ଖୋର୍ଦ୍ଧା: କୋରୋନା ପାଇଁ ସାରାଦେଶ ଲକଡାଉନ ଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ମଦ ବ୍ୟବସାୟୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିରଯାଇ ନିକଟସ୍ଥ କଟୁଆଳ ଗ୍ରାମ ବରବରା ଓ ନୀଳାଦ୍ରି ପଞ୍ଚାୟତରେ ଆଜି(ବୁଧବର) ସକାଳ ସମୟରେ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରିଛନ୍ତି ।
ବିଶେଷ ସୂତ୍ରରୁ ଖବର ପାଇ ବାଲୁଗାଁ ଏସ ଡି ପିଓ ,ବାଲୁଗାଁ ,ବାଣପୁର ଥାନା ଅଧିକାରୀ ଓ ଅବକାରୀ ବିଭାଗ ୭୦ ଜଣିଆ ଟିମ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ନୀଳାଦ୍ରି ପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତରୁ ୭ ହଜାର ୩ ଶହ ଲିଟର ପୋଚ ଏବଂ ୧୦୦ ଲିଟର ଦେଶୀ ମଦ ପୋଲିସ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ବେଆଇନ ମଦ କାରବାର କରୁଥିବା ବ୍ୟବସାୟୀ ଫେରାର ହୋଇଯାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