ଖୋର୍ଦ୍ଧା: କୋରୋନାର ତାଡନା ସିଧାସଳଖ ପଡିଛି ଚାଷୀ କୁଳ ