ETV Bharat / state

ଖୁବଶୀଘ୍ର ଖୋର୍ଦ୍ଧା-ବାରଙ୍ଗ ତୃତୀୟ ରେଲ ଲାଇନ ପ୍ରକଳ୍ପ

author img

By

Published : Feb 15, 2023, 9:30 AM IST

ଖୁବଶୀଘ୍ର ଖୋର୍ଦ୍ଧା ରୋଡ ବାରଙ୍ଗ ତୃତୀୟ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

Khurda Barang Rail Line Project
ଖୁବଶୀଘ୍ର ଖୋର୍ଦ୍ଧା-ବାରଙ୍ଗ ତୃତୀୟ ରେଲ ଲାଇନ ପ୍ରକଳ୍ପ

ଖୋର୍ଦ୍ଧା: ଖୁବଶୀଘ୍ର ଖୋର୍ଦ୍ଧା ରୋଡ ଓ ବାରଙ୍ଗ ତୃତୀୟ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ପୁରୁଣା ROBର ବିଲୋପ ସହିତ କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି। ଏନେଇ ଟପ ସ୍ଲାବ୍ ଅପସାରିତ ହୋଇଛି । ଖୋର୍ଦ୍ଧା ରୋଡ୍‌ ଏବଂ ବାରଙ୍ଗ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ମଞ୍ଚେଶ୍ବର ଏବଂ ବାଣୀବିହାର ରେଳ ଷ୍ଟେସନ ମଧ୍ୟରେ ଥିବା ପୁରୁଣା ରୋଡ୍‌ ଓଭର ବ୍ରିଜ(ROB) ଭଙ୍ଗାଯିବା ସହିତ କାର୍ଯ୍ୟ ତ୍ବାରାନ୍ବିତ କରାଯାଇଛି । ପୁରୁଣା ROBକୁ ଭାଙ୍ଗିବା ପାଇଁ ଭୁବନେଶ୍ବର ଏବଂ କଟକ ମଧ୍ୟରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପରିଚାଳନା ପାଇଁ ଆଉ ଏକ ROB ନିର୍ମାଣ କରାଯାଇଛି ।

ରୋଡ୍‌ ଟ୍ରାଫିକକୁ ନୂତନ ଓଭର ବ୍ରିଜ ଦେଇ ମାର୍ଗ ପରିବର୍ତ୍ତନ କରାଯାଇଛି । ରେଳବାଇ ମଧ୍ୟ ଏହି କାର୍ଯ୍ୟକୁ 3 ମାସ ପୂର୍ବରୁ ଭାଙ୍ଗିବାକୁ ଯୋଜନା କରିଥିଲା । ହକି ବିଶ୍ବକପକୁ ଦୃଷ୍ଟିରେ ରଖି ଏହି କାମକୁ ସାମାନ୍ୟ ବିଳମ୍ବ କରାଯାଇଥିଲା । ସର୍ବନିମ୍ନ ସମୟ ମଧ୍ୟରେ ବହୁ ବିଳମ୍ବିତ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ରେଳବାଇ ଯୋଜନା କରିଛି । ଏହି ସ୍ଥାନରେ ଗଢି ଉଠିଥିବା ବସ୍ତି ହଟାଇବା, ନୂତନ ROB ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଏହି କାର୍ଯ୍ୟକୁ ପୂର୍ବରୁ ବିଳମ୍ବ କରାଯାଇଥିଲା । ତୃତୀୟ ଲାଇନ କାର୍ଯ୍ୟ ସମାପ୍ତ ହେବାପରେ ବ୍ୟସ୍ତବହୁଳ ବାରଙ୍ଗ-ଖୋର୍ଦ୍ଧା ରୋଡ ରେଳ ସେକ୍ସନରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇ ପାରିବ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ ୩୪ଟି ରେଳ ଷ୍ଟେସନ ପୁନଃନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ଚଳିତ ବର୍ଷ ରାଜ୍ୟରେ ୫୭ଟି ଷ୍ଟେସନର ନବୀକରଣ ଲାଗି ବ୍ୟୟ ବରାଦ କରାଯାଇଛି । ଏହାମଧ୍ୟରେ ପୁରୀ, ଭୁବନେଶ୍ଵର, କଟକ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଭଦ୍ରକ, କେନ୍ଦୁଝରଗଡ଼, ବାରିପଦା, ବରଗଡ଼, ବେତନଟି, ବାଲିପାଟଣା, ବ୍ରହ୍ମପୁର, ଯାଜପୁର, ଜଳେଶ୍ଵର, କଣ୍ଟାବାଞ୍ଜି, କେସିଙ୍ଗା, ଖୋର୍ଦ୍ଧା, ଖୋର୍ଦ୍ଧା ରୋଡ଼, କୋରାପୁଟ ଲିଙ୍ଗରାଜ ଟେମ୍ପୁଲ ରୋଡ, ଭଦ୍ରକ,ମଞ୍ଚେଶ୍ବର, ପାରାଦୀପ, ପାରଳାଖେମୁଣ୍ଡି, ରାଇରଙ୍ଗପୁର, ରାୟଗଡ଼ା ସାକ୍ଷୀଗୋପାଳ ଭଳି ଆଦି ଷ୍ଟେସନରେ ଖୁବଶୀଘ୍ର ନବୀକରଣ କାର୍ଯ୍ୟ କରାଯିବ । ପୁରୀ ଲାଗି ସ୍ଵତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

