ଭୁବନେଶ୍ବର: ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ଖରାର ତାତିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ପ୍ରଚଣ୍ଡ ରୌଦ୍ରତାପ ନେଇ ୧୩ ଏପ୍ରିଲରୁ ୧୫ ଏପ୍ରିଲ ଯାଏଁ ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ହିଟ ୱେଭ ୱାର୍ଣ୍ଣିଂ। ସେପଟେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଅତିକ୍ରମ କଲା ରାଜଧାନୀ ତାପମାତ୍ରା ।
ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ତାତି ତାଉରେ ସିଝୁଛି ରାଜଧାନୀ । ଏହାକୁ ନେଇ ଦିନ ୧ଟାରେ ରାସ୍ତାଘାଟ ଖାଁ ଖାଁ ଦେଖିବାକୁ ମିଳୁଛି। ସେହିପରି ଝାରସୁଗୁଡାରେ ତାପମାତ୍ରା ୪୦.୮ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୪୦.୬ ଡିଗ୍ରୀ, ହୀରାକୁଦରେ ୩୯.୨ ଡିଗ୍ରୀ, ଚାନ୍ଦବାଲିରେ ୩୮.୪ ଡିଗ୍ରୀ, ବାଲେଶ୍ବରରେ ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ସ୍ଵାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ ଦିନ ତାପମାତ୍ରା ।
ଏହା ବି ପଢନ୍ତୁ- ଭୁବନେଶ୍ବର ହେବ ଇଣ୍ଟରନ୍ୟାସନାଲ କନଭେନ୍ସନ ଅନ ମିଲେଟ: କୃଷି ସଚିବ
ପ୍ରାୟ ୪୦ ଡିଗ୍ରୀ ପାଖାପାଖି ରହିବ ଦିନ ତାପମାତ୍ରା । ଘରୁ ବାହାରିବା ସମୟରେ ସର୍ତକ ରହିବା ପାଇଁ ସଚେତନ କରାଇଲା ପାଣିପାଗ ବିଭାଗ। ତେବେ ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧିକୁ ନେଇ ୧୩ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ଵର, ସୁନ୍ଦରଗଡ଼, କେନ୍ଦୁଝର । ସେହିପରି ୧୪ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ଵର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ।
ଆସନ୍ତା ୧୫ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ବୌଦ୍ଧ । ଅନ୍ୟପଟେ ଏଥର ମୌସୁମୀରେ ସ୍ୱାଭାବିକ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦେଶର ସ୍ୱାଭାବିକ ବର୍ଷା ୮୭ ସେମିର ୯୬%ବର୍ଷା (ମଡେଲ ଜନିତ ତ୍ରୁଟି ୫%) ସମ୍ଭାବନା ଯାହାକି ସ୍ୱାଭାବିକ ବର୍ଷାର ପରିସରଭୁକ୍ତ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର