ଖୋର୍ଦ୍ଧା: ବାଣପୁର ବ୍ଲକ କର୍ଯ୍ୟାଳୟକୁ ଘେରାଉ କଲେ ଦେଓଗାଁ ପଞ୍ଚାୟତର ୭୬ ଟି ମହିଳା ଏସ୍ଏଚ୍ଜି ଗ୍ରୁପର ପ୍ରାୟ ଶତାଧିକ ମହିଳା । ଧାରଣରତ ମହିଳାମାନେ ମହିଳା ମହାସଂଘର ଏମ୍ବିକେ, ସିଆରପି, ମହାସଂଘ ସଭାପତି ଓ ସମ୍ପାଦିକାଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗ ଆଣିବା ସହିତ ସେମାନଙ୍କର ବହିଷ୍କାର ଦାବି କରିଛନ୍ତି ।ଅଭିଯୋଗ ଅନୁଯାୟୀ ମହିଳା ମହାସଂଘକୁ ଆସୁଥିବା ସରକାରୀ ଅନୁଦାନ ତଥା ଆୟବ୍ୟୟର ହିସାବକୁ ଏହି ଏମ୍ବିକେ, ସାତ ଜଣ ସିଆରପି, ମହାସଂଘ ସଭାପତି ଓ ସମ୍ପାଦିକା ମହିଳା ସଭ୍ୟ ତଥା ଇସି ମେମ୍ବରମାନଙ୍କୁ ଜଣାଉନାହାନ୍ତି। ତାହାସହ ଅଭିଯୋଗ କଲେ ଏମ୍ବିକେ ଏବଂ ସିଆରପିମାନେ ସେମାନଙ୍କୁ ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି ।
ଏ ସମ୍ପର୍କରେ ଗତ ମାସ ୬ ତାରିଖରେ ଓଡଗାଁର ଏକ ମନ୍ଦିରରେ ଏକ ବୈଠକ ଡକାଯାଇଥିବା ବେଳେ ସଂଘର ସିଆରପି ଓ ଏମ୍ବିକେ ଯୋଗଦେଇ ନଥିବା ସ୍ଥଳେ ମହାସଂଘର ସମ୍ପାଦିକା ଲିଲି ସାମନ୍ତରାୟ ସେମାନଙ୍କୁ ଦୁର୍ବ୍ୟବହାର କରି ବୈଠକରୁ ଉଠି ପଳାଇଥିଲେ।
ଏହାପରେ ଗତ ୧୯ ତାରିଖରେ ମହିଳାମାନେ ବାଣପୁର ବିଡିଓଙ୍କ ଦ୍ବାରସ୍ଥ ହୋଇ ଏହି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଥିଲେ। କିନ୍ତୁ ପ୍ରତିଶୃତି ମୁତାବକ କୈଣସି କାର୍ଯ୍ୟନୁଷ୍ଠାନ ନହେବାରୁ ଶତାଧିକ ମହିଳାମାନେ ବ୍ଲକ ଘେରାଉ କରି ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ବାଣପୁର ପୋଲିସ୍ ଉପସ୍ଥିତ ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