ETV Bharat / state

Onion Price Hike: ପିଆଜ ଦର ବୃଦ୍ଧିକୁ ନେଇ ଛାତ୍ର କଂଗ୍ରେସର ପ୍ରତିବାଦ - ପିଆଜ ଦର ବୃଦ୍ଧି ଛାତ୍ର କଂଗ୍ରେସର ପ୍ରତିବାଦ

ପିଆଜ ଦର ବୃଦ୍ଧି ନେଇ ଅଭିନବ ଉପାୟରେ ଛାତ୍ର କଂଗ୍ରେସର ପ୍ରତିବାଦ । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ । 20 ଟଙ୍କାରେ ପିଆଜ ବିକିଲା ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

Onion Price Hike
Onion Price Hike
author img

By ETV Bharat Odisha Team

Published : Nov 1, 2023, 7:24 AM IST

Onion Price Hike

ଭୁବନେଶ୍ବର: ପିଆଜ ଦର ବୃଦ୍ଧି ନେଇ ଅଭିନବ ଉପାୟରେ ଛାତ୍ର କଂଗ୍ରେସର ପ୍ରତିବାଦ । କନ୍ଦାଉଛି ପିଆଜି, ଜବାବ ଦିଅ ମୋଦି, ନବୀନ ଓ ରଣେନ୍ଦ୍ର ଏଭଳି ସ୍ଲୋଗାନ୍‌ ଦେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ । ଛାତ୍ର କଂଗ୍ରେସର ପ୍ରତିବାଦକୁ ଦେଖି ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ପୋଲିସ ଛାଉଣୀ ହୋଇଥିଲା । ମନ୍ତ୍ରୀଙ୍କ ଘର ଆଗରେ 20 ଟଙ୍କାରେ ପିଆଜ ବିକିଲା ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ପିଆଜ ବିକ୍ରି କରି ପ୍ରତିବାଦ କଲା ଛାତ୍ର କଂଗ୍ରେସ ।

ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର କଂଗ୍ରେସ ସଭାପତି ୟାସିରଙ୍କ ନେତୃତ୍ୱରେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା । କୃଷିମନ୍ତ୍ରୀ ମନ୍ତ୍ରୀଙ୍କ ବାସଭବନର ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କିଲୋପ୍ରତି ୨୦ ଟଙ୍କା ଦରରେ ପିଆଜ ବିକ୍ରି କରାଯାଇଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଏହି ପିଆଜକୁ କ୍ରୟ କରିଥିଲେ । ଛାତ୍ର କଂଗ୍ରେସ ପକ୍ଷରୁ ଶିଶୁ ଭବନ ଛକଠାରୁ ଏକ ରାଲି କୃଷିମନ୍ତ୍ରୀଙ୍କ ବାସଗୃହ ପର୍ଯ୍ୟନ୍ତ ଆସିଥିଲା ଏବଂ ସେଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ଆଜି ପିଆଜ ଦର ଆକାଶଛୁଆଁ । ଲୋକଙ୍କୁ ପିଆଜ କନ୍ଦାଉଛି । ଏହାର ଜବାବ ମୋଦି, ନବୀନ ଓ ରଣେନ୍ଦ୍ର ଦିଅନ୍ତୁ । କେବେ ଟମାଟୋ କିଲୋପ୍ରତି ୩୦୦ ହେଉଛି ତ କେବେ ପିଆଜ ଦର କିଲୋପ୍ରତି ୧୦୦ ଟଙ୍କା ହେଇଯାଉଛି । ଏବେ ବଜାରରେ ପିଆଜ ଦର ୮୦ ଟଙ୍କା । ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ବା ରାଜ୍ୟ ସରକାରଙ୍କର କୌଣସି ଯୋଜନା ନାହିଁ । ଓଡ଼ିଶାରେ ପିଆଜ ଚାଷୀଙ୍କୁ ପ୍ରୋତ୍ସାହନ ନାହିଁ । ୨୦୧୫ ମସିହାରେ ନବୀନ ସରକାର ପିଆଜ ମିଶନ କଲେ । ଏଥିରେ ୧୨ କୋଟି ୧୨ଲକ୍ଷ ଟଙ୍କା ବ୍ୟୟବରାଦ ହେଲା । ମାତ୍ର ଏବେ ସେ “ପିଆଜ ମିଶନ” ଗଲା କୁଆଡ଼େ? ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ......Skyrocketing Price Of Onion: ‘ପିଆଜ କଳାବଜାରୀ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ’

ତେବେ ଛାତ୍ର କଂଗ୍ରେସ ଏହା ମଧ୍ୟ କହିଛି ଯେ, ସରକାର ହିସାବ ଦେଉଛନ୍ତି ଓଡ଼ିଶାରେ ପାଖାପାଖି ୪ଲକ୍ଷ ମେଟ୍ରିକ ଟନ ପିଆଜ ବାର୍ଷିକ ଉତ୍ପାଦନ ହେଉଛି ଏବଂ ୩ଲକ୍ଷ ମେଟ୍ରିକ ଟନ ଦରକାର ପଡ଼ୁଛି । ତେଣୁ ଏହି ପିଆଜକୁ ଚାଷୀ ଶାଗମାଛ ଦରରେ ଅମଳ ସମୟରେ ବିକି ଦେଉଛି । ରାଜ୍ୟ ବାହାରକୁ ମଧ୍ୟ ପିଆଜ ପଳାଉଛି । କୃଷିମନ୍ତ୍ରୀ ବିଧାନସଭାରେ ଉପସ୍ଥାପିତ କରିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଶୀତଳ ଭଣ୍ଡାର କାମ କରୁଛି ଏବଂ ୯୭ଟି ଅଚଳ ହୋଇପଡ଼ିଛି । ଏଣୁ ପିଆଜକୁ ସଂରକ୍ଷଣ ପାଇଁ ଓଡ଼ିଶାରେ ଶୀତଳ ଭଣ୍ଡାର ନାହିଁ । ଅନେକ କ୍ଷେତ୍ରରେ ପିଆଜର କଳାବଜାରି କରାଯାଉଛି । ତେଣୁ ଓଡ଼ିଶା ପିଆଜ ପାଇଁ ମହାରଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛି । ସେହିପରି ଜାତୀୟ ସ୍ତରରେ ପିଆଜ ଦରକୁ ନିୟନ୍ତ୍ରିତ ରଖିବାପାଇଁ ଏବଂ ପିଆଜ ଉତ୍ପାଦନକୁ ପ୍ରୋତ୍ସାହନ ଏବଂ ପିଆଜକୁ ସାଇତି ରଖିବାପାଇଁ ସରକାରଙ୍କର ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ତେଣୁ ପିଆଜ ଦର ଉପରେ ସରକାରଙ୍କର ଲଗାମ ରହୁନାହିଁ । ତୁରନ୍ତ ପିଆଜଦର ଖସାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.