ETV Bharat / state

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ, ଦମ୍ପତି ମୃତ - ବାଇକ୍ ଦୁର୍ଘଟଣା ଘଟି ଦମ୍ପତି ମୃତ

ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ଦୀକ୍ଷିତପଡା ଛକରେ ବାଇକ୍ ଦୁର୍ଘଟଣା ଘଟି ଦମ୍ପତି ମୃତ। ମୃତ ଦମ୍ପତି ହେଲେ ଟାଙ୍ଗୀ ଥାନା ସୋରଣ ପଞ୍ଚାୟତ ବଡଡିହ ଗ୍ରାମର ହୁଲ୍ଲାସ ଚନ୍ଦ୍ର ସାହୁ (୫୩) ଓ ମମତା ସାହୁ (୫୦) । ଅଧିକ ପଢ଼ନ୍ତୁ

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ, ଦମ୍ପତି ମୃତ

author img

By

Published : Dec 17, 2022, 10:41 PM IST

ଖୋର୍ଦ୍ଧା : ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ଦୀକ୍ଷିତପଡା ଛକରେ ବାଇକ୍ ଦୁର୍ଘଟଣା ଘଟି ଦମ୍ପତି ମୃତ। ମୃତ ଦମ୍ପତି ହେଲେ ଟାଙ୍ଗୀ ଥାନା ସୋରଣ ପଞ୍ଚାୟତ ବଡଡିହ ଗ୍ରାମର ହୁଲ୍ଲାସ ଚନ୍ଦ୍ର ସାହୁ (୫୩) ଓ ମମତା ସାହୁ (୫୦) । ଦମ୍ପତି ବାଇକରେ ବାଲୁଗାଁରୁ ଟାଙ୍ଗୀ ଆସୁଥିବା ବେଳେ ଦୀକ୍ଷିତପଡା ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।

ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରକ୍ ଦକ୍ଷିଣରୁ ଅପରପାର୍ଶ୍ୱକୁ ଅତିକ୍ରମ କରୁଥିବା ବେଳେ ବାଇକଟି ଟ୍ରକ ପଛ ଭାଗରେ ଥିଲା। ହେଲେ ଚାଳକଙ୍କ ଅସାବଧାନତା ଯୋଗୁଁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକ ସହ ପିଟି ହୋଇଥିଲେ ଦମ୍ପତି। ଏହି ଘଟଣା ପରେ ପତି ପତ୍ନୀ ଉଭୟ ଗୁରୁତର ହୋଇ ପଡିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।

ଏହାସହ ପୋଲିସକୁ ଖବର ଦେଇଥିଲେ। ଖବରପାଇ କୁହୁଡି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ନିଜ ଗାଡିରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ପରୀକ୍ଷା ନୀରିକ୍ଷା ପରେ ଦମ୍ପତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ହୁଲ୍ଲାସ ଚନ୍ଦ୍ର ପେଷାରେ ଘରୋଇ ଫାର୍ମାସିଷ୍ଟ ବୋଲି ଜଣା ପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.