ETV Bharat / state

KISS Humanitarian Award: ସମ୍ମାନିତ ହେଲେ କେନିଆର ପ୍ରଥମ ମହିଳା ରାଚେଲ୍‍ ରୁଟୋ

author img

By ETV Bharat Odisha Team

Published : Oct 1, 2023, 5:00 PM IST

କେନିଆର ବିଶିଷ୍ଟ ସମାଜସେବୀଙ୍କୁ ତଥା ପ୍ରଥମ ମହିଳାଙ୍କୁ ‘କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ଗ୍ରହଣ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ରାଚେଲ୍‍ ରୁଟୋ । ଅଧିକ ପଢନ୍ତୁ

KISS Humanitarian Award 2022
କେନିଆର ଫାର୍ଷ୍ଟ ଲେଡି ରାଚେଲ୍‍ ରୁଟୋଙ୍କ ସମ୍ମାନିତ

ଭୁବନେଶ୍ବର: କେନିଆର ବିଶିଷ୍ଟ ସମାଜସେବୀଙ୍କୁ ତଥା ପ୍ରଥମ ମହିଳା ରାଚେଲ ରୁଟୋଙ୍କୁ ‘କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଚେଲ୍‌ଙ୍କୁ 'ଦ୍ୱାଦଶ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୨' ପ୍ରଦାନ କରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳ ମହିଳାଙ୍କୁ ଅର୍ଥନୈତିକ ଭାବେ ସଶକ୍ତ କରିବା ସହ ସେମାନଙ୍କ ଉତ୍‍ଥାନ ପାଇଁ କାର୍ଯ୍ୟ କରିଛନ୍ତି ରାଚେଲ । ଏହାସହ ପରିବେଶ ଓ ଜଳବାୟୁ ଉପରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। । ଏହି ସମ୍ମାନ ଗ୍ରହଣ କରିବା ପରେ ରାଚେଲ କହିଛନ୍ତି, "ଏହି ସମ୍ମାନ ଗ୍ରହଣ କରିବା ପାଇଁ ମୁଁ ବହୁ ଦୂରରୁ ଓଡ଼ିଶା ଆସିଛି । ମୁଁ କରିଥିବା କାର୍ଯ୍ୟକୁ ଏଠାରେ ସ୍ୱୀକୃତି ମିଳିଥିବାରୁ ସମ୍ମାନ ଚୟନ କମିଟି, କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତଥା ସମସ୍ତ କର୍ମଚାରୀଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି । ଏହି ସମ୍ମାନ କେବଳ ଯେ ମୋ ପ୍ରୟାସକୁ ସ୍ୱୀକୃତି ତା ନୁହେଁ ଏହା କେନିଆବାସୀ ବିଶେଷ କରି କେନିଆର ମହିଳାମାନଙ୍କ ସହନଶୀଳତା ଓ ସାହସର ସ୍ୱୀକୃତି ।"

ସେହିପରି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, "ଏହି ସମ୍ମାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ମାନବକୈନ୍ଦ୍ରିକ ବିଶ୍ୱକୁ ମାନବିକତାର ସ୍ଥାନରେ ପରିଣତ କରିବାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଏହି ସମ୍ମାନ ଉତ୍ସର୍ଗୀକୃତ । ଏହି ସମ୍ମାନ ହେଉଛି ମାନବବାଦର ଶ୍ରେଷ୍ଠ ସ୍ୱୀକୃତି।" କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଅବସରରେ କହିଛନ୍ତି, "ଆମେ 2ଟି ଭିନ୍ନ ଦେଶର ଲୋକ ହୋଇଥିଲେ ମଧ୍ୟ ଆମର କାର୍ଯ୍ୟ ଦୁହିଁଙ୍କୁ ଏକାଠି କରିପାରିଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି , କିସ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି , ଭାରତରେ ଅବସ୍ଥାପିତ କେନିଆ ଉଚ୍ଚାୟୁକ୍ତ ଉଇଲି କେ ବେଟ୍‍, କିଟ୍‍ ଓ କିସ୍‍ ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶଙ୍କ ସମେତ କେନିଆର ୨୫ ଜଣିଆ ପ୍ରତିନିଧି ଦଳ ଓ କିଟ୍‍ ଓ କିସ୍‍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ୱାହିଦା ରେହମାନଙ୍କ ଓଡିଶା କନେକ୍ସନ୍‌: ବ୍ରହ୍ମପୁର ଆସିଥିଲେ, କ୍ଲାସିକାଲ୍‌ ନୃତ୍ୟରେ କରିଥିଲେ ମତୁଆଲା

