ଖୋର୍ଦ୍ଧା: ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ବିବାହର ଚାରି ମାସ ନପୁରୁଣୁ ଝିଅର ମୃତ୍ୟୁ । ଏ ଭଳି ଅଭାବନୀୟ ଘଟଣା ଘଟିଛି ଜଟଣୀ ବିକାଶନଗର ଅଞ୍ଚଳରେ । ସୂଚନା ଅନୁଯାୟୀ ଜଟଣୀର ବିକାଶନଗରରେ ରହୁଥିବା ଦୀପୁ ମହାପାତ୍ରଙ୍କୁ ଚାରିମାସ ତଳେ ମୃତକ ପ୍ରଭାତୀ ବାରିକ ପ୍ରେମ ବିବାହ କରିଥିଲେ । ଭଡା ସୂତ୍ରରେ ବିକାଶ ନଗରରେ ରହୁଥିଲେ ଉଭୟ ସ୍ବାମୀ ଦୀପୁ ଏବଂ ପ୍ରଭାତୀ ।
ଆଜି (ସୋମବାର) ଉକ୍ତ ଭଡା ଘରୁ ପ୍ରଭାତୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି । ମୃତକଙ୍କ ବାପ ଘର ପକ୍ଷରୁ ଜଟଣୀ ଥାନାରେ ଯୌତୁକ ଜନିତ ହତ୍ୟା ଅଭିଯୋଗ କରିଛନ୍ତି । ବିବାହର ଚାରି ମାସ ନପୁରୁଣୁ ଝିଅର ମୃତ୍ୟୁକୁ ନେଇ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି ।
ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି ତାହାର ତଦନ୍ତ ଜାରି ରଖିଛି ପୋଲିସ । ତଦନ୍ତ ପରେ ସ୍ପଷ୍ଟ ହେବ ଏହା ହତ୍ୟା କି ଆତ୍ମହତ୍ୟା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