ETV Bharat / state

ନକଲି ଚେକ ଦେଇ ଟଙ୍କା ଲୁଟିନେଲେ ଲୁଟେରା - ଲୁଟ୍ କାରନାମା

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆ ଗ୍ରାମପଞ୍ଚାୟତ କପିଳେଶ୍ବରପୁର ଗ୍ରାମରେ ଅଭିନଵ ଉପାୟରେ ଲୁଟ୍ କରିଛନ୍ତି ଲୁଟେରା। ଅଧିକ ପଢନ୍ତୁ...

ଅଭିନବ ଉପାୟରେ  ଲୁଟେରାଙ୍କ ଲୁଟ୍ କାରନାମା
ଅଭିନବ ଉପାୟରେ ଲୁଟେରାଙ୍କ ଲୁଟ୍ କାରନାମା
author img

By

Published : Oct 26, 2020, 9:30 PM IST

ଖୋର୍ଦ୍ଧା: ନକଲି ବ୍ୟାଙ୍କ ଚେକ ଦେଇ ଟଙ୍କା ହଡପ । ଅଭିନବ ଉପାୟରେ ଲୁଟର ନୂଆ ଫର୍ମୂଲା । ନକଲି ଚେକ ଦେଇ ଅସଲି ଟଙ୍କା ଲୁଟ୍ କରିଛି ଲୁଟେରା।

ଫନି ଘର ଭଙ୍ଗା ବାବଦରେ ତୁମର ଆସିଛି ୩ଲକ୍ଷ ୨୦ହଜାର । ମୋତେ ଟଙ୍କା ଦିଅ ମୁଁ ତୁମକୁ ଚେକ୍ ଦେବି ତୁମେ ବ୍ୟାଙ୍କରୁ ଟଙ୍କା ଉଠାଇବ। ଏଭଳି ଅଭିନଵ ଉପାୟରେ ଲୁଟ୍ କରିଛନ୍ତି ଲୁଟେରା। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀବ୍ଲକ ଡିଆ ଗ୍ରାମପଞ୍ଚାୟତ କପିଳେଶ୍ବରପୁର ଗ୍ରାମରେ।

ଅଭିନବ ଉପାୟରେ  ଲୁଟେରାଙ୍କ ଲୁଟ୍ କାରନାମା
ଅଭିନବ ଉପାୟରେ ଲୁଟେରାଙ୍କ ଲୁଟ୍ କାରନାମା

ଅକ୍ଟୋବର ୨୦ ତାରିଖ ଦିନ କପିଳେଶ୍ବରପୁର ଗ୍ରାମର ସଞ୍ଜୁ ସାହୁଙ୍କ ଘରେ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତିରେ ଜଣେ ଯୁବକ ପହଞ୍ଚିଥିଲେ । ଯୁବକ ଜଣଙ୍କ ସଞ୍ଜୁଙ୍କୁ କହିଥିଲେ ଯେ, ଫନି ଘର ଭଙ୍ଗା ବାବଦରେ ତୁମର ୩ ଲକ୍ଷ୨୦ ହଜାର ଟଙ୍କା ଆସିଛି । ତୁମକୁ ଚେକ୍ ଦେବି ତୁମେ ଟଙ୍କା ଉଠେଇବ । ତେବେ ପ୍ରତିବଦଳରେ ସେ 24 ହଜାର ଟଙ୍କା ଦାବି କରିଥିଲେ।

ସଞ୍ଜୁ ଅଧିକ ଟଙ୍କା ପାଇବା ଲୋଭରେ ୩ ହଜାର ଟଙ୍କାର କାନଫୁଲ, ପେଣ୍ଡି ଦେଇ ଯୁବକଙ୍କ ଠାରୁ ଚେକ ରଖିଥିଲେ । ପରେ ଟଙ୍କା ଓ ସୁନା ଗହଣା ନେଇ ଯୁବକ ଜଣକ ଫେରାର ହୋଇଥିଲେ। ସଞ୍ଜୁ ବ୍ୟାଙ୍କକୁ ଯାଇ ଜାଣିବାକୁ ପାଇଥିଲେ ଚେକଟି ନକଲି ଅଟେ।

ଏସମ୍ପର୍କରେ ସଞ୍ଜୁ ନିରାକାରପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସେହିପରି ଅନୁରୂପ ଭାବରେ ବଡ଼ପୋଖରୀଆ ଗ୍ରାମପଞ୍ଚାୟତ କଣ୍ଠପୁର ଗ୍ରାମର ରେବତୀ ପଲେଇଙ୍କ ଠାରୁ ସମାନ ଢ଼ଙ୍ଗରେ ଟଙ୍କା ଓ ସୁନା ଲୁଟ୍ ହୋଇଥିବା ନିରାକାରପୁର ଥାନାରେ ଅଭିଯୋଗ ହୋଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.