ଏହା ବି ପଢନ୍ତୁ...Khurda-Balangir Rail Project: 68 କିମି ଜଙ୍ଗଲ ଜମି ଅନୁମୋଦନ

ଭୁବନେଶ୍ବର ଏୟାରପୋର୍ଟରୁ ଭକ୍ତମାନେ ସିଧାସଳଖ ପୁରୀ ଯିବା ପାଇଁ ହେଲେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲିଙ୍ଗରାଜ ରୋଡ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ କରାଯାଉଛି । ଏହାଦ୍ବାରା ଯାତ୍ରୀମାନେ ବିଶ୍ବସ୍ତରୀୟ ଯାତ୍ରାର ଉପଭୋଗ କରିପାରିବେ। ବିମାନରୁ ଯାତ୍ରୀମାନେ ଓହ୍ଲାଇବା ମାତ୍ରେ ସିଧାସଳଖ ଲିଙ୍ଗରାଜ ରୋଡ ଷ୍ଟେସନରେ ପହଞ୍ଚି ଟ୍ରେନରେ ପୁରୀ ଯାଇପାରିବେ । ସେହିପରି ୫୦ରୁ ୬୦ କିଲୋମିଟର ପରିଧି ମଧ୍ୟରେ ବନ୍ଦେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ବନ୍ଦେ ମେଟ୍ରୋ ଟ୍ରେନ ପାଇଁ ଡିଜାଇନ୍ ପ୍ରସ୍ତୁତ ସରିବ ।

ପ୍ରକାଶ ଥାଉ କି, ନିକଟରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ-ବଲାଙ୍ଗୀଲର ରେଳ ପ୍ରକଳ୍ପ ପାଇଁ ଜମି ଅନୁମୋଦନ ହୋଇଛି । ପ୍ରକଳ୍ପ କାର୍ଯ୍ୟ ପାଇଁ 68 କିମି ଜଙ୍ଗଲ ଜମିକୁ ଅନୁମୋଦନ ମିଳିଛି । ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 112 କିମିରୁ 180 କିମି ମଧ୍ୟରେ 68 କିଲୋମିଟିର ରେଳ ଲାଇନ ପାଇଁ ଜଙ୍ଗଲ ଜମିକୁ ଅନୁମୋଦନ ଦିଆଯାଇଛି । ଏହି ପ୍ରକଳ୍ପ ବଲାଙ୍ଗୀର, ସୋନପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ ।

ଇଟିିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.