ETV Bharat / state

Sikkim Flash Flood: ଏୟାରପୋର୍ଟରେ ଶହୀଦ ଓଡ଼ିଆ ଯବାନଙ୍କୁ ଗାର୍ଡ ଅଫ ଅନର୍‌, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ - ଶହୀଦ ଓଡ଼ିଆ ଯବାନ ସରୋଜ ଦାସ

ଭୁବନେଶ୍ବର ଏୟାରପୋର୍ଟରେ ଶହୀଦ ଓଡ଼ିଆ ଯବାନ ସରୋଜ ଦାସଙ୍କୁ ଦିଆଗଲା ଗାର୍ଡ ଅଫ ଅନର୍‌ । ଅଧିକ ପଢନ୍ତୁ

Martyred Odia Jawan Saroj Kumar Das
Martyred Odia Jawan Saroj Kumar Das
author img

By ETV Bharat Odisha Team

Published : Oct 7, 2023, 4:15 PM IST

Updated : Oct 7, 2023, 10:28 PM IST

Sikkim Flash Flood

ଭୁବନେଶ୍ବର/ଢେଙ୍କାନାଳ: ଶହୀଦ ଓଡ଼ିଆ ଯବାନ ସରୋଜ ଦାସଙ୍କୁ ଦିଆଗଲା ଗାର୍ଡ ଅଫ ଅନର୍‌ । ଭୁବନେଶ୍ବରରେ ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର୍‌ ଦିଆଯାଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସିକ୍କିମ ବାଦଲଫଟା ବର୍ଷା ପରେ ତିସ୍ତା ନଦୀରେ ଆସିଥିବା ବନ୍ୟାରେ ସରୋଜ ଭାସିଯାଇଥିଲେ । ଏହାପରେ ତାଙ୍କ ପାର୍ଥିବ ଶରୀର ବାଟାଲିୟାନ ୟୁନିଟ ଅଫିସକୁ ଅଣାଯାଇଥିଲା । ଏହାପରେ ସରୋଜଙ୍କ ପାର୍ଥିବ ଶରୀର ଓଡ଼ିଶାକୁ ସ୍ବତନ୍ତ୍ର ବିମାନ ଯୋଗେ ପଠାଯାଇଥିଲା ।

ସରୋଜଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମଭୂମି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରକୁ ନିଆଯିବ । ପ୍ରଥମେ ଶହୀଦ ସରୋଜଙ୍କ ପାର୍ଥିବ ଶରୀର ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ । ଏହାପରେ କାମାକ୍ଷାନଗର ଦିଘି ପଞ୍ଚାୟତରକୁ ଯିବ ପାର୍ଥୀବ ଶରୀର । ଗାଁ ଶ୍ମଶାନରେ ସରୋଜଙ୍କ ଅନ୍ତିମ ସଂସ୍କାର କରାଯିବ । ତେବେ ଶହୀଦ ସରୋଜଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଛି ।

ଏହା ବି ପଢନ୍ତୁ- ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯବାନ ଶହୀଦ: ଫଟୋ ଦେଖି ମୃତଦେହ ଚିହ୍ନଟ କଲେ ପରିବାର, କାଲି ପହଞ୍ଚିବ ପାର୍ଥିବ ଶରୀର

ସୂଚନା ଥାଉ କି ଶହୀଦ ସରୋଜ ଦାସ ଢେଙ୍କାନାଳ ଜିଲ୍ଲା କେନ୍ଦୁଢ଼ିପ ଗ୍ରାମର ଅଧିବାସୀ ରାମଚନ୍ଦ୍ର ଦାସ ଓ ମାଆ ଶାନ୍ତିଲତାଙ୍କ ୪ପୁଅ ଝିଅଙ୍କ ମଧ୍ୟରେ ସାନ ପୁଅ ଥିଲେ । ଗତ ୨୦୧୨ ମସିହା ସେପ୍ଟେମ୍ବର ୨୧ତାରିଖରେ ସେ ଭାରତୀୟ ସେନା ବାହିନୀର ଯୋଗ ଦେଇଥିଲେ । ସେନା ବାହିନୀର 620 EME ବାଟାଲିୟନ ବା ଇଲକ୍ଟ୍ରୋନିକ୍ସ ଆଣ୍ଡ ମେକାନିକାଲ ଇଞ୍ଜିନିୟର୍ସରେ ହାବିଲଦାର ଭାବେ ନିଜର ବେସ ୟୁନିଟ କୋଲକାତାରେ କାର୍ଯ୍ୟରତ ଥିଲେ । ଗତ ୭ ମାସ ତଳେ ସରୋଜ କୁମାରଙ୍କ ବିବାହ ହୋଇଥିଲା ।

