ETV Bharat / state

ଚାକିରି ଦେବା ନାଁରେ ଚାଲିଛି ସାଇବର ଫ୍ରଡ, କେମିତି ରହିବେ ସତର୍କ ? - ସାଇବର ଠକେଇରୁ କେମିତି ରହିବେ ସତର୍କ

Cyber Expert Prasant Sahu on cyber crime: ଚାକିରି ଦେବା ଆଳରେ ବୃଦ୍ଧି ପାଉଛି ସାଇବର ଫ୍ରଡ । ତେବେ କେମିତି ରହିବେ ସୁତର୍କ ଶୁଣନ୍ତୁ କଣ କହୁଛନ୍ତି ସାଇବର ଏକସ୍ପର୍ଟ ପ୍ରଶାନ୍ତ ସାହୁ । ଅଧିକ ପଢନ୍ତୁ

Cyber Expert Prasant Sahu on cyber crime

author img

By ETV Bharat Odisha Team

Published : Dec 14, 2023, 4:01 PM IST

Updated : Dec 14, 2023, 4:16 PM IST

ଚାକିରି ଦେବା ନାଁରେ ଚାଲିଛି ସାଇବର ଫ୍ରଡ, କେମିତି ରହିବେ ସତର୍କ ?

ଭୁବନେଶ୍ବର: ପାର୍ଟ ଟାଇମ ଚାକିରି ଦେବା ନାଁରେ ଚାଲିଛି ସାଇବର ଫ୍ରଡ । ପ୍ରଥମେ ଲୋକଙ୍କ ବିଶ୍ବାସ ଜିତିବା ପରେ ଚଳୁ କରୁଛନ୍ତି ଲକ୍ଷାଧିକ ଟଙ୍କା । ଅଫର ଜାଲରେ ଫସାଇ ଲୋକଙ୍କ ଆକାଉଣ୍ଟକୁ ଖାଲି କରୁଛନ୍ତି ଦୁର୍ବୃତ୍ତ । ରାଜ୍ୟରେ ଏମିତି ଅନେକ ଘଟଣା ଆସିବା ପରେ ସତର୍କ ରହିବା ଆବଶ୍ୟକ ହୋଇପଡ଼ିଛି । ତେବେ ଏପରି ଠକେଇରୁ କେମିତି ରହିବେ ସୁରକ୍ଷିତ ? ଏପରି ଠକେଇରୁ ସତର୍କ ରହିବା ପାଇଁ ହେଲେ କୌଣସି ଅଜଣା ହ୍ବାଟସଆପ ଗ୍ରୁପରେ ଜଏନ କରନ୍ତୁ ନାହିଁ କିମ୍ବା କୌଣସି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ ।

ଏନେଇ ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି, "ଏପରି ଠକେଇରୁ ସତର୍କ ରହିବା ପାଇଁ ହେଲେ କୌଣସି ଅଜଣା ହ୍ବାଟସଆପ ଗ୍ରୁପରେ ଜଏନ କରନ୍ତୁ ନାହିଁ । ନଚେତ ପାର୍ଟ ଟାଇମ ଚାକିରି ନାଁରେ ଆପଣ ବି ଠକେଇର ଶିକାର ହୋଇପାରନ୍ତି । ବଡ଼ କଥା ହେଲା ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ କରିବା ପରେ ଜଣାପଡୁଛି ଯେ ଅପରାଧୀମାନେ ଭାରତ ବାହାରୁ ଅପରେଟ କରୁଛନ୍ତି । ଥରେ ଲିଙ୍କକୁ କ୍ଲିକ କଲେ ଆପଣଙ୍କ ମୋବାଇଲ ହ୍ୟାକ ହୋଇଯିବ ଏବଂ ଆପଣଙ୍କ ମୋବାଇଲର ସମସ୍ତ ତଥ୍ୟ ଫ୍ରଡ ପାଖକୁ ଚାଲିଯିବ । ତେଣୁ ସେଥିପ୍ରତି ସାବଧାନ ରୁହନ୍ତୁ ଆପଣ ।"

ଏହା ବି ପଢନ୍ତୁ- ଆରବିଆଇର ଚେତାବନୀ, ଫ୍ରଡରୁ ବର୍ତ୍ତିବାକୁ ହେଲେ ସୋସିଆଲ ମିଡିଆ ଲିଙ୍କଠୁ ଦୂରତା ଜରୁରୀ

ସେ ଆହୁରି କହିଛନ୍ତି, "ଭାରତ ବାହାରୁ ଚାଲୁଛି ଏହି ଅପରେସନ । ଥରେ ସେମାନଙ୍କ ପଞ୍ଝାରେ ପଡିଗଲେ ବର୍ତ୍ତିବା ମୁସ୍କିଲ । ବିଶେଷ କରି ଆଇଟି ପ୍ରଫେସନାଲମାନେ ଏପରି ଠକେଇର ଶିକାର ହେଉଛନ୍ତି । କାହାକୁ ଚିହ୍ନିନଥିବା କିମ୍ବା ଜାଣିନଥିବା ବ୍ୟକ୍ତି ପଠାଇଥିବା ହ୍ବାଟସଆପ ଲିଙ୍କକୁ କ୍ଲିକ କରନ୍ତୁ ନାହିଁ । କିମ୍ବା ପାର୍ଟ ଟାଇମ ଚାକିରିର ଲୋଭନୀୟ ଅଫରକୁ ଗ୍ରହଣ କରନ୍ତୁ ନାହିଁ । ନଚେତ ଆପଣଙ୍କ ଆକାଉଣ୍ଟକୁ କିଛି ଦିନ ମଧ୍ୟରେ ଟଙ୍କା ବିନିଯୋଗ ନାଁରେ ଖାଲି କରିଦେବେ ଏହି ସାଇବର ଲୁଟେରା ।"

