ETV Bharat / state

କୁନି ବୟସରେ କମାଲ, ଓଡିଶୀ ନୃତ୍ୟର ପୂଜାରିଣୀ ସାଜିଛନ୍ତି ସୁଭାଶ୍ରିତା - ଓଡିଶୀ ନୃତ୍ୟଶିଳ୍ପୀ ସୁଭାଶ୍ରୀତା ମହାପାତ୍ର

ମା’ଙ୍କ ପାଖରେ ବସି ଛୁଆଟି ଦିନରୁ ଦେବଦାସୀ ପରମ୍ପରା କଥା ଶୁଣୁଥିଲେ ସୁଭାଶ୍ରୀତା । ଯାହା ଓଡିଶୀ ନୃତ୍ୟ ପ୍ରତି ବଢାଇଥିଲା ତାଙ୍କର ଦୁର୍ବଳତା । ଆଉ ଏହାପରେ ପରିବାରର ସହଯୋଗରେ ମାତ୍ର 4 ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ନୃତ୍ୟ ସାଧନା । ସେ ହେଉଛନ୍ତି ଖୋର୍ଦ୍ଧା ଜଟଣୀର ସୁଭାଶ୍ରୀତା ମହାପାତ୍ର । ଅଧିକ ପଢନ୍ତୁ...

khurdha's subhashrita mohapatra, little artist subhashrita mohapatra, khurdha latest news, odissi dancer subhashrita mohapatra, odissi dance, ଖୋର୍ଦ୍ଧାର ସୁଭାଶ୍ରୀତା ମହାପାତ୍ର, କୁନି କଳାକାର ସୁଭାଶ୍ରୀତା ମହାପାତ୍ର, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ଓଡିଶୀ ନୃତ୍ୟଶିଳ୍ପୀ ସୁଭାଶ୍ରୀତା ମହାପାତ୍ର, ଓଡିଶୀ ନୃତ୍ୟ
କୁନି ବୟସରେ ଓଡିଶୀ ନୃତ୍ୟର ପୂଜାରିଣୀ ସୁଭାଶ୍ରିତା ମହାପାତ୍ର
author img

By

Published : Sep 7, 2020, 1:05 PM IST

ଖୋର୍ଦ୍ଧା: ଐତିହ୍ୟ ଓ ସଂସ୍କୃତିରେ ପରିପୂର୍ଣ୍ଣ ଓଡିଶା । ବିବିଧ କଳା ଓ ପରମ୍ପରାର ଆଧାରରେ ଏହା ବଳିୟାନ । ପ୍ରାଚୀନ ପାଷାଣ ଯୁଗରେ ମନ୍ଦିରର ଚାରି କାନ୍ଥ ମଧ୍ୟରେ ବିଭିନ୍ନ ମୂଦ୍ରା ଓ ଭଙ୍ଗୀରେ ଦେବଦାସୀମାନେ ପରିବେଷଣ କରୁଥିଲେ ନିଜ ମନର ଭାବନା ଓ ଅନୁଭୂତି । ଯାହାକୁ ପରବର୍ତ୍ତୀ ସମୟରେ ମିଳିଲା ଓଡିଶୀ ନୃତ୍ୟର ନାମ । ଆଜି ବି ଓଡିଶୀ ନୃତ୍ୟର ନାମ ଉଠିଲେ ମନରେ ଭାସି ଆସେ ଓଡିଶା ଓ ଏହାର ବଳିଷ୍ଠ ସଂସ୍କୃତି । ତେବେ ଦେଖିବାକୁ ଆକର୍ଷଣୀୟ ଲାଗୁଥିବା ଏହି ନୃତ୍ୟ କଳାରେ ଖୁବ କମ୍‌ ବୟସରେ ପାରଦର୍ଶୀତା ହାସଲ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀର ରାମଚନ୍ଦ୍ରପୁରର ସୁଭାଶ୍ରୀତା ମହାପାତ୍ର । ମାତ୍ର 10 ବର୍ଷ ବୟସରେ ନିଜର କଳାକୁ ନେଇ ସେ ବିଶ୍ବ ଦରବାରରେ ପରିଚିତ ।

