ETV Bharat / state

ଆଦର୍ଶ ବିଦ୍ୟାଳୟ ପ୍ରଶ୍ନପତ୍ରକୁ ନେଇ ତାତିଲା ହିନ୍ଦୁ ଜାଗରଣ ମଞ୍ଚ

author img

By ETV Bharat Odisha Team

Published : Nov 17, 2023, 8:46 PM IST

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଶ୍ନପତ୍ରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିରୋଧରେ ଭ୍ରମ ଧାରଣା ସୃଷ୍ଟି କରାଯାଉଛି । ଆମ ଧର୍ମ ବିରୋଧରେ ଏକ ବିରାଟ ଷଡ଼ଯନ୍ତ୍ର ବୋଲି କହିଛନ୍ତି ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ହିନ୍ଦୁ ଜାଗରଣ ମଞ୍ଚ । ଆଗକୁ ପଢ଼ନ୍ତୁ

ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର
ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର
ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଖୋର୍ଦ୍ଧା: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିରୋଧରେ ଭ୍ରମ ଧାରଣା ସୃଷ୍ଟି କରାଯାଉଛି । ଶ୍ରୀରାମଚନ୍ଦ୍ରଙ୍କ ବିରୋଧରେ ପାଠ୍ୟକ୍ରମର ପ୍ରଶ୍ନପତ୍ରରେ ପ୍ରଶ୍ନ ପଚରାଯାଉଛି । ଏହା ଆମ ଧର୍ମ ବିରୋଧରେ ଏକ ବିରାଟ ଷଡ଼ଯନ୍ତ୍ର ବୋଲି କହିଛନ୍ତି ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା । ଏପରି କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ହିନ୍ଦୁ ଜାଗରଣ ମଞ୍ଚ ।

ସାରା ବିଶ୍ୱରେ ରାମରାଜ୍ୟର ପ୍ରଶଂସା ହେଉଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିରୋଧରେ ପାଠ୍ୟକ୍ରମର ପ୍ରଶ୍ନପତ୍ରରେ ଭ୍ରମ ଧାରଣା ସୃଷ୍ଟି କରାଯାଉଛି । ବିଦ୍ୟାଳୟ ସଂଗଠନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ୬ଷ୍ଠ ଶ୍ରେଣୀ ଓଡ଼ିଆ ପରୀକ୍ଷା ପ୍ରଶ୍ନପତ୍ରରେ ଏଭଳି ପ୍ରଶ୍ନ ପଚରା ଯାଇଥିଲା । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବିଷୟରେ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଥିବା ଅଭିଯୋଗ କରିଛି ହିନ୍ଦୁ ଜାଗରଣ ମଞ୍ଚ । ଆମ ଧର୍ମ, ସଂସ୍କୃତି ତଥା ଶିକ୍ଷା ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଏପରି କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଞ୍ଚ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ଏପରି ତୃଟି ନକରିବା ପାଇଁ ମଧ୍ୟ ଆବେଦନ କରାଯାଇଛି । ନଚେତ୍‌ ହିନ୍ଦୁ ସମାଜ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ହିନ୍ଦୁ ଜାଗରଣ ମଞ୍ଚ। ଏନେଇ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ହିନ୍ଦୁ ଜାଗରଣ ମଞ୍ଚ ।

ଏହା ମଧ୍ୟ ପଢ଼ନ୍ତୁ......୫ମ ଦିନରେ କର୍ପୋରେଟର ଆନ୍ଦୋଳନ; ସିଏମସି ଅଫିସର ମୁଖ୍ୟ ଫାଟକ ତାଲା ପକାଇଲା କଂଗ୍ରେସ

ପ୍ରଶ୍ନପତ୍ରରେ ଅନୁଚ୍ଛେଦଟିକୁ ପଢି ଯେ କୌଣସି ୫ଟି ପ୍ରଶ୍ନର ଉତ୍ତର ଦେବାର ନିର୍ଦ୍ଦେଶ ଥିଲା । କ୍ରମରେ ଉଲ୍ଲେଖ କରାଯାଇଥିଲା ଯେ କଳ୍ପନା ପ୍ରସ୍ତୁତ ଅତୀତର ରାମରାଜ୍ୟ କଥା ଉଦ୍ଧାର କରି ଏମାନେ ପୁଣି ସେହି ରାମରାଜ୍ୟକୁ ଫେରିଯିବାକୁ ଚାହାଁନ୍ତି । ପ୍ରଥମତଃ ଅତୀତରେ ରାମରାଜ୍ୟ ନଥିଲା ଖାଲି ପଶ୍ଚାତମୁଖୀ ପରାଜିତ ଲୋକଙ୍କ ରଙ୍ଗୀନ ଚଷମା ଭିତର ଦେଇ ଏହା ଦେଖା ଦେଇଥାଏ । ଦ୍ଵିତୀୟତଃ ଆଧୁନିକ ଯୁଗର ଦୋଷାବଳୀ ଏମାନଙ୍କ ଆଖିରେ ଅତି ରଞ୍ଜିତ ହୋଇ ଦେଖାଯାଏ ଓ ତାହାର ଉପକାରିତା ଏମାନେ ପୁରାପୁରି ଭୁଲି ଯାଇଛନ୍ତି ବୋଲି ହିନ୍ଦୁ ଜାଗରଣ ମଞ୍ଚ କହିଛି ।

ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ରଙ୍କୁ କୋଟି କୋଟି ଭାରତୀୟ ତଥା ବିଶ୍ବର ଅଗଣିତ ହିନ୍ଦୁ ଧର୍ମାଲମ୍ବୀମାନେ ନିଜର ଆରାଧ୍ୟ ଦେବତା ଭାବେ ଗ୍ରହଣ କରିଛନ୍ତି । ହଜାର ହଜାର ବର୍ଷ ପୂର୍ବରୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଆଦର୍ଶ ଭାବେ ମାନି ନେଇଥବା ଅଗଣିତ ହିନ୍ଦୁ ଆରାଧ୍ୟ ଶ୍ରୀରାମଚନ୍ଦ୍ରଙ୍କ ପରାକାଷ୍ଠା, ସୁଶାସକ, ସୁନୀତି ତଥା ସତ୍ୟନିଷ୍ଠତାକୁ ନେଇ ଅନେକ ପ୍ରାଚୀନ ଧର୍ମଗ୍ରନ୍ଥ ସମୃଦ୍ଧ । ତେବେ ଓଡିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ର ପ୍ରତିଟି ହିନ୍ଦୁଙ୍କ ମନରେ ଘୋର ଆଘାତ ପ୍ରଦାନ କରିଥିବା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.