ETV Bharat / state

ପରଦାରେ ଅନୁଭବ-ସ୍ବପ୍ନାଙ୍କ ରୋମାନ୍ସ, ରାଜଧାନୀରେ ରିଲିଜ ହେଲା ଲଭ ଇନ ଲଣ୍ଡନ

କଟକ ପରେ ଭୁବନେଶ୍ୱରରେ ରିଲିଜ ହୋଇଛି ଅନୁଭବ ମହାନ୍ତିଙ୍କ ଫିଲ୍ମ "ଲଭ ଇନ ଲଣ୍ଡନ''। 5ବର୍ଷ ପରେ ପ୍ରିୟ ଷ୍ଟାରଙ୍କୁ ଦେଖିବାକୁ ଥିଏଟରେ ଜମୁଛି ଭିଡ଼ । ରଜରେ ରିଲିଜ ହୋଇଥିବା ଏହି ଫିଲ୍ମ ଲୋକଙ୍କୁ ଭରପୁର ମନୋରଞ୍ଜନ କରାଇବ ବୋଲି ଆଶା ରଖିଛନ୍ତି ନିର୍ମାତା । ଅଧିକ ପଢନ୍ତୁ,

author img

By

Published : Jun 14, 2023, 12:31 PM IST

କଟକ ପରେ ଭୁବନେଶ୍ୱରରେ ରିଲିଜ ହେଲା ଓଡ଼ିଆ ଫିଲ୍ମ "ଲଭ ଇନ ଲଣ୍ଡନ''

ଭୁବନେଶ୍ବର: କଟକ ପରେ ଭୁବନେଶ୍ୱରରେ ରିଲିଜ ହେଲା ଓଡ଼ିଆ ଫିଲ୍ମ "ଲଭ ଇନ ଲଣ୍ଡନ" l ଫିଲ୍ମ "ଲଭ ଇନ ଲଣ୍ଡନ" ଓଡ଼ିଶାର ୬୩ ଟି ପ୍ରେକ୍ଷାଳୟରେ ରିଲିଜ ହୋଇଛି । ଭୁବନେଶ୍ଵର‌ର଼ ସ୍ତୁତି ସିନେମା ହଲରେ ରିଲିଜ ହୋଇଛି ଫିଲ୍ମ । ଦୀର୍ଘ 5 ବର୍ଷ ପରେ ଅନୁଭବ ରଜରେ କମବ୍ୟାକ କରୁଥିବାରୁ ଫିଲ୍ମକୁ ଦେଖିବାକୁ ଥିଏଟରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । କଟକରେ ଦର୍ଶକ ଫିଲ୍ମ ପାଇଁ ଭଲ ପ୍ରତିକ୍ରିୟା ଦେଇଥିବା ବେଳେ ଭୁବନେଶ୍ବର ବ୍ୟତୀତ ରିଲିଜ ହୋଇଥିବା ଅନ୍ୟ ସ୍ଥାନରେ ମଧ୍ୟ ଫିଲ୍ମ ଲୋକପ୍ରିୟତା ହାସଲ କରିବା ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରା ଟିମ ।

ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ରଜ ଉପଲକ୍ଷେ ରିଲିଜ କରିଛି ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନୀତ ବିଗ ବଜେଟ ଫିଲ୍ମ "ଲଭ ଇନ ଲଣ୍ଡନ" । ଗତକାଲିର ପ୍ରଥମ ଦିନ ପ୍ରଥମ ଶୋ'ରେ ଅନୁଭବଙ୍କ ଫ୍ୟାନ୍ସ ମନରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଦୀର୍ଘ 5 ବର୍ଷ ପରେ ଅନୁଭବ ମହାନ୍ତିଙ୍କ ଫିଲ୍ମ ଦେଖି ଉତ୍ସାହିତ ହୋଇଥିଲେ ଫ୍ୟାନ୍ସ । ଦର୍ଶକ ମାନଙ୍କ ମଧ୍ୟରେ ଅନେକ ଆଗ୍ରହ ଉତ୍କଣ୍ଠା ଦେଖି ଭାବବିହ୍ଵଳ ହୋଇଯାଇଥିଲେ ଅନୁଭବ । ନିଜ ପ୍ରତିକ୍ରିୟାରେ ଅନୁଭବ କହିଥିଲେ ଯେ, ''ରଜ ଆମ ଓଡ଼ିଶା ମାଟିର ଗଣ ପର୍ବ, ତେଣୁ ଆମେ ପ୍ରୟାସ କରିଛୁ ଭଲ ସ୍ୱାଦର ଫିଲ୍ମ ଆପଣ ମାନଙ୍କୁ ଭେଟି ଦେବୁ l ଯାହା ସପରିବାର ନିକଟସ୍ଥ ସିନେମାହଲକୁ ଆସି ଦେଖିପାରିବେ ।''

ଅନ୍ୟପଟେ ବାହାନଗା ଟ୍ରେନ ଟ୍ରାଜେଡିରେ ପୀଡିତ ଙ୍କ ପାଇଁ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଂଶ ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ପ୍ରଯୋଜକ ପୁଣିଥରେ ପ୍ରକାଶ କରିଥିଲେ l ଏହି ଅଵସରରେ ଓଡିଶାର ବହୁନାମୀଦାମୀ କଳାକାର ସମେତ ବହୁ ପ୍ରଯୋଜକ ଓ ନିର୍ଦ୍ଦେଶକ, କଳାକାର ଉପସ୍ଥିତ ଥିଲେ।

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ତାଙ୍କର ଦୁଇ ନବାଗତ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା, ସହ ଅଭିନେତା ସରୋଜ,ପ୍ରଯୋଜିକା ଜେ ବର୍ଖା, ଲାଇନ୍‌‌ ପ୍ରଡ୍ୟୁସର ଦେବେନ୍ଦ୍ର ଜଗଦଲ୍,ସୁରଜ ମହାନତା,ନିର୍ଦ୍ଦେଶକ ତାପସ ସରଘରିଆ,ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, ଗୀତିକାର ଡଃ ନିର୍ମଳ ନାୟକ, ଅମର ମ୍ୟୁଜିକ ଓଡିଶା ହେଡ୍ ଦେବାଶିଷ ପଣ୍ଡା , କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କ ସହ ଅନ୍ୟାନ୍ୟ ସମସ୍ତ କଳାକାର ଉପସ୍ଥିତ ଥିଲେ l ଫିଲ୍ମ ଲଭ ଇନ ଲଣ୍ଡନ ରେ ଏକା ସାଙ୍ଗରେ ୪ ଜଣ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅସଦ ନିଜାମ, ଡ଼ଃ ବିନୟ ରଥ ଏବଂ ସୋମେଶ ଶତପଥି ଥିବା ବେଳେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ ଓ ସ୍ମୃତିକା କଣ୍ଠଦାନ କରିଛନ୍ତି। ତେଣୁ ଚଳଚିତ୍ରର ସବୁ ଗୀତ ଗୁଡିକ ବେଶ ଲୋକପ୍ରିୟତା ହାସଲ କରିଛି।

ଇଟିଭି ଭାରତ, ଭୂବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.