ETV Bharat / state

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ବୀଭତ୍ସ ହତ୍ୟା - ଯୁବକଙ୍କୁ ବୀଭତ୍ସ ହତ୍ୟା

Man dead body recovered: ରାଜଧାନୀ ଉପକଣ୍ଠରେ ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବେକରେ କଟା ଦାଗ ରହିଥିବାରୁ ହତ୍ୟା ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ବୀଭତ୍ସ ହତ୍ୟା
man dead body recovered
author img

By ETV Bharat Odisha Team

Published : Jan 14, 2024, 11:14 AM IST

Updated : Jan 14, 2024, 5:02 PM IST

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ବୀଭତ୍ସ ହତ୍ୟା

ନିଆଳି: ରାଜଧାନୀ ଉପକଣ୍ଠରେ ବୀଭତ୍ସ ହତ୍ୟାକାଣ୍ଡ । ବନ୍ଦ ଘରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ବାଲିଅନ୍ତା ଥାନା ଅନ୍ତର୍ଗତ ସାଗୁଆ ଗ୍ରାମରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ହେଉଛନ୍ତି ବିଶ୍ବଜିତ ନାୟକ । କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେନେଇ ବାଲିଅନ୍ତା ଥାନା ବାଳକାଟି ଫାଣ୍ତି ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିଶ୍ବଜିତଙ୍କ ଗଳାରେ କଟାଦାଗ ରହିଥିବାରୁ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।

ମିଳିଥିବା ସୂଚନା ଅନୁୟାୟୀ, ମଞ୍ଚେଶ୍ବର ଥାନା ଅଧୀନ ଭିଏସଏସ ନଗରରେ ବିଶ୍ବଜିତ ନାୟକଙ୍କ ହୋଟେଲ ବ୍ୟବସାୟ ରହିଛି । ବାଳକାଟି ଫାଣ୍ଡି ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଧୀନ ସାଗୁଆ ଗ୍ରା‌ମରେ ସେ ରୁହନ୍ତି । ଗତକାଲି (ଶନିବାର) ମୃତକଙ୍କ ସାନଭାଇ ତାଙ୍କୁ କଲ୍ କରିଥିଲେ । କିନ୍ତୁ ସେ ଫୋନ ନ ଉଠାଇବାରୁ ବିଶ୍ବଜିତଙ୍କ ସାନଭାଇ ପୋଲିସକୁ ଖବର ଦେଇଥିଲେ । ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଓ ଫାଣ୍ଡି ଅଧିକାରୀ ନିରଞ୍ଜନ ନାୟକ ବିଶ୍ବଜିତଙ୍କ ଘରେ ପହଞ୍ଚି ଘର ଭିତରୁ ମୃତଦେହ ଉଦ୍ଧାର କରିଥିଲେ । ତେବେ ଘରୁ ଦୁର୍ଗନ୍ଧ ବାହାରୁ ଥିବାରୁ 2 ଦିନ ତଳେ ବିଶ୍ବଜିତଙ୍କ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ଏହା ମଧ୍ୟ ପଢନ୍ତୁ-ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲା, ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ ଜେଲ୍

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଉପରେ ଏକ କମ୍ବଳ ଘୋଡା ହୋଇଥିବା ଦେଖିବାକୁ ପାଇଥିଲା । ମୃତକଙ୍କ ଗଳାରେ କଟା ଦାଗ ରହିଥିବା ବେଳେ ଘରେ ଥିବା ଖଟ ଓ କାନ୍ଥରେ ରକ୍ତ ଛିଟା ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ତେବେ କିଏ ଓ କାହିଁକି ଯୁବକଙ୍କୁ ହତ୍ୟା କଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ସକାଳୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତକଙ୍କ ବାପା ବିପିନି ବିହାରୀଙ୍କ ଦୁଇ ଜଣ ପତ୍ନୀ । ପ୍ରଥମ ପତ୍ନୀ ନିଶାମଣି ନାୟକଙ୍କ ଦୁଇ ପୁଅ ମଧ୍ୟରୁ ବିଶ୍ବଜିତ ବଡ଼ । ସେ ବିବାହିତ ହୋଇଥିବା ବେଳେ ଭିଏସଏସ ନଗରରେ ହୋଟେଲ ବ୍ୟବସାୟ କରନ୍ତି ।

ମଝିରେ ମଝିରେ ଗାଁକୁ ମଧ୍ୟ ଆସନ୍ତି । କିନ୍ତୁ ବାପା ପୁଅ ଅଲଗା ଅଲଗା ରୁହନ୍ତି । ବିଶ୍ବଜିତଙ୍କ ମାଆ ପୁରୀରେ ରୁହନ୍ତି । ବିଶ୍ବଜିତଙ୍କର ୧୪ ବର୍ଷର ପୁଅ ହଷ୍ଟେଲରେ ରହି ପଢ଼ୁଥିବା ସୂଚନା ମିଳିଛି । ବିଶ୍ବଜିତଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିଲେ ମଧ୍ୟ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହିତ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରୁଛି । ବିଶ୍ୱଜିତଙ୍କ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ଇଟିଭି ଭାରତ, ନିଆଳି

Last Updated : Jan 14, 2024, 5:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.