ETV Bharat / state

ପୋଲିସ ଜାଣତରେ ଚାଲିଛି ଦେଶୀ ମଦ ଭାଟି କାରବାର, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ !

ବେଗୁନିଆ ଥାନା ଧଳାପଥର ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଦେଶୀ ରନ୍ଧା ମଦ ପ୍ରସ୍ତୁତି ଓ କାରବାର । ପୋଲିସର ଜାଣତରେ ଚାଲିଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

author img

By

Published : Jul 13, 2022, 11:41 AM IST

ପୋଲିସ ଜାଣତରେ ଦେଶୀ ମଦ ଭାଟିରେ କାରବାର
ପୋଲିସ ଜାଣତରେ ଦେଶୀ ମଦ ଭାଟିରେ କାରବାର

ଖୋର୍ଦ୍ଧା: ବେଗୁନିଆ ଥାନା ଧଳାପଥର ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଦେଶୀ ରନ୍ଧା ମଦ ପ୍ରସ୍ତୁତି ଓ କାରବାର । ପୋଲିସର ଜାଣତରେ ଚାଲିଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପୋଲିସ ଜାଣତରେ ଦେଶୀ ମଦ ଭାଟିରେ କାରବାର

ସୂଚନାଅନୁସାରେ, ମାଣିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ନିଛାଟିଆ ଜଙ୍ଗଲରେ ଚାଲୁଛି ଦେଶ ମଦ ଭାଟି । ମଦ କାରବାର ସମ୍ପର୍କରେ ଧଳାପଥର ଫାଣ୍ଡି ଅଧିକାରୀଙ୍କୁ ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଫାଣ୍ଡି ଅଧିକାରୀଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ମଦମାଫିଆ ମାନେ ଅବାଧରେ ବ୍ୟବସାୟ ଚଳାଉଛନ୍ତି ।

ସେହିପରି ମାଣିବନ୍ଧ ପଞ୍ଚାୟତର ସାମନ୍ତରାପୁରରେ 10 ରୁ 15 ମଦ ଭାଟି ଚଳାଇଥିବା ବେଳେ ପୋଲିସ ସବୁ ଜାଣି ଚୁପ ରହୁଛନ୍ତି ଏବଂ ମଦ ମାଫିଆଙ୍କ ପାଇଁ ଗାଁର ଯୁବକମାନେ ବିପଥଗାମୀ ହେଉଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ମଦ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ବେଆଇନ ମଦ ଭାଟି ବନ୍ଦ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟଲୋକେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.