ସାମଲଙ୍କୁ ଚେକ୍‌ ଦେବା ପାଇଁ ଭଦ୍ରକକୁ ମଧ୍ୟ ମନ୍ତ୍ରୀପଦ ମିଳିପାରେ ।

ଗତ 12 ତାରିଖରେ ଦୁଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ସମୀର ରଞ୍ଜନ ଦାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେହିଦିନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ବାତସ୍ପତି ପଦରୁ ଇସ୍ତଫା ଦେଇଥିଲେ । ତେବେ ଏମାନଙ୍କ ଇସ୍ତଫା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଥିଲା । ତେଣୁ 3ଟି ମନ୍ତ୍ରୀପଦ ଖାଲି ପଡୁଛି । ତେବେ କାହା ଉପରେ ନବୀନ ଭରଷା କରିବେ, ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.