କେମିତି ହେଉଛି ଠକେଇ ? - ପ୍ରଥମେ ଆପଣଙ୍କ ମୋବାଇଲକୁ ହ୍ବାଟସଆପରେ ଏକ ମେସେଜ ଆସିବ । ଯେଉଁ ମେସେଜରେ ଏକ ପାର୍ଟ ଟାଇମ ଜବ୍‌ର ଅଫର ଥିବ । ଭାରତୀୟ ଯୁବତୀଙ୍କ ନାଁରେ ଆସିବ ଏହି ମେସେଜ । ଆପଣ ଏହାକୁ ଗ୍ରହଣ କରିବା ପରେ ଆପଣଙ୍କୁ ମିଳିଯିବ ଚାକିରି । କାମ ହେଲା କିଛି ୟୁଟ୍ୟୁବ ଭିଡିଓକୁ ଲାଇକ ଓ ସେୟାର କରିବାକୁ ପଡିବ । ଏପରି କଲେ ଆପଣଙ୍କ ଆକାଉଣ୍ଟକୁ ଆସିବ ଟଙ୍କା । ପ୍ରଥମେ ପ୍ରଥମେ ଆପଣଙ୍କ ଆକାଉଣ୍ଟକୁ ୫୦୦ରୁ ୧୦୦୦ ଟଙ୍କା ଆସିବ । ଧୀରେ ଧୀରେ ଆପଣଙ୍କ ବିଶ୍ବାସ ଜିତିବାକୁ ଚେଷ୍ଟା କରିବ ଫ୍ରଡ ମାଷ୍ଟର । ଆହୁରି ଅଧିକ ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କୁ ଦ୍ବିତୀୟ ପର୍ଯ୍ୟାୟକୁ ଯିବାକୁ ପଡିବ । ଏହା ଏକ ଟେଲିଗ୍ରାମ ଆକାଉଣ୍ଟ । ଏହି ଟେଲିଗ୍ରାମ ଗ୍ରୁପରେ ଆପଣ ସାମିଲ ହେବେ । ଫ୍ରଡ ମାନଙ୍କ ଗ୍ରୁପର କିଛି ଲୋକ ଏହି ଗ୍ରୁପରେ ପୂର୍ବରୁ ସାମିଲ ହୋଇସାରିଥିବେ ।

ଏଠାରେ ଆପଣଙ୍କ ନାଁରେ ଏକ ସାଇବର ଓ୍ବାଲେଟ ଖୋଲାଯିବ । ସେମାନେ ଦେଇଥିବା ଓ୍ବେବସାଇଟକୁ ଯାଇ ସେଠାରେ ଏୟାରଲାଇନ ଟିକେଟ କିଣିବେ । ଏହି ଟିକେଟ କିଣିଲେ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ମିଳିବ ବୋଲି ସେମାନେ କହିବେ । ଥରେ ଟିକେଟ କିଣିଲେ ଯଦି ୫୦ ହଜାର ଖର୍ଚ୍ଚ ହେଉଛି ତେବେ ଫ୍ରଡ କମ୍ପାନୀ ଆପଣଙ୍କୁ ୧୦ ହଜାର ଟଙ୍କା ଦେବ । ବାକି ୪୦ ହଜାର ଟଙ୍କା ଆପଣଙ୍କୁ ବିନିଯୋଗ କରିବାକୁ ପଡିବ । ଏହିପରି କିଣିଲେ ଆପଣଙ୍କ ଓ୍ବାଲେଟକୁ କିଛି ଟଙ୍କା ଆସିବ । ଏହିପରି ଆପଣ ବିନିଯୋଗ କରିଚାଲିଥିବେ । ଓ୍ବାଲେଟରେ ଅର୍ଥରାଶି ମଧ୍ୟ ବଢି ବଢି ଚାଲିଥିବ । କିନ୍ତୁ ଥରେ ଆପଣ ଏହି ଓ୍ବାଲେଟରୁ ଟଙ୍କା ଉଠାଇବାକୁ ଚେଷ୍ଟା କଲେ ଆପଣଙ୍କୁ ଗ୍ରୁପରୁ କାଢି ଦିଆଯିବ । ତା ପରେ ଆପଣ ଜାଣିବେ ଯେ ଆପଣ ଯେଉଁ ଅର୍ଥ ବିନିଯୋଗ କରୁଥିଲେ ସେଥିରେ ଠକେଇ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 14, 2023, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.