ETV Bharat / state

ମୋ ଘର ଅନଲାଇନ ଆବେଦନ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରଶାସନିକ ପ୍ରସ୍ତୁତି

author img

By

Published : Jun 13, 2023, 5:10 PM IST

ହିତାଧିକାରୀ ଚୟନ ପାଇଁ ଯୋଗ୍ୟତା, ବ୍ୟାଙ୍କରୁ ଋଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ସହାୟତା, ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରୁ ଗୃହ ଋଣ ବାବଦରେ ସରକାରୀ ସବସିଡି, ଅନଲାଇନ ଆବେଦନ ପ୍ରକ୍ରିୟା ବ୍ୟବସ୍ଥା କରିଛନ୍ତି । ଅଧିକ ପଢନ୍ତୁ

ମୋ ଘର ଅନଲାଇନ ଆବେଦନ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରଶାସନିକ ପ୍ରସ୍ତୁତି
ମୋ ଘର ଅନଲାଇନ ଆବେଦନ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରଶାସନିକ ପ୍ରସ୍ତୁତି
ମୋ ଘର ଅନଲାଇନ ଆବେଦନ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରଶାସନିକ ପ୍ରସ୍ତୁତି

ଭୁବନେଶ୍ବର: ମୋ ଘର ଯୋଜନାର ଅନଲାଇନ ଆବେଦନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆବେଦନ ସଂପର୍କରେ ଜାଣିବା ପାଇଁ ମାର୍ଗଦର୍ଶିକା https://rhodisha.gov.in/moghara ପୋର୍ଟାଲରେ ଉପଲବ୍ଧ ରହିଛି । ହିତାଧିକାରୀ ଚୟନ ପାଇଁ ଯୋଗ୍ୟତା, ବ୍ୟାଙ୍କରୁ ଋଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ସହାୟତା, ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରୁ ଗୃହ ଋଣ ବାବଦରେ ସରକାରୀ ସବସିଡି, ଅନଲାଇନ ଆବେଦନ ପ୍ରକ୍ରିୟା ବ୍ୟବସ୍ଥା କରିଛନ୍ତି ।

ପ୍ରାପ୍ତ ଆବେଦନ ଆଧାରରେ ସଂପୃକ୍ତ ବ୍ଲକ ପ୍ରଶାସନ ଦ୍ବାରା ଆବେଦନର କ୍ଷେତ୍ରୀୟ ଅନୁସନ୍ଧାନ କରାଯିବ । ନିର୍ମାଣ ପାଇଁ ବର୍ତ୍ତମାନର ଘର ଏବଂ ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ, ଆବେଦନକାରୀଙ୍କ ଦ୍ବାରା ଘୋଷଣାର ସଂକ୍ଷିପ୍ତ ଅନୁସନ୍ଧାନ, ଜିଓ ଟ୍ୟାଗ ହୋଇଥିବା ଫଟୋର ଯାଂଚ ଏବଂ ଯୋଜନା ଓ ଆକଳନର ଅନୁମୋଦନ ବ୍ଲକ ସ୍ତରରେ କରାଯିବା । ଆବଶ୍ୟକ ସ୍ଥଳେ ଆଇନ ପରାମର୍ଶ ଦାତାଙ୍କ ଠାରୁ ମତାମତ ନେଇ ସଂପୃକ୍ତ ବ୍ୟାଙ୍କ ଆବେଦନ ପ୍ରାପ୍ତିର ୩୦ ଦିନ କାର୍ଯ୍ୟ ଦିବସ ମଧ୍ୟରେ ଋଣ ମଞ୍ଜୁର ପାଇଁ ବ୍ୟବସ୍ଥା ହେବ । ଯୋଜନାରେ ଉପକୃତ ହେବା ପାଇଁ ଆବଶ୍ୟକ ହେଉଥିବା ପ୍ରମାଣ ପତ୍ର ତହସିଲଦାରମାନେ ଶୀଘ୍ର ପ୍ରଦାନ କରିବେ । ଯୋଜନାର କାର୍ଯ୍ୟକାରିତାରେ ଅଧିକାରୀ ଓ କର୍ମଚାରୀମାନଙ୍କର ଦକ୍ଷତା ବିକାଶ, ସଚେତନତା ସୃଷ୍ଟି, ସମନ୍ବୟ ଏବଂ ତଦାରଖ ପାଇଁ ପ୍ରତ୍ୟେକ ପର୍ଯ୍ୟାୟରେ ବିଡିଓମାନେ ସମ୍ପୂର୍ଣ୍ଣ ଭାବରେ ଜଡିତ ରହିବେ । ଏ ସଂପର୍କରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ ବୈଠକ କରି ସବିଶେଷ ରାଜ୍ୟ ସରକାରଙ୍କୁ ଅବଗତ କରିବେ ।

ଗତ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା ମୋ ଘର ଯୋଜନା । ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ମୋ ଘର ଯୋଜନା ରାଜ୍ୟ ସରକାରଙ୍କର ଏକ ମହତ୍ବକାଂକ୍ଷୀ ଯୋଜନା । ରାଜ୍ୟରେ ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ଏହାର ଲକ୍ଷ୍ୟ । ନିମ୍ନ ଓ ନିମ୍ନ ମଧ୍ୟବିତ୍ତଙ୍କ ଉପକୃତ ପାଇଁ ଉଦ୍ଦିଷ୍ଟ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଯୋଜନାର କାର୍ଯ୍ୟକାରିତା ସଂପର୍କିତ କାର୍ଯ୍ୟ ଅଗ୍ରଗତି ବିବରଣୀ ପ୍ରତିଦିନ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.