ETV Bharat / state

ଚେନ୍ନାଇରୁ ଫେରି ପାରୁନି ସ୍ବାମୀଙ୍କ ମୃତଦେହ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ତ୍ରୀ

ଚେନ୍ନାଇରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ପରେ ଫେରି ପାରୁନାହିଁ ମୃତଦେହ। ଟଙ୍କା ମାଗୁଛି ସମ୍ପୃକ୍ତ ଠିକାଦାର । ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଗୁହାରି କଲେ ସ୍ତ୍ରୀ । ଅଧିକ ପଢନ୍ତୁ...

ଚେନ୍ନାଇରେ ମୃତ୍ୟୁ ପରେ ଫେରିପାରୁ ନାହିଁ ସ୍ବାମୀର ମୃତଦେହ,  ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ତ୍ରୀ

author img

By

Published : Oct 4, 2021, 7:15 PM IST

ଖୋର୍ଦ୍ଧା: ଠିକାଦାର ସହ କାମ କରିବାକୁ ସୁଦୁର ଚେନ୍ନାଇ ଯାଇଥିଲେ ଯୁବକ । ତେବେ କୌଣସି କାରଣରୁ ମୃତ୍ୟୁ ହେବା ପରେ ଏବେ ଘରକୁ ଫେରି ପାରୁନାହିଁ ଯୁବକଙ୍କ ମୃତଦେହ । ଘଟଣାକୁ 10 ଦିନ ବିତି ଯାଇଥିବାବେଳେ ମୃତଦେହ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ପତ୍ନୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ।

ଚେନ୍ନାଇରେ ମୃତ୍ୟୁ ପରେ ଫେରିପାରୁ ନାହିଁ ସ୍ବାମୀର ମୃତଦେହ, ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ତ୍ରୀ

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବାଲେଡ଼ିହ ଗ୍ରାମର ଶ୍ରମିକ ଅଜୟ ନାୟକଙ୍କୁ ଠିକାଦାର ଅଭି ନାୟକ ଦେଢ ମାସ ତଳେ ଚେନ୍ନାଇର ଏକ କମ୍ପାନୀକୁ କାମ କରିବାକୁ ନେଇଥିଲେ । ଗତ ୨୫ ତାରିଖରେ ଶ୍ରମିକ ଅଜୟଙ୍କ ମୃତ୍ୟୁ ହୋଇଥିବା ନେଇ ପତ୍ନୀଙ୍କୁ ଫୋନ କରି କହିଥିଲେ ସମ୍ପୃକ୍ତ ଠିକାଦାର । ତେବେ ମୃତଦେହ ଓଡିଶା ଆଣିବା ପାଇଁ 30 ହଜାର ଟଙ୍କା ମଧ୍ୟ ଦାବି କରିଥିଲେ ସମ୍ପୃକ୍ତ ଠିକାଦାର।

ପରେ ମୃତ ଶ୍ରମିକଙ୍କ ପତ୍ନୀ ତୁଳସୀ ନାୟକ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୋଲିସରେ ଏ ନେଇ ଅଭିଯୋଗ କରିଥିଲେ । ଘଟଣାକୁ 10 ଦିନ ବିତିଯାଇଥିଲେ ସୁଦ୍ଧା ସ୍ବାମୀଙ୍କ ଖୋଜ ଖବର କିମ୍ବା ମୃତଦେହ ବାବଦରେ କିଛି ସୂଚନା ନଥିବା ସ୍ତ୍ରୀ ଅଭିଯୋଗ କରିବା ସହ ଏଥିରେ ହସ୍ତକ୍ଷେପ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.