ଏହା ବି ପଢନ୍ତୁ- Sikkim Flash Floods: ସିକ୍କିମ ବନ୍ୟାରେ ନିଖୋଜ ଯବାନଙ୍କ ମଧ୍ୟରୁ ଜଣେ ଓଡିଆ

ଦୁଇ ମାସ ପୂର୍ବରୁ ଅର୍ଥାତ ଅଗଷ୍ଟ ମାସରେ ସେ ନିଜ ଘରକୁ ଆସିଥିଲେ । ମଙ୍ଗଳବାର ରାତିରେ ୧୦ଟାରେ ସରୋଜ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ତେବେ ଯବାନମାନଙ୍କ ପ୍ରାକ୍ଟିସ ବା ଏକ୍ସରସାଇଜ ଟ୍ରେନିଂରେ ସିକ୍କିମ ଯାଇଥିଲେ ସରୋଜ । ମାତ୍ର ବେସ ୟୁନିଟ ଫେରିବା ବେଳେ ସିକ୍କିମ ପ୍ରଳୟଙ୍କାରୀ ବନ୍ୟା ସବୁ କିଛି ଓଲଟ ପାଲଟ କରିଦେଲା । ଚାହୁଁ ଚାହୁଁ ଭାସିଗଲା ଯବାନଙ୍କ କ୍ୟାମ୍ପ । ନିଖୋଜ ହୋଇଗଲେ ୨୩ଯବାନ । ତାଙ୍କ ଭିତରେ ରହିଗଲେ ଏହି ଓଡ଼ିଆ ଯବାନ ସରୋଜ ଦାସ ।

ଅନ୍ତେଷ୍ଟିକ୍ରିୟା ପାଇଁ ଗାଁ ଶ୍ମଶାନରେ ଚାଲିଛି ପ୍ରସ୍ତୁତି

ଅନ୍ତେଷ୍ଟିକ୍ରିୟା ପାଇଁ ଗାଁ ଶ୍ମଶାନରେ ଚାଲିଛି ପ୍ରସ୍ତୁତି:- ଶହୀଦ ଯବାନ ସରୋଜଙ୍କ ପାର୍ଥିବ ଶରୀର ଆଜି ଆସି ନିଜ ଜନ୍ମମାଟିରେ ପହଞ୍ଚିବ । ଗ୍ରାମରେ ଶୋକାକୁଳ ପରିବେଶ ଥିବା ବେଳେ ସମସ୍ତେ ଚାହିଁ ରହିଛନ୍ତି ସରୋଜଙ୍କ ଟିକିଏ ଶେଷ ଝଲକ ଦେଖିବା ପାଇଁ । ଜନ୍ମଭୂମି କେନ୍ଦୁଢିପ ଗ୍ରାମ ଶ୍ମଶାନରେ ହେବ ସରୋଜଙ୍କ ଅନ୍ତେଷ୍ଟ୍ରିକ୍ରିୟା l ସେଥିପାଇଁ ଚାଲିଛି ପ୍ରସ୍ତୁତି । ପାରିଜାତ କ୍ଲବ ଓ ଗ୍ରାମବାସୀଙ୍କ ସହଯୋଗରେ କାମାକ୍ଷାନଗର ଜିରାଳଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଇଛି l ଗ୍ରାମ ଶ୍ମଶାନରେ ବ୍ୟାରିକେଟ ବନ୍ଧା ସାଙ୍ଗକୁ ସଫେଇ କାର୍ଯ୍ୟକ୍ରମ ଚାଲିଛି । ଶେଷ ଦର୍ଶନ ପାଇଁ ଆତ୍ମୀୟସ୍ୱଜନ ଓ ସମ୍ପର୍କୀୟଙ୍କ ସୁଅ ଛୁଟିବାରେ ଲାଗିଛି l

ଇଟିଭି ଭାରତ, ଭୁବନେଶ୍ବର/ଢେଙ୍କାନାଳ

Last Updated : Oct 7, 2023, 10:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.