ETV Bharat / state

ବିଆରଏସରେ ମିଶିବେ ଗିରିଧର ଗମାଙ୍ଗ, ସମର୍ଥକଙ୍କ ସହ ଗଲେ ହାଇଦ୍ରାବାଦ

author img

By

Published : Jan 27, 2023, 2:27 PM IST

Updated : Jan 27, 2023, 3:26 PM IST

ଆଜି ବିଆରଏସରେ ମିଶିବେ ଗିରିଧର ଗମାଙ୍ଗ । ଏଥି ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦ ଯାଇଛନ୍ତି ଗିରିଧର ଗମାଙ୍ଗ। ଅଧିକ ପଢନ୍ତୁ

ସମର୍ଥକଙ୍କ ସହ ହାଇଦ୍ରାବାଦ ଗଲେ ଗିରିଧର ଗମାଙ୍ଗ

ଭୁବନେଶ୍ବର: ଓଡ଼ିଶାରେ ପାଦ ଥାପିବ BRS । ଆଜି BRSରେ ମିଶିବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଏଥିପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦ ଯାଇଛନ୍ତି ଗିରିଧର ଗମାଙ୍ଗ । ତାଙ୍କ ସହ ୨୫ରୁ ଊର୍ଦ୍ଧ୍ବ ପୂର୍ବତନ ମନ୍ତ୍ରୀ, ସାଂସଦ, ବିଧାୟକ ଓ ନେତା ଆଜି BRSରେ ହେବେ ସାମିଲ । BRS ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଉପସ୍ଥିତରେ ଦଳରେ ହେବେ ସାମିଲ ।

ବିଆରଏସରେ ମିଶିବା ଲାଗି ହାଇଦ୍ରାବାଦ ଯାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, ସ୍ତ୍ରୀ ହେମା ଗମାଙ୍ଗ । ଏଥି ସହ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ନବୀନ ନନ୍ଦ, ଚାଷୀ ନେତା ଶେଷଦେବ ନନ୍ଦ, ଅକ୍ଷୟ କୁମାର, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ପୂର୍ବତନ ସାଂସଦ ରାମ ହାଂସଦା, ବାଲିପାଟଣା ପୂର୍ବତନ ବିଧାୟକ ରାଘବ ସେଠି, ସୋନପୁର ପୂର୍ବତନ ବିଧାୟକ ଦେବରାଜ ସେଠ, RTI କର୍ମୀ ପ୍ରଦୀପ ପ୍ରଧାନ ଓ ନବ ନିର୍ମାଣ କୃଷକ ସଙ୍ଗଠନର କିଛି ନେତା ।

ଅପରାହ୍ନ ୪ଟାରେ ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ବିଆରଏସ ମୁଖ୍ୟ ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଏମାନେ ବିଆରଏସରେ ସାମିଲ ହେବେ । ଗତ ୨୫ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ପଦ୍ମ ଛାଡିଥିଲେ ଗମାଙ୍ଗ ଓ ତାଙ୍କ ପୁଅ । ପୂର୍ବରୁ କନ୍ଧମାଳର ପୂର୍ବତନ କଂଗ୍ରେସ ନେତା କୈଳାସ ମୁଖି BRSରେ ସାମିଲ ହୋଇସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 27, 2023, 3:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.