ETV Bharat / state

ଓଡ଼ିଶାରେ ବିଜେପି ସରକାର କରିବ, ମୁଁ ଶପଥ ଗ୍ରହଣ ସମାରୋହରେ ଆସିବି: ହିମନ୍ତ ବିଶ୍ୱଶର୍ମା

author img

By ETV Bharat Odisha Team

Published : Jan 13, 2024, 6:36 PM IST

Assam CM in Odisha: ଓଡ଼ିଶାରେ ବିଜେପି ସରକାର କରିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ, ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି ମଧ୍ୟ କହିଛନ୍ତି । ଅଧିକ ପଢନ୍ତୁ

himant biswa sarma
ହିମନ୍ତ ବିଶ୍ୱଶର୍ମା
ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର କରିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏପରିକି ସେ ଶପଥ ଗ୍ରହଣ ସମାରୋହରେ ଆସିବେ ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି, "2019 ନିର୍ବାଚନରେ ଓଡ଼ିଶାରେ 38 ପ୍ରତିଶତ ଭୋଟ ପାଇଥିଲା ବିଜେପି । ମାତ୍ର 4 ପ୍ରତିଶତ ଭୋଟ ବ୍ୟବଧାନ ରହିଥିଲା । ଦେଖୁ ଦେଖୁ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଯିବ । ମୋଦି ସରକାର ବିଗତ 5 ବର୍ଷ ମଧ୍ୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଆସୁଛନ୍ତି । ବିଜେପି ଓଡ଼ିଶାରେ ଏକ ସ୍ବତନ୍ତ୍ର ଭାବରେ ମାହୋଲ ପ୍ରସ୍ତୁତ କରି ରଖିଛି ।"

ଲୋକସଭାରେ ଗତ ଥର ବିଜେପିକୁ 38 ପ୍ରତିଶତ ଭୋଟ ମିଳିଥିଲା । ବିଧାନସଭାରେ 32 ପ୍ରତିଶତ ଭୋଟ ମିଳିଥିଲା । ଅନ୍ୟପଟେ "ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ତାହେଲେ ବିଜେପି କେମିତି 38 ପ୍ରତିଶତ ଭୋଟ ମିଳିଲା ?" ବୋଲି ପ୍ରଶ୍ନ କରିଛନ୍ତି ହିମନ୍ତ ବିଶ୍ବଶର୍ମା ? ସେ କହିଛନ୍ତି, "ଏଠାକାର ବ୍ରାଣ୍ଡର ନେଗେଟିଭ ଦିଗ ମଧ୍ୟ ରହିଛି । 38 ପ୍ରତିଶତ ଭୋଟ୍ ଅର୍ଥାତ ଅତି କମରେ 1 କୋଟି ଲୋକ ନଜର । ତେଣୁ ଯଦି 1 କୋଟି ଲୋକ ଜଣେ ବ୍ୟକ୍ତି କିମ୍ବା ପାର୍ଟିକୁ ବ୍ରାଣ୍ଡ ବୋଲି ମାନୁନାହାନ୍ତି, ତେବେ 2024ରେ ଆଉ 30 କି 50 ଲକ୍ଷ ଭୋଟ ଆସିବା ପାଇଁ କେତେ ସମୟ ଲାଗିବ ? ଆମ ଦଳ ଓଡ଼ିଶାରେ ସରକାର କରିବ ଏବଂ ଶପଥ ଗ୍ରହଣ ସମାରୋହକୁ ମୋତେ ଆସିବା ପାଇଁ ପଡ଼ିବ ବୋଲି ମୁଁ ଜାଣିଛି ।"

ଏହା ମଧ୍ୟ ପଢନ୍ତୁ...ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ସେ ଆହୁରି ମଧ୍ୟ କହିଛନ୍ତି, "ଏହାର ସମସ୍ତ ଯୋଜନା ଶ୍ରୀ ଜଗନ୍ନାଥ କରୁଛନ୍ତି । ଆଗାମୀ ଦିନରେ ଜଗନ୍ନାଥଙ୍କ ଓଡ଼ିଶାର ସେବା କରିବ ବିଜେପି ସରକାର । ତେଣୁ ମହାପ୍ରଭୁ ଜଗନ୍ନାଥ ବିଜେପିକୁ ସୁଯୋଗ ଦେବେ ବୋଲି ଆଶା ଆଉ ବିଶ୍ୱାସ ରହିଛି । ଓଡ଼ିଶାରେ ବିଜେପିର ସମସ୍ତ କର୍ମକର୍ତ୍ତା ମିଶି ସରକାର କରିବେ ।" ସେପଟେ ନାଁ ନେଇ ବିଜେଡିକୁ ଟାର୍ଗେଟ କଲେ ହିମନ୍ତ । ଅନ୍ୟ ପାର୍ଟି ଭଳି ଜଣେ ବ୍ୟକ୍ତିଙ୍କୁ ଆଧାର କରି ଲଢିବା ବିଜେପି ଦଳ କାମ କରେ ନାହିଁ ବୋଲି କହିଛନ୍ତି ହିମନ୍ତ ବିଶ୍ଵ ଶର୍ମା । ସେପଟେ ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପ୍ରସଙ୍ଗକୁ ନେଇ ସେ କହିଛନ୍ତି, "ଏ ଯାତ୍ରାର ନାମ ଭାରତ ତୋଡ ଅନ୍ୟାୟ ଯାତ୍ରା ଦେବା କଥା । ଏହା ନ୍ୟାୟ ଯାତ୍ରା ନା ଅନ୍ୟାୟ ଯାତ୍ରା । ଯେଉଁ ବ୍ୟକ୍ତି ପ୍ରଭୁ ରାମଙ୍କ ସହ ଅନ୍ୟାୟ କରେ, ସେ ଭାରତ ସହ କେମିତି ନ୍ୟାୟ କରିବ । ରାହୁଲ ଗାନ୍ଧୀ ରାମଲାଲାଙ୍କୁ ଆଡେଇ ଦେଉଛନ୍ତି । 1947 ମସିହାରେ କଂଗ୍ରେସର ନେତାମାନେ ଭାରତକୁ ଭାଙ୍ଗି ପାକିସ୍ତାନ ତିଆରି କରିଥିଲେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.