ETV Bharat / state

MO GHARA Scheme: ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲା ବିଜେପି

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ବିଜେଡି ତାର କର୍ମୀ ମାନଙ୍କୁ ପୋଷିବା ପାଇଁ ଏହି ଯୋଜନାକୁ ଅସ୍ତ୍ର କରିଛି । ବିଜେଡି ନେତା କିଭଳି ଏହି ଯୋଜନାରୁ ହାତେଇବେ ତାକୁ ଯୋଜନା କରିଛନ୍ତି । ମୋ ଘର ଯୋଜନା ପୁରାପୁରି ବିଜୁ ଜନତା ଦଳର ଘର। ଅର୍ଥାତ ବିଜେଡି ନେତା ଏହାକୁ ବିଜେଡି ଘର କହି ଅଭିହିତ କରିଥାଆନ୍ତେ ତାହେଲେ ଭଲ ହୋଇଥାନ୍ତା । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲା ବିଜେପି
ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲା ବିଜେପି
author img

By

Published : Jun 15, 2023, 10:10 PM IST

ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲା ବିଜେପି

ଭୁବନେଶ୍ବର: ମୋ ଘର ଯୋଜନାରେ କେଉଁ ଲୋକ ଘର ପାଇବେ? ଯେଉଁମାନଙ୍କ ପାଖରେ ପଇସା ଅଛି। ଯେଉଁମାନଙ୍କ ନାଁ ରେ ଜାଗା ଅଛି। ଯେଉଁମାନେ ଋଣ ସୁଝି ପାରିବେ। ଆଉ ସେମାନେ ହେଉଛନ୍ତି ସେହି ସବୁ ଅଞ୍ଚଳର ବିଜୁ ଜନତା ଦଳର ନେତା। ନହେଲେ ବିଜୁ ଜନତା ଦଳର ସମର୍ଥକ । ଏ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ବିଜେଡି ଏହାରି ମଧ୍ୟରେ ବାଟ ମାରଣାର ରାସ୍ତା ତିଆରି କରିଛି । ମୋ ଘର ଯୋଜନା ପୁରାପୁରି ବିଜୁ ଜନତା ଦଳର ଘର । ମୋ ଘର ଯୋଜନା ପ୍ରସଙ୍ଗରେ ଆଜି ଏଭଳି ଗର୍ଜିଛି ବିଜେପି ।

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ବିଜେଡି ତାର କର୍ମୀ ମାନଙ୍କୁ ପୋଷିବା ପାଇଁ ଏହି ଯୋଜନାକୁ ଅସ୍ତ୍ର କରିଛି। ବିଜେଡି ନେତା କିଭଳି ଏହି ଯୋଜନାରୁ ହାତେଇବେ ତାକୁ ଯୋଜନା କରିଛନ୍ତି। ମୋ ଘର ଯୋଜନା ପୁରାପୁରି ବିଜୁ ଜନତା ଦଳର ଘର। ଅର୍ଥାତ ବିଜେଡି ନେତା ଏହାକୁ ବିଜେଡି ଘର କହି ଅଭିହିତ କରିଥାଆନ୍ତେ ତାହେଲେ ଭଲ ହୋଇ ଥାଆନ୍ତା। ଏଥିରୁ ଯଦି ବିଜେଡି ସରକାର ଦୂରେଇ ନ ରହିବେ। ତେବେ ନିଶ୍ଚିତ ଭାବରେ ଲୋକେ ଆଗକୁ ପୁରାପୁରି ପ୍ରତ୍ୟାଖ୍ୟାନ କରିବେ। ସେଥିପାଇଁ ବିଜେଡି ପ୍ରସ୍ତୁତ ରହୁ।

ପୃଥ୍ବୀରାଜ କହିଛନ୍ତି ମୋ ଘର ଯୋଜନା ହେଉଛି ସିଧାସଳଖ ଭାବେ ଲୋକ ବ୍ୟାଙ୍କରୁ ଋଣ ନେବ। ସେଇ ଋଣକୁ ପରିଷଦ କରିବେ। ରାଜ୍ୟ ସରକାର ସେଥିରେ ସବସିଡି ଛାଡିବେ। ମୋ ଘର ଯୋଜନାରେ ଲୋକ ଯେତେବେଳେ ଋଣ ନେବେ ସେତେବେଳେ ସୁଝି ବାକୁ ପଡିବ। ଏବେବି ଗାଁରେ ତିନି ପିଢ଼ି, ଚାରି ପିଢ଼ି ଧରି ଜମି ଭାଗ ନ ହେବା ନଜିର ରହିଛି। ଜମି କାଗଜ ପତ୍ର ତଥା ପଟ୍ଟା ଯେଭଳି ହେବା କଥା ହେଇ ନଥାଏ। ତେଣୁ ବ୍ୟାଙ୍କ ଦୃଷ୍ଟିରୁ ତାହା ସେଲେବୁଲ କମୋଡିଟି ନୁହେଁ। ଯେହେତୁ ସେଲେବୁଲ ଆସେଟ ନୁହେଁ ତେଣୁ ସେଥିରେ ବ୍ୟାଙ୍କ ଋଣ ଦେବ ନାହିଁ। ଯଦି ବି ଦେବ ତାହେଲେ ଗାଁ ରେ ଥିବା ଗରିବ ଲୋକଟି ଋଣ ସୁଝିବି କିପରି ?

ମୋ ଘର ଆଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭିତରେ ଆକାଶ ପାତାଳ ତଫାତ ଅଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହୋଇଛି ଗରିବ ଲୋକଙ୍କ ପାଇଁ। ଯିଏ ଘର ଖଣ୍ଡେ କରି ପାରୁ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶସାରା ଗରିବ ଲୋକ ଘର ପାଉଛନ୍ତି। କିନ୍ତୁ ଓଡ଼ିଶାରେ ଘର ପାଉ ନାହାଁନ୍ତି। ନବୀନ ପଟ୍ଟନାୟକ ଓଡ଼ିଶାର ଗରିବ ଲୋକଙ୍କର ମୁହଁକୁ ପଚାରୁ ନାହାନ୍ତି। ଓଡ଼ିଶାର ଗରିବ ଲୋକଙ୍କର କଥା ଚିନ୍ତା କରିବା ପାଇଁ ନବୀନ ବାବୁଙ୍କ ପାଖରେ ସମୟ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସାଙ୍କସନ ଲେଟର ଆସି ଲମ୍ବା ସମୟ ପଡିବା ସତ୍ତ୍ବେ ରାଜ୍ୟ ସରକାର ତାର ଉପଯୋଗ କରୁ ନାହାଁନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.