ETV Bharat / state

ଅଟ୍ରି ଉଷ୍ମ ପ୍ରସ୍ରବଣରେ ମକର ମହୋତ୍ସବ

author img

By

Published : Jan 15, 2020, 11:31 PM IST

ପଞ୍ଚମ ବର୍ଷରେ ପହଞ୍ଚିଥିବା ଏହି ମକର ଉତ୍ସବକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟିତ କରିଛନ୍ତି ।

makar mahoschav
ମକର ମହୋତ୍ସବ ଉଦଘାଟିତ

ଖୋର୍ଦ୍ଧା: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଅଙ୍ଗାଙ୍ଗି ଭାବେ ଯୋଡି ହୋଇ ରହିଛି ବାର ମାସରେ ତେର ପର୍ବ । ବୁଧବାର ମକର ସଂକ୍ରାନ୍ତି ପାଇଁ ଖୋର୍ଦ୍ଧା ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିବାବେଳେ ହଟକେଶ୍ବର ମକର ମହୋତ୍ସବ ପାଇଁ ମଧ୍ୟ ଲୋକଙ୍କ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ମକର ମହୋତ୍ସବ ଉଦଘାଟିତ

ଖୋର୍ଦ୍ଧାର ଅଟ୍ରି ଉଷ୍ମ ପ୍ରସ୍ରବଣସ୍ଥଳୀରେ ଉଦଘାଟିତ ହୋଇଛି ମକର ମହୋତ୍ସବ । ପଞ୍ଚମ ବର୍ଷରେ ପହଞ୍ଚିଥିବା ଏହି ମକର ଉତ୍ସବକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟିତ କରିଛନ୍ତି ।

ମହୋତ୍ସବ ସନ୍ଧ୍ୟା 6ଘଟିକା ସମୟରେ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ଉପଭୋଗ କରିବା ପାଇଁ ଦୂର ଦୁରାନ୍ତରୁ ବହୁ ଦର୍ଶକ ଆସିଥିଲେ । ମାତ୍ର ନିର୍ଦ୍ଧାରିତ ସମୟର ପ୍ରାୟ ତିନି ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ବହୁ ଦର୍ଶକ ଏହାକୁ ଉପଭୋଗ କରି ନପାରି ନିରାଶ ହୋଇ ଫେରିଛନ୍ତି ।

ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ,ବ୍ଲକ ଅଧକ୍ଷା, ଉପାଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ ।

Intro:ବିଳମ୍ବରେ ଉଦଘାଟିତ ହେଲା ହଟକେଶ୍ୱର ମକର ମହୋତ୍ସବ

Body:ଖୋର୍ଦ୍ଧା : ବାର ମାସରେ ତେର ପର୍ବ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଭିତରେ ବାନ୍ଧି ହୋଇ ରହିଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସ୍ରବଣ ସ୍ଥଳୀରେ ପଞ୍ଚମ ବର୍ଷ ପହଂଚିଛି ମକର ମହୋତ୍ସବ । ଆଜି ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟିତ କରିଛନ୍ତି । ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଉପଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଯୋଗଦେଇଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ,ବ୍ଲକ ଅଧକ୍ଷା, ଉପାଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବ ସନ୍ଧ୍ୟା 6ଘଟିକା ସମୟରେ ଆରମ୍ଭ ହେବାକୁ ଥିବା ବେଳେ ଏହାକୁ ଉପଭୋଗ କରିବା ପାଇଁ ଦୂର ଦୁରାନ୍ତରୁ ବହୁ ଦର୍ଶକ ଆସିଥିଲେ କିନ୍ତୁ ଦୀର୍ଘ ସମୟ ପରେ ଅର୍ଥାତ ପ୍ରାୟ ତିନି ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ବହୁ ଲୋକ ଏହାକୁ ଉପଭୋଗ ନକରି ନିରାଶ ହୋଇ ଫେରିଥିଲେ । ସେହିପରି ଆଜିର କାର୍ଯ୍ୟକ୍ରମରେ ବେଗୁନିଆ ପୂର୍ବତନ ବିଧାୟକ ତଥା ବର୍ତମାନର ଚିଲିକା ବିଧାୟକ ଓ ଜିଲା ଯୋଜନା ବୋର୍ଡ଼ ଅଧକ୍ଷ ପ୍ରଶାନ୍ତ ଜଗଦେବ ଆଜିର ଉଦ୍ଘାଟନୀ ସନ୍ଧ୍ୟାରେ ସଂମ୍ମାନୀତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସେ ଠିକ ସମୟରେ ଏଠାରୁ ଚାଲିଯିବାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ମତ ପ୍ରକାଶ ପାଉଥିବା ଲକ୍ଷ କରାଯାଇଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.