ଖୋର୍ଦ୍ଧା: ଜାତୀୟ ସଂହତି ଶିବିରକୁ ଉଦ୍ଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଓଡିଶା ରାଜ୍ୟ ଭାରତ ସ୍କାଉଟ୍ ଏବଂ ଗାଇଡସ୍ ଆନୂକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ଜାତୀୟ ସଂହତି ଶିବିର ତଥା ରୋଭର ରେଞ୍ଜର ଉଦ୍ଘାଟିତ ହୋଇଛି । ଏହି ଶିବିରରେ ଓଡିଶା ସମେତ 26ଟି ରାଜ୍ୟ ଏବଂ ଦେଶ ବାହାରୁ ବାଂଲାଦେଶର ପ୍ରତିନିଧି ମିଶି 1300ଜଣ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।
ସୂଚନାମୁତାବକ,ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଖୋର୍ଦ୍ଧାରେ ଜାତୀୟ ସଂହତି ଶିବିରରେ ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହି ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ସ୍କାଉଟ୍ ଗାଇଡ୍ ସଂଗଠନ ଦ୍ବାରା ଆୟୋଜିତ ଏହି ସଂହତି ଶିବିରର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଶିବିର ମାଧ୍ୟମରେ ଯୁବପିଢିମାନଙ୍କୁ ପ୍ରେରଣା ଦେବା ସହିତ ଦେଶ ମଧ୍ୟରେ ସଂହତି ସ୍ଥାପନ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ । କେବଳ ଦେଶ ବା ରାଷ୍ଟ୍ର ନୁହେଁ ପ୍ରେମ ଓ ସଂହତି ଦ୍ବାରା ସାରା ବିଶ୍ବକୁ ଏକତାର ଡୋରିରେ ବନ୍ଧା ଜାଇ ପାରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ବିଧାୟକ ବିଷ୍ଣୁଚରଣ ଦାସ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ର , ଜିଲ୍ଲାପାଳ ସିତାଂଶୁ ରାଉତ, ମୁଖ୍ୟ ଡାକପାଳ ସନ୍ତୋଷ କୁମାର କମିଲା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପାରମ୍ପରିକ କଳା ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଆସିଥିବା ଛାତ୍ରଛାତ୍ରୀମାନେ ବେଶ୍ ମନଭରି ଉପଭୋଗ କରିବା ସହିତ ଏହି ଆୟୋଜନକୁ ପ୍ରଶଂସା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