ETV Bharat / state

ଫନି ବାତ୍ୟାରେ ମାଟିରେ ମିଶିଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପୁନଃରୁଦ୍ଧାର କେବେ ?

author img

By

Published : Feb 28, 2021, 2:13 PM IST

ଗୁଣାତ୍ମକ ଶିକ୍ଷାର ଉନ୍ନତି ଓ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ସରକାର ଡିଣ୍ଡିମ ପିଟୁଛନ୍ତି । ବେଟି ପଢାଓ ବେଟି ବଚାଓ ସ୍ଲୋଗାନ ଦେଉଛନ୍ତି ସରକାର । ହେଲେ ଫନି ବାତ୍ୟାରେ ବିଦ୍ୟାଳୟ ଗୃହ ଭାଙ୍ଗି ଯାଇଥିବା ବେଳେ ଏହା ଉପରେ କାହାର ଦୃଷ୍ଟି ପଡିନି ।

ଫନି ବାତ୍ୟାରେ ମାଟିରେ ମିଶିଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପୁନଃରୁଦ୍ଧାର କେବେ ?
ଫନି ବାତ୍ୟାରେ ମାଟିରେ ମିଶିଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପୁନଃରୁଦ୍ଧାର କେବେ ?

ଖୋର୍ଦ୍ଧା: ଗୁଣାତ୍ମକ ଶିକ୍ଷାର ଉନ୍ନତି ଓ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ସରକାର ଡିଣ୍ଡିମ ପିଟୁଛନ୍ତି । ବେଟି ପଢାଓ ବେଟି ବଚାଓ ସ୍ଲୋଗାନ ଦେଉଛନ୍ତି ସରକାର । ଖୁସି ଯୋଜନାରେ ଛାତ୍ରୀ ମାନଙ୍କୁ ନାପକିନ ଦେଉଛନ୍ତି । ହେଲେ ଫନି ବାତ୍ୟାରେ ବିଦ୍ୟାଳୟ ଗୃହ ଭାଙ୍ଗି ଯାଇଥିବା ବେଳେ ଏହା ଉପରେ କାହାର ଦୃଷ୍ଟି ପଡିନି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଭୂଷଣ୍ଡପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

ବାତ୍ୟା ଆଶ୍ରୟ ସ୍ଥଳରେ ପାଠ ପଢୁଛନ୍ତି ଛାତ୍ରୀ । ଆଉ ବାତ୍ୟାରେ ଭାଙ୍ଗି ଯାଇଥିବା ଘରେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । 1996 ମସିହାରେ ପ୍ରତିଷ୍ଠା ଲାଭ କରିଥିବା ବିଦ୍ୟାଳୟ ଫନି ବାତ୍ୟାରେ ଅସ୍ଥିତ୍ୱ ହରାଇଛି । କେଉଁଠି ବିଦ୍ୟାଳୟର ଆଜବେଷ୍ଟସ ଛପର ଉଡି ଯାଇଛି ତ ବର୍ଷାରେ କାନ୍ଥ ଭୁଶୁଡି ଗଲାଣି । ଝରକା କବାଟ ଭାଙ୍ଗି ରୁଜି ଖତ ହୋଇଗଲାଣି । ହେଲେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ବିଦ୍ୟାଳୟ ।

ବିଦ୍ୟାଳୟରେ ପାଚେରୀ ନଥିବା ବେଳେ ପାନୀୟ ଜଳ ପାଇଁ ବ୍ୟବସ୍ଥା ନାହିଁ । ବିଦ୍ୟାଳୟରେ ପଢୁଥିବା ଛାତ୍ରୀମାନେ ନିକଟସ୍ଥ ବାତ୍ୟାଆଶ୍ରୟ ସ୍ଥଳରେ ପାଠ ପଢୁଛନ୍ତି । ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଛା ଶକ୍ତିରୁ ବିଦ୍ୟାଳୟ ଆଜି ଅବହେଳିତ । ବିଦ୍ୟାଳୟର ପୁନଃରୁଦ୍ଧାର ନିମନ୍ତେ ଦାବି ହୋଇଛି । ସେପଟେ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏହାର ସମାଧାନ କରାଯିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.