ETV Bharat / state

​ ଓଡିଶାରେ କେବଳ କାମ କରିବ ନବୀନଙ୍କ ବିକାଶ ମଡେଲ: ଅତନୁ ସବ୍ୟସାଚୀ

author img

By ETV Bharat Odisha Team

Published : Dec 4, 2023, 9:39 PM IST

Updated : Dec 4, 2023, 10:12 PM IST

ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ଅନ୍ୟ କେଉଁ ମଡେଲ କାମ କରିନାହିଁ । ଓଡ଼ିଶାରେ କେବଳ ନବୀନ ମଡେଲ ହିଁ କାମ କରିଛି । ଆଗାମୀ ଦିନରେ ବି କାମ କରିବ । କାରଣ ନବୀନ ମଡେଲ ହେଉଛି ବିକାଶର ମଡେଲ । ଦିଲ୍ଲୀଠୁ ନେଇ ଦୌଲତାବାଦ ଯାଏଁ ଓଡ଼ିଶାର ମଡେଲକୁ ସବୁ ଅନୁକରଣ କରିଛନ୍ତି । ଅଧିକ ପଢନ୍ତୁ

​ ଓଡିଶାରେ କେବଳ କାମ କରିବ ନବୀନଙ୍କ ବିକାଶ ମଡେଲ: ଅତନୁ ସବ୍ୟସାଚୀ ନାୟକ

​ ଓଡିଶାରେ କେବଳ କାମ କରିବ ନବୀନଙ୍କ ବିକାଶ ମଡେଲ

ଭୁବନେଶ୍ବର: ଦେଶର ୫ ଟି ରାଜ୍ୟରେ ହୋଇଥିବାସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୩ ଟି ରାଜ୍ୟରେ ବିଜେପି ସରକାରକୁ ଫେରିଥିବାବେଳେ ଗୋଟେରେ କଂଗ୍ରେସ ଓ ଅନ୍ୟଟି ଏକ ଆଞ୍ଚଳିକ ଦଳ ଖାତାକୁ ଯାଇଛି । ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ମୋଦି ମଡେଲ କାମ କଲା ବୋଲି ବିଜେପି କହିଛି । ତେଣୁ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଢ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନଙ୍କୁ ଜବାବ ଦେଇଛନ୍ତି ବିଜେଡି ନେତା ନେତା ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଓଡ଼ିଶାରେ କେବଳ ନବୀନଙ୍କ ବିକାଶ ମଡେଲ କାମ କରିବ ବୋଲି କହିଛନ୍ତି ଅତନୁ ।

ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ଅନ୍ୟ କେଉଁ ମଡେଲ କାମ କରିନାହିଁ । ଓଡ଼ିଶାରେ କେବଳ ନବୀନ ମଡେଲ ହିଁ କାମ କରିଛି । ଆଗାମୀ ଦିନରେ ବି କାମ କରିବ । କାରଣ ନବୀନ ମଡେଲ ହେଉଛି ବିକାଶର ମଡେଲ । ଦିଲ୍ଲୀଠୁ ନେଇ ଦୌଲତାବାଦ ଯାଏଁ ଓଡ଼ିଶାର ମଡେଲକୁ ସବୁ ଅନୁକରଣ କରିଛନ୍ତି । ସବୁ ରାଜ୍ୟ ବି ଓଡିଶାକୁ ପ୍ରଶଂସା କରିଛନ୍ତି । ନବୀନ ମଡେଲକୁ କେହି ବି ଛୁଇଁ ପାରିବେନାହିଁ । କେଉଁଠି କିଏ ଜିତିଲେ ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ । କାହାର କିଛି ବି ପ୍ରଭାବ ପଡିବ ନାହିଁ । ୨୩ ବର୍ଷରେ ଯେତେ ନିର୍ବାଚନ ହୋଇଛି ସେଥିରେ ଆଉ କାହାର ପ୍ରଭାବ ପଡ଼ିନାହିଁ । ସାଧାରଣ ନିର୍ବାଚନ, ଉପ ନିର୍ବାଚନ, ପଂଚାୟତ ନିର୍ବାଚନ ସବୁଠାରେ କେହି ବିଜେଡିକୁ ଛୁଇଁ ପାରିଲେ ନାହିଁ ।

ଅଧିକ ପଢନ୍ତୁ- କେନ୍ଦ୍ରର ଗରିବ ମାରଣା ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି ମହିଳା ମୋର୍ଚ୍ଚା

ଦେଶର କୌଣସି ଯୋଜନାରେ ଓଡିଶା କେବେ ବାଧକ ହୋଇନାହିଁ । ଆମର ବିକାଶର ଧାରା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଛି । ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଲୋକଙ୍କ ବିକାଶ ପାଇଁ କାମ କରୁଛି । ଯେତେ କେନ୍ଦ୍ରମନ୍ତ୍ରୀ, ଟିମ ଆସିଛନ୍ତି ଆମକୁ ପ୍ରଶଂସା କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ କେମିତି ଓଡ଼ିଶାରେ କେମିତି କାମ କରୁଛି ତାହା ଦେଖିବା ପାଇଁ ଅନ୍ୟ ରାଜ୍ୟରୁ ଲୋକ ଆସୁଛନ୍ତି । ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡିଶାର ମୁକ୍ତା ଯୋଜନାକୁ କେରଳ ଭଳି ରାଜ୍ୟ ନେବା ପାଇଁ ଆଗ୍ରହୀ । କର୍ଣ୍ଣାଟକ ଚାଉଳ ପାଇଁ ଝଗଡା କରୁଛି । ଆମେ ଅଧିକ ଉତ୍ପାଦନ କରୁଛୁ । ଆମେ ଚାହୁଁଛୁ ଏଫସିଆଇ ଅଧିକ ଚାଉଳ ଉଠାଉ । ତେଣୁ ଆମେ କୌଣସି ଯୋଜନାରେ ବାଧକ ସାଜିନୁ । ବରଂ ଲୋକଙ୍କ ବିକାଶ ପାଇଁ କାମ କରୁଛୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 4, 2023, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.