ETV Bharat / state

ପରଦାକୁ ଆସିଲା 'ଶଳା ବୁଢ଼ାର ବଦଲା', 30ଟି ପ୍ରେକ୍ଷାଳୟରେ ରିଲିଜ - ପରଦାକୁ ଆସିଲା ଶଳା ବୁଢାର ବଦଲା

ରିଲିଜ୍ ହୋଇଛି ବହୁଚର୍ଚ୍ଚିତ ଫିଲ୍ମ ଶଳା ବୁଢ଼ାର ବଦଲା । 30ଟି ପ୍ରେକ୍ଷାଳୟରେ ଏହା ରିଲିଜ ହୋଇଛି । ପୂର୍ବରୁ କୋଶଳୀ ଭାଷାରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଓଡିଶା ଭାଷାରେ ରିଲିଜ ହୋଇଛି । ଅଧିକ ପଢନ୍ତୁ

sala budha ra badla
sala budha ra badla
author img

By

Published : May 27, 2023, 10:56 AM IST

sala budha ra badla

ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଲା । ରୂପେଲି ପରଦାରେ ମୁକ୍ତିଲାଭ କରିଲା ଓଡ଼ିଆ ଚଳଚ୍ଚିତ୍ର ‘ଶଳା ବୁଢ଼ାର ବଦଲା’ । ଓଡିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର "ଶଳା ବୁଢ଼ାର ବଦଲା"। ଭୁବନେଶ୍ୱର ସ୍ଥିତ ସ୍ଵାତୀ ସିନେମା ହଲରେ ଏହାର ପ୍ରିମିୟର ଶୋ' ହୋଇଯାଇଛି । ଏହି ପ୍ରିମିୟର ଶୋ'ରେ ବହୁ କଳାକାର, ଓଡ଼ିଆ ସିନେପ୍ରେମୀଙ୍କ ସମେତ ସିନେମା ଜଗତର ଖ୍ୟାତନାମା ପ୍ରଯୋଜକ ପ୍ରମୁଖ ଯୋଗଦେଇ ସମ୍ପୂର୍ଣ୍ଣ ସିନେମାଟି ଦେଖି ପ୍ରଶଂସା କରିଥିଲେ ।

ଏହା କୋଶଳୀ ଭାଷାରେ ପ୍ରଥମେ ପ୍ରସ୍ତୁତ ହୋଇଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ପ୍ରଶଂସା ସାଉଁଟିଛି । ଆଉ ବର୍ତ୍ତମାନ ଏହା ଓଡ଼ିଆ ଭାଷାରେ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କ ହୃଦୟକୁ ଜିତିଛି । କାହିଁକି ପରିଣତ ବୟସରେ ଜଣେ ବୁଢା ନିଜର ବଦଲା ପୁରା କରିଛି ତାର ନିଚ୍ଛକ କାହାଣୀ ଏଥିରେ ପ୍ରତିପାଦିତ ହୋଇଛି । ଉପସ୍ଥିତ ଦର୍ଶକ ମଧ୍ୟ ସସପେନ୍ସ ଓ କମେଡିରେ ଏହି ସିନେମାକୁ ବେଶ ଉପଭୋଗ କରିଛନ୍ତି ।

‘ଶଳା ବୁଢାର ବଦଲା’ ହେଉଛି ଏକ ଜଟିଳ ମାନବ ଭାବନା ଏବଂ ତିକ୍ତତା ଭିତରେ ଏକ ସୁନ୍ଦର ସମ୍ପର୍କର ଚିତ୍ର । ଯେଉଁଥିରେ ଅଛି ଭରପୁର କମେଡି ଓ ସସପେନ୍ସ । ଚଳଚ୍ଚିତ୍ରଟି ଏକ ସରଳ ମାନବ ହୃଦୟର ମୂଲ୍ୟବୋଧକୁ ଆଲୋକିତ କରିଛି ଯେତେବେଳେ ଏକ ସମାଜ ମଧ୍ୟରେ ବିଶୃଙ୍ଖଳା, ଦ୍ୱନ୍ଦ୍ୱ ଏବଂ କ୍ରୋଧ ମଧ୍ୟରେ ମଧ୍ୟ ଏକ ସମ୍ପର୍କ ଗଢି ଉଠିଛି । ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକ ସଂସ୍କୃତିକୁ ନେଇ ଏହି ଚଳଚ୍ଚିତ୍ରରେ ପଶ୍ଚିମ ଓଡିଶାର ଜନଜୀବନକୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିବା ବେଳେ ସଙ୍ଗୀତ ଗୁଡିକବି ବେଶ୍ ହୃଦୟସ୍ପର୍ଶୀ ହୋଇଛି । ଏହି ଚଳଚିତ୍ରରେ ସ୍ବର୍ଗତଃ ଅଟଳ ବିହାରୀ ପଣ୍ଡା, ଚନ୍ଦନା ସିଂହ, ଲୋଚନି ବାଗ, ବିନ୍ଦୁ, ବୈରାଗୀ, ନେତ୍ରାନନ୍ଦ, ଜିତ୍, ମଣ୍ଟୁ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି ।

ତେବେ ଗର୍ବର କଥା ଯେ, ଏକ ଲମ୍ବା ସମୟ ଅବଧି ମଧ୍ୟରେ ଦେଶରେ ଦ୍ୱିତୀୟ ଟ୍ରାଇଲୋଜି ସିନେମା ଆମ ଓଡିଶାରେ ତିଆରି ହୋଇଛି ଓ ତାହା ହେଉଛି ଏକ ନିଆରା ଓ ହୃଦୟସ୍ପର୍ଶୀ ସିନେମା ‘ଶଳା ବୁଢାର ବଦଲା’ । ବହୁ ପୁରସ୍କାର ବିଜେତା ଓ ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକସଂସ୍କୃତିକୁ ନେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ନିର୍ମିତ ‘ଆଦିମ ବିଚାର’ ଓ ‘ଶଲା ବୁଢା’ ପରେ ଏହି ସିନେମା ହେଉଛି ଟ୍ରାଇଲୋଜିର ତୃତୀୟ ଅଧ୍ୟାୟ । ପ୍ରଥମ ଥର ପାଇଁ ପିତା ଓ ପୁତ୍ର ଅର୍ଥାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ପ୍ରଯୋଜକ କୁମାର ସି. ଦେବ ମହାପାତ୍ର ଏକା ଥରକେ ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ଏହି ଟ୍ରାଇଲୋଜିର ସଙ୍ଗୀତ ଜାତୀୟ ପୁରସ୍କାର ପାଇଥିଲା । ପ୍ରଥମରୁ ଜବରଦସ୍ତ ରେସପନ୍ସ ପାଇଥିବା ‘ଶଳା ବୁଢାର ବଦଲା’ ଦୁବାଇ ଏକ୍ସପୋ ୨୦୨୦ ରେ ୱାର୍ଲ୍ଡ ପ୍ରିମିୟର ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.