ଭୁବନେଶ୍ବର: ଡହ ଡହ ଖରା ଓ ଅସହ୍ୟ ଗୁଳୁଗୁଳିରେ ପେଶି ହେଉଛନ୍ତି ରାଜ୍ୟବାସୀ । ସକାଳ 9ଟା ହେବା ମାତ୍ରେ ଟାଇଁଟାଇଁ ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଆହୁରି 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରଭାବ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଉଇଛି। ଆଜି ଏବଂ ଆସନ୍ତାକାଲି ଉପକୂଳ ଓଡିଶା ପାଇଁ ସାମାନ୍ୟ ଆଶ୍ବସ୍ତି ରହିଥିବା ବେଳେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଲାଗିରହିବ ତାତି । ଗତକାଲି ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ଏଠାରେ ତାପମାତ୍ରା 46 ଡିଗ୍ରୀ ପାର କରିଥିଲା।
-
Realized #weather during past 24 hours over the districts of #Odisha pic.twitter.com/IqoRlB9JRE
— Meteorological Centre, Bhubaneswar (@mcbbsr) June 13, 2023 " class="align-text-top noRightClick twitterSection" data="
">Realized #weather during past 24 hours over the districts of #Odisha pic.twitter.com/IqoRlB9JRE
— Meteorological Centre, Bhubaneswar (@mcbbsr) June 13, 2023Realized #weather during past 24 hours over the districts of #Odisha pic.twitter.com/IqoRlB9JRE
— Meteorological Centre, Bhubaneswar (@mcbbsr) June 13, 2023
ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଅଗ୍ନିବର୍ଷା, ତାପମାତ୍ରା @46.1
ଆନ୍ୟପଟେ ଆସନ୍ତାକାଲି ରଜ ଥିବାରୁ ଗ୍ରୀଷ୍ମର ପ୍ରବାହ ଏହାକୁ ସାମାନ୍ୟ ଫିକା ପକାଇପାରେ । ତାତି ଭୟରେ ଲୋକେ ସନ୍ଧ୍ୟା ସମୟରେ ଘରୁ ବାହାରି ରଜ ମଉଜ କରିବେ । ରଜ 3ଦିନ ଯାକ ଜାରି ରହିବ ଗ୍ରୀଷ୍ମର ଲହରୀ । ଚଳିତ ବର୍ଷ ରଜରେ କୋହଲା ପାଗ ସ୍ବପ୍ନ ହୋଇଛି । ସୋମବାର ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 44.3ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା 46.1 ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜି ମଧ୍ୟ ଆଉ ସମ୍ବଲପୁର ତାପମାତ୍ରା ଅଧିକ ରହିବା ନେଇ ଆଶଙ୍କା କରାଯାଉଛି । ସୋମବାର ସାରା ରାଜ୍ୟରେ ସମ୍ବଲପୁର ଉତ୍ତପ୍ତ ସହର ହୋଇଥିଲା । ଏଭଳି ସ୍ଥିତିରେ ସମ୍ବଲପୁରରେ ସାଧରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।
-
ଆଗାମୀ ୫ ଦିନ ରାଜ୍ୟରେ ଜାରିରହିବ ଗ୍ରୀଷ୍ମ ପ୍ରବାହ!!!
— Meteorological Centre, Bhubaneswar (@mcbbsr) June 13, 2023 " class="align-text-top noRightClick twitterSection" data="
">ଆଗାମୀ ୫ ଦିନ ରାଜ୍ୟରେ ଜାରିରହିବ ଗ୍ରୀଷ୍ମ ପ୍ରବାହ!!!
— Meteorological Centre, Bhubaneswar (@mcbbsr) June 13, 2023ଆଗାମୀ ୫ ଦିନ ରାଜ୍ୟରେ ଜାରିରହିବ ଗ୍ରୀଷ୍ମ ପ୍ରବାହ!!!
— Meteorological Centre, Bhubaneswar (@mcbbsr) June 13, 2023
ଏହା ମଧ୍ୟ ପଢନ୍ତୁ-କଲବଲ କରୁଛି ଟାଇଁଟାଇଁ ଖରା, ସାଢେ 11ଟା ସୁଦ୍ଧା ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର
2ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିବ ବୋଲି ଗତକାଲିପାଣିପାଗ ବିଭାଗ କହିଥିଲା । କିନ୍ତୁ ଆସନ୍ତା 5ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରବାହ ଜାରି ରହିବ ବୋଲି ଆଜି ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଖରାକୁ ଦୃଷ୍ଟିରେ ରଖି ଦିନ 11ଟାରୁ 3ଟା ମଧ୍ୟରେ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଛୋଟ ପିଲା, ବୟସ୍କ ବ୍ୟକ୍ତି ତଥା ରୋଗାଗ୍ରସ୍ତ ଲୋକେ ଖରାରୁ ଦୂରେଇ ରହିବା ଆବଶ୍ୟକ । ଅଂଶୁଘାତରୁ ବର୍ତ୍ତିବା ପାଇଁ ପ୍ରଚୁର ମାତ୍ରାରେ ପାନୀୟ ପାଣି ପିଇବା ଜରୁରୀ ।
ଜୁନ୍ 8 ତାରିଖରେ କେରଳ ଛୁଇଁଥିଲା ମୌସୁମୀ । ଏହାର କିଛିଦିନ ପରେ ଓଡ଼ିଶାରେ ମୌସୁମୀ ଛୁଇଁବା କଥା । କିନ୍ତୁ ଏପର୍ଯ୍ୟନ୍ତ ମୌସୁମୀର ଦେଖା ନାହିଁ । ଫଳରେ ବର୍ଷାକୁ ଅନାଇ ରହିଛନ୍ତି ରାଜ୍ୟବାସୀ । କେବେ ବର୍ଷା ହେବ ଓ କେବେ ତାତିରୁ ମୁକ୍ତି ମିଳିବ ସେନେଇ ଅପେକ୍ଷା ରହିଛି ।