ETV Bharat / state

ଜମି ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ - ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ

ଜମି ବିବାଦ ପାଇଁ ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ l ମଙ୍ଗଳ ଆଳତି ଅର୍ଥାତ ପ୍ରଥମିକ ନୀତିକାନ୍ତି ବନ୍ଦ ରହିଛି । ଆଗକୁ ପଢନ୍ତୁ

ଜମି ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ
ଜମି ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ
author img

By ETV Bharat Odisha Team

Published : Oct 25, 2023, 4:04 PM IST

ଜମି ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ଜମି ବିବାଦ ପାଇଁ ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ l ମଙ୍ଗଳ ଆଳତି ଅର୍ଥାତ ପ୍ରଥମିକ ନୀତିକାନ୍ତି ବନ୍ଦ ରହିଛି । ବଡୁ ନିଯୋଗ ଓ ପୂଜା ପଣ୍ଡା ମଧ୍ୟରେ ଜମି ବିବାଦରୁ ପୂଜା ପଣ୍ଡା ନୀତିକାନ୍ତି ବନ୍ଦ କରିଥିବା ନେଇ ସୂଚନା । ଅନ୍ୟପଟେ ନୀତିକାନ୍ତି ବନ୍ଦ ରହିଥିଲେ ବି ମହାପ୍ରଭୁଙ୍କ ଦର୍ଶନ ଜାରି ରହିଛି ।

ପୁଣି ମହାପ୍ରଭୁ ଲିଙ୍ଗରାଜ ନୀତିକାନ୍ତିରେ ବିଭ୍ରାଟ ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ପୂଜା ପଣ୍ଡା ମଙ୍ଗଳ ଆଳତି ଅର୍ଥାତ ପ୍ରଥମିକ ନୀତିକାନ୍ତି ବନ୍ଦ କରିଥିବା ଜଣାପଡିଛି । ଯେଉଁଥିପାଇଁ ମହାପ୍ରଭୁ ଲିଙ୍ଗରାଜ ଉପାସରେ ରହିଛନ୍ତି ।

ତେବେ ପୂଜା ପଣ୍ଡାଙ୍କ କହିବାନୁଯାୟୀ, "ଆମେ ଠାକୁରଙ୍କ ନିତିକନ୍ତି ରେ ଅସହଯୋଗ କରିଛୁ, ଗଙ୍ଗୁଆ ନିକଟରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗାରେ ବଡୁ ନିଯୋଗର ସଭ୍ୟ ମାନେ ହାଇକୋର୍ଟରୁ ଜବରଦସ୍ତ ଅର୍ଡର ଆଣି କାର୍ଯ୍ୟ କରୁଛନ୍ତି l ୨୦୧୯ ମସିହାରେ ପ୍ରଥମେ ଏହାଙ୍କୁ ବନ୍ଦ କରାଯାଇଥିଲା । ପୁନର୍ବାର ଏହି ସ୍ଥାନରେ କାମ କରାଯାଉଛି । ଏନେଇ ସରକାର ଓ ମନ୍ଦିର ଓ ପ୍ରଶାସନକୁ ଜଣାଇଲା ପରେ ମଧ୍ୟ କୌଣସି ସମାଧାନର ବାଟ ବହାରୁନି । ଯାହାଫଳରେ ନୀତି ବନ୍ଦ କରାଯାଇଛି । ଅନ୍ୟପଟେ ବଡୁ ନିଯୋଗଙ୍କ କହିଛନ୍ତି, "ପୂଜା ପଣ୍ଡା ନୀତି ବନ୍ଦ କରିଛନ୍ତି । ଆମେ ଆମ କାମ ସଠିକ ଭାବେ କରୁଛୁ ।"

ଏହାମଧ୍ୟ ପଢନ୍ତୁ..ଉପାସରେ ମହାପ୍ରଭୁ ଲିଙ୍ଗରାଜ, କାଲି ସନ୍ଧ୍ୟାରୁ ବନ୍ଦ ରହିଛି ନୀତିକାନ୍ତି

ତେବେ ସେବାୟତମାନଙ୍କ ମଧ୍ୟରେ ବିବାଦ ଯୋଗୁ ବାରମ୍ବାର ମହାପ୍ରଭୁ ଲିଙ୍ଗରାଜ ଉପାସରେ ରହୁଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଏହାପୂର୍ବରୁ ଅଗଷ୍ଟ 28ତାରିଖରେ ମଧ୍ୟ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖିବାକୁ ମିଳିଥିଲା । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣାଓଟରା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିଲା ।

ତେବେ ୨୦୨୦ ମସିହାରୁ ଉଭୟ ନିଯୋଗଙ୍କ ଭିତରେ ଏହି ବିବାଦ ଲାଗି ରହିଛି । କାରଣ ମହାପ୍ରଭୁଙ୍କ ପଇତା ଲାଗି ନୀତି ଉଭୟ କରିବେ ବୋଲି ନିଜକୁ ଦାବିଦାର କହୁଛନ୍ତି । ଏହାକୁ ନେଇ କୋର୍ଟରେ କେସ୍‌ ମଧ୍ୟ ଚାଲିଛି । ଏହାର ସମାଧାନ ହୋଇ ନଥିବା ବେଳେ ୪ ବର୍ଷ ହେବ ଏହି ନୀତିକାନ୍ତି ହେଇପାରୁନାହିଁ । ତେଣୁ ୪ ବର୍ଷ ହେବ ପୂଜାପଣ୍ଡାମାନଙ୍କ ବିବାଦକୁ ନେଇ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହୁଛି । ଚଳିତ ବର୍ଷ ମଧ୍ୟ ପଇତାଲାଗି ନୀତିକୁ ନେଇ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ଅନ୍ୟପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.