ETV Bharat / state

ଓଡିଶା ବନ୍ଦ ବନାମ ମାଟ୍ରିକ ପରୀକ୍ଷା: ରାତି ପାହିଲେ ଜଣା ପଡିବ କିଏ ସତ କିଏ ମିଛ ?

ଗୋଟିଏ ପଟେ ଶହଶହ ଚାଷୀ 'ଥ୍ରୀପି' ଅର୍ଥାତ ପ୍ରାଇସ, ପ୍ରେଷ୍ଟିଜ ଏବଂ ପେନସନ ଦାବିରେ 'ଓଡ଼ିଶା ବନ୍ଦ' ଡାକରା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଣଦେଖା କରି ସରକାରଙ୍କ ବାରଣକୁ ବେଖାତିର କରି ବନ୍ଦ ଡାକରା ଦିଆଯାଉଥିବା କହିଛି ବିଜେଡି । ଏହା ପଛରେ ରାଜନୈତିକ ଷଡଯନ୍ତ୍ର ଓ ଏହା ବିଜେପିର ଯୋଜନାବଦ୍ଧ କାର୍ଯ୍ୟକ୍ରମ ବୋଲି କହିଛି ଶାସକ ବିଜେଡି ।

author img

By

Published : Feb 21, 2019, 11:54 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 21ରେ ଓଡିଶା ବନ୍ଦ । 22ରେ ମାଟ୍ରିକ ପରୀକ୍ଷା । ଗୋଟିଏ ପଟେ ଶହଶହ ଚାଷୀ 'ଥ୍ରୀପି' ଅର୍ଥାତ ପ୍ରାଇସ, ପ୍ରେଷ୍ଟିଜ ଏବଂ ପେନସନ ଦାବିରେ 'ଓଡ଼ିଶା ବନ୍ଦ' ଡାକରା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଣଦେଖା କରି ସରକାରଙ୍କ ବାରଣକୁ ବେଖାତିର କରି ବନ୍ଦ ଡାକରା ଦିଆଯାଉଥିବା କହିଛି ବିଜେଡି । ଏହା ପଛରେ ରାଜନୈତିକ ଷଡଯନ୍ତ୍ର ଓ ଏହା ବିଜେପିର ଯୋଜନାବଦ୍ଧ କାର୍ଯ୍ୟକ୍ରମ ବୋଲି କହିଛି ଶାସକ ବିଜେଡି । ଅନ୍ୟପଟେ କୃଷକ ମାନଙ୍କ ସ୍ବରକୁ ବନ୍ଦ କରିବା ସହ ସେମାନଙ୍କ ନାର୍ଯ୍ୟ ତଥା ନ୍ୟାୟୋଚିତ ଅଧିକାର ପ୍ରତି ସରକାରଙ୍କ ଖେଳୁଆଡ ମନୋଭାବକୁ ଉଚିତ ଶିକ୍ଷା ପାଇଁ ଏହି ବନ୍ଦ ଡାକରାକୁ ସମର୍ଥନ ଦିଆଯାଉଥିବା କହିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ସୂଚନା ଅନୁସାରେ ବନ୍ଦ ପଛରେ ରାଜନୀତିକରଣ ତଥା ରାଜନୀତି ଅଭିସନ୍ଧି ରହିଛି ବୋଲି ବନ୍ଦକୁ ସମର୍ଥନ ଦେଉଥିବା ବିରୋଧୀଙ୍କ ଉପରେ ଦୋଷ ଲଦିଛି ବିଜେଡି । ଖୋଲାଖୋଲି ଭାବରେ ଏହି ବନ୍ଦ ବିଜେପିର କୁପ୍ରରୋଚନାରେ ହେଉଥିବା ଜଳଜଳ ହୋଇ ଦେଖାଯାଉଥିବା କହିଛନ୍ତି ଶାସକ ଦଳର ମୁଖପାତ୍ର ପ୍ରତାପ କେଶରୀ ଦେବ । ଏହାସହ ନବ ନିର୍ମାଣ କୃଷକ ସଂଗଠନ କଣ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପଟେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏହି ଆନ୍ଦୋଳନରେ ପରୀକ୍ଷା ପରିଚାଳନା କ୍ଷେତ୍ରରେ କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିର ସମ୍ମୁଖୀନ ସୃଷ୍ଟି ହେବାକୁ ଦିଆଯିବ ନାହିଁ । ସେ କହିଛନ୍ତି ପରୀକ୍ଷା ପ୍ରଶ୍ନପତ୍ର ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ତେଣୁ ନୈତିକ ସମର୍ଥନ ଦେବାରେ କୌଣସି ସମସ୍ୟା ନାହିଁ । ।

ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ସରକାରଙ୍କୁ ଘେରିଛନ୍ତି । ଚାଷୀ ଆନ୍ଦୋଳନ ଓ ଏହି ଆନ୍ଦୋଳନକୁ ସମର୍ଥନ ଦେବା ପଛରେ ବାସ୍ତବିକତା ରହିଛି । କେବଳ ନୈତିକ ସମର୍ଥନ ଦେବ ବୋଲି ସେ କହିଛନ୍ତି । ସରକାର ଚାଷୀ ଆନ୍ଦୋଳନର ସତ୍ୟାସତ୍ୟକୁ ଘୋଡାଇବା ସହ ରାଜ୍ୟରେ ଚାଷୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଦୋଷ ମୁଣ୍ଡରୁ ଖସାଇବା ପାଇଁ ମାଟ୍ରିକ ପରୀକ୍ଷାକୁ ଢାଲ କରୁଛନ୍ତି ।

ଅନ୍ୟପଟେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ଆମେ କୌଣସି ଦଳ ସହିତ ନାହୁଁ । ଉଭୟ ବିଜେପି, ବିଜେଡି, କଂଗ୍ରେସ ସମସ୍ତଙ୍କୁ ଆମେ ପୂର୍ବରୁ ଟାର୍ଗେଟ କରି ଆସିଛୁ । ସରକାର ଚାଷୀଙ୍କ ସମସ୍ୟା ଦିଗରେ ତ୍ବରିତ ସମାଧାନ କରିବା ସହ ପ୍ରାଇସ, ପ୍ରେଷ୍ଟିଜ ଏବଂ ପେନସନ ନଦେଇ ବାରମ୍ବାର ବେପରୁଆ ମନୋଭାବ ପୋଷଣ କରୁଥିବାରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । କଂଗ୍ରେସ ଓ ବିଜେପି ନୈତିକ ସମର୍ଥନ ଦେଇଛନ୍ତି ହେଲେ ରାସ୍ତାକୁ ଓହ୍ଲାଇବେ ନାହିଁ କହିଛନ୍ତି ଅକ୍ଷୟ ।

undefined

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୧ ତାରିଖରେ 'ଓଡ଼ିଶା ବନ୍ଦ' ଡାକରା ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା ବେଳେ ମାଟ୍ରିକ୍ ପରୀକ୍ଷା ଦୃଷ୍ଟିରୁ ବନ୍ଦରୁ ଓହରିଯିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.