ETV Bharat / state

ହୋର୍ଡିଂରେ ନାହିଁ ମୋଦିଙ୍କ ଫଟୋ, ନିର୍ଲଜାତାର ସୀମା ଡେଇଁଛନ୍ତି ରାଜ୍ୟ ସରକାର କହିଲା ବିଜେପି

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ଶାସକ ଦଳ ନିର୍ଲଜତାର ଶେଷ ସୀମାରେ ପହଞ୍ଚି ସାରିଛି । ରାଜନୈତିକ ବାଦ ବିବାଦ ତା ରାସ୍ତାରେ ଥାଏ, । ତା ମାନେ ନୁହେଁ ଯେ କୌଣସି ଲୋକର ଅଧିକାର ଅଛି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଅବମାନନା କରିବ ।’’ ଅଧିକ ପଢନ୍ତୁ

ନିର୍ଲଜାତାର ସୀମା ଡେଇଁଛନ୍ତି ରାଜ୍ୟ ସରକାର:  ବିଜେପି

author img

By

Published : Jan 7, 2023, 7:43 PM IST

ନିର୍ଲଜାତାର ସୀମା ଡେଇଁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ବର: ଭୁବନେଶ୍ୱରରୁ ରାଉରକେଲା ବିମାନସେବା ଶୁଭାରମ୍ଭ ହୋଇଛି । ହେଲେ ବିମାନସେବା ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନଥିଲା । ଯାହାକୁ ନେଇ ଏବେ ରାଜନୀତି ଜୋରଦାର ହୋଇଛି । ଘଟଣାକୁ ନେଇ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ କଡା ପ୍ରହାର କରିଛନ୍ତି । ରାଜ୍ୟ ସରକାର ସାମାନ୍ୟତମ ଶାଳିନତା ଭୁଲିଯାଇଥିବା କହିଛନ୍ତି ବିଜେପି ନେତା ।

ସେପେଟ ଉଭୟ ଶୀର୍ଷ ନେତାଙ୍କୁ ସ୍ବରକୁ ଆହୁରି ଶାଣିତ କରିଛି ରାଜ୍ୟ ବିଜେପି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ଶାସକ ଦଳ ନିର୍ଲଜତାର ଶେଷ ସୀମାରେ ପହଞ୍ଚି ସାରିଛି । ରାଜନୈତିକ ବାଦ ବିବାଦ ତା ରାସ୍ତାରେ ଥାଏ, । ତା ମାନେ ନୁହେଁ ଯେ କୌଣସି ଲୋକର ଅଧିକାର ଅଛି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଅବମାନନା କରିବ । ତାଙ୍କର ଫଟୋ ନ ଦେବା ଭଳି ଆଚରଣ ଦେଖାଇବ । ଏଭଳି ଅଧିକାର କୌଣସି ରାଜ୍ୟ ସରକାରର ନାହିଁ । ଆଜି ଶାସକ ଦଳ ଯେଉଁ କାମ କରିଛି ଏତିକି କୁହାଯିବ ଶାସକ ଦଳ ନିର୍ଲଜତାର ଶେଷ ସୀମାରେ ପହଞ୍ଚି ସାରିଛି ।’’

ପୃଥ୍ବୀରାଜ କହିଛନ୍ତି ହକି ଫେଡେରେସନ ଓଡିଶାରେ ବିଶ୍ଵକପ ଆୟୋଜ କରୁଛି । ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ରାଜ୍ୟ ସାରା ପ୍ରଚାର କରିବାର କୌଣସି ଅବକାଶ ନାହିଁ । କିନ୍ତୁ ସେଥିରେ ସରକାରୀ ଅର୍ଥକୁ ବିନିଯୋଗ କରି ବିଭିନ୍ନ ବ୍ଲକରେ ଓ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ପ୍ରଚାର କରୁଛନ୍ତି । ସେଥିରୁ ଶାସକ ଦଳର ନିର୍ଲଜତାର ସୀମା ଜଣାପଡୁଛି । ଦୁର୍ଭାଗ୍ୟ ଜନକ ଭାବେ ଦେଶର ପ୍ରଧାନମନ୍ତ୍ରୀ ଯାହାଙ୍କ ଅବଦାନ ପାଇଁ ରାଜ୍ୟରେ ବିମାନ ଉଡୁଛି ତାଙ୍କ ଫଟୋ ଦେବାକୁ ବି ଭାବିଲେନି । ଏପରି କାଣ୍ଡ କରିଥିବା ସରକାରଙ୍କୁ ହଜାରେ ଥର ଧିକ୍କାର କଲେ ବି କମ ହେବ ବୋଲି କହିଛନ୍ତି ପୃଥ୍ୱୀରାଜ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.