କୁନି ବୟସରେ ଓଡିଶୀ ନୃତ୍ୟର ପୂଜାରିଣୀ ସୁଭାଶ୍ରିତା ମହାପାତ୍ର

ମା’ଙ୍କ ପାଖରେ ବସି ଛୁଆଟି ଦିନରୁ ଦେବଦାସୀ ପରମ୍ପରା କଥା ଶୁଣୁଥିଲେ ସୁଭାଶ୍ରୀତା । ଯାହା ଓଡିଶୀ ନୃତ୍ୟ ପ୍ରତି ବଢାଇଥିଲା ତାଙ୍କର ଦୁର୍ବଳତା । ଆଉ ଏହାପରେ ପରିବାରର ସହଯୋଗରେ ମାତ୍ର 4 ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ନୃତ୍ୟ ସାଧନା । ବର୍ତ୍ତମାନ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ମାତ୍ର 10 ବର୍ଷୀୟା ସୁଭାଶ୍ରୀତା ନିଜ କଠିନ ପରିଶ୍ରମ ବଳରେ ଓଡିଶୀ ନୃତ୍ୟର ସାଧନା କରି ଅନେକ ଛୋଟ ବଡ ମଞ୍ଚରେ ନୃତ୍ୟ ପରିବେଷଣର ସୁଯୋଗ ପାଇଛନ୍ତି । ଏହାଛଡା 2017 ଓ 2018ରେ ବିଶ୍ବ ଓଡିଶୀ ଉତ୍ସବ, 2019ରେ ପୁରୀରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପୁରୀ ଡ୍ୟାନ୍ସ ଫେଷ୍ଟିଭାଲ ଓ ପୁରୀ ପରିକ୍ରମାରେ ସେ ନିଜ ନୃତ୍ୟ ଯାଦୁରେ ସଭିଙ୍କୁ ମୁଗ୍ଧ କରିଥିଲେ । ତାଙ୍କ ନୃତ୍ୟ ଯାଦୁରେ ବିମୋହିତ ହୋଇ ବଡଦାଣ୍ଡର ପଣ୍ଡାମାନେ ତାଙ୍କୁ ମନ୍ଦିର ଭିତରକୁ ଯାଇ ମହାବାହୁଙ୍କ ଆଗରେ ନୃତ୍ୟ ପରିବେଷଣ କରିବାକୁ ପାଛୋଟି ନେଇଥିଲେ । ଆଗକୁ ଯାଇ ଦିନେ ରଥଯାତ୍ରାରେ ଝିଅ ମହାବାହୁଙ୍କ ପାଇଁ ଓଡିଶୀ ନୃତ୍ୟ ପରିବେଷଣ କରିବ ବୋଲି ଆଶା ରଖିଛନ୍ତି ମା’ ।

ବର୍ତ୍ତମାନ କୋରୋନା ମହାମାରୀ ସମୟରେ ଲକଡାଉନ ଲାଗି ରହିଥିବା ବେଳେ ଏହି ସମୟର ସୁଯୋଗ ନେଇ ସେ ଘରେ ବସି ବିଭିନ୍ନ ଅନଲାଇନ ପ୍ରତିଯୋଗିତା ଓ କର୍ମଶାଳାରେ ମଧ୍ୟ ଭାଗ ନେଇଥିଲେ । ଝିଅର ଏହି ଅନନ୍ୟ ପ୍ରତିଭାକୁ ଦେଖି ବାପା ମା’ ତାଙ୍କୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପି ଦେଇଛନ୍ତି । ତେବେ ଆଗକୁ ଯଦି ଝିଅକୁ କିଛି ସରକାରୀ ପ୍ରୋତ୍ସାହନ ମିଳନ୍ତା ତେବେ ସୁଭାଶ୍ରୀତା ରାଜ୍ୟ ତଥା ଦେଶର ନା’ ରଖିବା ସହ ନିଜ କଳାକୁ ଅଧିକ ପ୍ରସ୍ଫୁଟିତ କରିପାରିବ ବୋଲି କହିଛନ୍ତି ବାପା ମା’ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.