ETV Bharat / state

ଖୋର୍ଦ୍ଧାରେ ବ୍ରାଉନସୁଗାର ଡିଲ୍ ବେଳେ ଚଢାଉ, ୪ ଗିରଫ

author img

By

Published : Dec 14, 2022, 9:36 AM IST

ବ୍ରାଉନସୁଗାର କାରବାର ଘଟଣାରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ । ବିପୁଳ ପରିମାଣର ବ୍ରାଉନସୁଗାର ଜବତ ସହ ୪ ଗିରଫ । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ବ୍ରାଉନସୁଗାର ଡିଲ୍ ବେଳେ ଚଢାଉ, ୪ ଗିରଫ
ଖୋର୍ଦ୍ଧାରେ ବ୍ରାଉନସୁଗାର ଡିଲ୍ ବେଳେ ଚଢାଉ, ୪ ଗିରଫ

ଖୋର୍ଦ୍ଧା: ବ୍ରାଉନସୁଗାର କାରବାର ସମ୍ପର୍କରେ ଖବର ପାଇ ମଙ୍ଗଳବାର ଖୋର୍ଦ୍ଧା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି । ପ୍ରଥମେ ଅଟ୍ରି ନିକଟରେ ଥିବା ଖେଳ ପଡିଆରେ ବ୍ରାଉନସୁଗାର ବେପାର ପାଇଁ ଡିଲ୍ ହେଉଥିବାର ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ବାଘମାରୀ ପୋଲିସ ସେଠାରେ ଚଢାଉ କରି ୧୩.୩ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ମାମଲାରେ ଗୁରୁଜଙ୍ଗ ଅଞ୍ଚଳର କାହ୍ନା ନାୟକକୁ ଗିରଫ କରାଯାଇଛି ।

ହେଲେ ଚଢାଉ ସମୟରେ କଣ୍ଟାମଳିମ ଗ୍ରାମର ରବିନା ସାମନ୍ତରା ଓ ଭୋଗଡା ଗ୍ରାମର ଜୁଲୁ ଜେନା ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ କାହ୍ନାକୁ ପୋଲିସ କୋର୍ଟ ଚାଲାଣ କରିଛି । ସେହିପରି ଜଙ୍କିଆ ପୋଲିସ ପକ୍ଷରୁ ଛଣଗିରୀ ଅଞ୍ଚଳରେ ଚଢାଉ କରି ୧୧.୯୩ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ଗୁରୁଜଙ୍ଗର ବାବୁଲ ନାୟକକୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପକ୍ଷରୁ ଗୁରୁଜଙ୍ଗ ଗିନି ଫାଟ୍ରୀ ନିକଟରେ ଚଢ଼ାଉ କରି ୫୧ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ରବିନ୍ଦ୍ର ବେହେରା ଓ ସଂଜୟ ସାହୁକୁ ଗିରଫ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.