ସୂଚନାଯୋଗ୍ୟ, 'କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ' ଏକ ବିଶ୍ୱ ପ୍ରସିଦ୍ଧ ସମ୍ମାନ ଭାବେ ଗ୍ରହଣୀୟ ହୋଇଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ୨୦୦୮ରୁ ପ୍ରଦାନ କରାଯାଇଆସୁଛି । ୨୦୧୮ରେ ବିଶିଷ୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍‍ଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଥିଲା । ତା ପୂର୍ବରୁ ୨୦୧୭ରେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା, ୨୦୧୬ରେ ବିଶିଷ୍ଟ ହଲିଉଡ ଅଭିନେତ୍ରୀ, ଲେଖିକା, ସମାଜସେବୀ ତଥା ୟୁଏନଏଫପିଏର ଗୁଡଉଇଲ ଆମ୍ବାସାଡ଼ାର ଆସ୍‍ଲେ ଜଡ୍‍, ୨୦୧୫ରେ ପେରୁର ପ୍ରାକ୍ତନ ରାଷ୍ଟ୍ରପତି ଆଲେଜାଣ୍ଡ୍ରୋ ଟଲେଡୋଙ୍କୁ ପ୍ରଦାନ କରାଯାଇଥିଲା।

ସେହିପରି ୨୦୧୪ରେ ୟୁଏନ ୱିମେନର ପ୍ରାକ୍ତନ ଆଞ୍ଚଳିକ କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଆନେ ଏଫ୍‍. ଷ୍ଟେନାହାମର, ୨୦୧୩ରେ ସୁଇଜରଲାଣ୍ଡର ବିଶିଷ୍ଟ ଜନପ୍ରିୟ ସମାଜସେବୀ ତଥା ଫ୍ରାନ୍‌ସିକୋ ଜାଭିଅର୍ ବ୍ୟାଗ୍‌ନଡ (ଏଫ୍‌ଏକ୍‌ସବି) ସେଣ୍ଟର ଫର ହେଲ୍‌ଥ ଆଣ୍ଡ ହ୍ୟୁମାନ ରାଇଟ୍‌ସର ପ୍ରତିଷ୍ଠାତା ତଥା ସଭାପତି ଆଲ୍‌ବିନା ଡୁ ବୋସ୍ରୋଭେଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ୨୦୧୨ରେ ଭୁଟାନର ପ୍ରଧାନମନ୍ତ୍ରୀ ଥିନ୍‌ଲେ ଜିଗ୍‌ମେ, ୨୦୧୧ ରେ ବ୍ରିଟେନର ଲର୍ଡ ନିକୋଲାସ୍ ଆଡିସନ୍ ଫିଲିପ୍‌ସ, ୨୦୧୦ରେ ମରିସସ୍ ପୂର୍ବତନ ରାଷ୍ଟ୍ରପତି ସାର୍ ଅନିରୁଦ୍ଧ ଜୁଗନ୍ନାଥ, ୨୦୦୯ରେ କୋରିଆର ବିଶିଷ୍ଟ ଶିକ୍ଷାବିତ, ଚିକିତ୍ସକ ତଥା ହାନ୍‌ସେଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଡଃ ହାମ କି ସନ ଓ ୨୦୦୮ରେ ବିଶିଷ୍ଟ ସମାଜସେବୀ ଦକ୍ଷିଣ ଆଫ୍ରିକା କେନ୍ଦ୍ରମନ୍ତ୍ରୀ ଏଡ୍‌ନା ବୋମୋ ମୋଲେୱାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.