ETV Bharat / state

ଆଜି ମଣ୍ଡପରେ ଜଗତଜନନୀଙ୍କ ମହାସପ୍ତମୀ ପୂଜା

ଆଜି ଜଗତଜନନୀ ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କର ମହାସପ୍ତମୀ ପୂଜା । ଭକ୍ତମାନେ ଅନଲାଇନ ଦର୍ଶନ କରୁଥିବାର ସୂଚନା ମିଳିଛି । ଅଧିକ ପଢନ୍ତୁ...

Maa Durga worships in Mandap on Mahasaptami
ଆଜି ମଣ୍ଡପରେ ଜଗତଜନନୀଙ୍କ ମହାସପ୍ତମୀ ପୂଜା
author img

By

Published : Oct 23, 2020, 2:53 PM IST

ଭୁବନେଶ୍ବର: ଆଜି ମଣ୍ଡପରେ ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କର ସପ୍ତମୀପୂଜା । ପୀଠରେ ଚାଲିଛି ମହାଷ୍ଟମୀ ପୂଜା । ମହାଷ୍ଟମୀର ମହାସମାରୋହରେ ଭକ୍ତଙ୍କ ବିନା ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ । ତେବେ କୋଭିଡ କଟକଣା ସହିତ ମା'ଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରାଯାଉଛି ।

ଆଜି ମଣ୍ଡପରେ ଜଗତଜନନୀଙ୍କ ମହାସପ୍ତମୀ ପୂଜା

କୋରୋନା ସମସ୍ତ ପୂଜା ମହୋତ୍ସବକୁ ଫିକା ପକାଇ ଦେଇଛି । ସାଜସଜ୍ଜା, ରଙ୍ଗବେରଙ୍ଗ ଓ ବାଦ୍ୟଯନ୍ତ୍ର ଫାଟି ପଡୁଥିବା ପୂଜା ମଣ୍ଡପ ବର୍ତ୍ତମାନ ଶୂନ୍ୟ ହୋଇଯାଇଛି । ପାର୍ବଣ ଋତୁରେ ଉତ୍ସବମୁଖର ହୋଇପଡୁଥିବା ସହରଗୁଡିକ ନିଦ୍ରାରେ ଶୋଇପଡି ନୀରବ ପାଲଟି ଯାଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପୂଜା ମଣ୍ଡପରେ କଟକଣା ଲଗାଇଛନ୍ତି । ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ ନ ପାଇ ବ୍ୟାକୁଳ ଚିତ୍ତରେ ଫେରୁଥିବାର ଦେଖାଯାଉଛି ।

କିନ୍ତୁ ବିନା ଭକ୍ତଙ୍କ ମେଳରେ ମଧ୍ୟ ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ପୂର୍ବ ପରି ସମସ୍ତ ରୀତିନୀତି ଅନୁଯାୟୀ କରାଯାଉଛି । ତେବେ କୋରୋନା କାଳରେ ଭର୍ଚ୍ଚୁଆଲ ମାଧ୍ୟମର ସହାୟତା ଲୋଡିଛନ୍ତି ମା'ଙ୍କ ଦର୍ଶନ ବିନା ବ୍ୟାକୁଳ ହୋଇପଡିଥିବା ଭକ୍ତ । ଅନେକ ମଣ୍ଡପରେ ଡିଜିଟାଲ ମାଧ୍ୟମରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଶ୍ରଦ୍ଧାଳୁମାନେ ନିଜ ଘରେ ରହି ମା'ଙ୍କର ମହାସପ୍ତମୀର ଅପୂର୍ବ ରୂପକୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି । lତେବେ ମା' ଦୁର୍ଗାଙ୍କର ପୂଜାକୁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତିରେ ପାଳନ କରାଯାଉଛି । କୋରୋନା ପୂଜାରେ ଜନ ସମାଗମକୁ ରୋକିଛି ସତ କିନ୍ତୁ ଲୋକମାନଙ୍କ ମନରେ ପୂଜା ପାଳିବାର ଆନନ୍ଦ ଓ ଉତ୍ସାହକୁ ମୂଳପୋଛ କରି ପାରିନାହିଁ । କୋରୋନା କାଳରେ ମଧ୍ୟ ଶ୍ରଦ୍ଧାଳୁମାନେ ବେଶ୍ ଖୁସି ମନରେ ପୂଜା ପାଳୁଥିବାର ଦେଖାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.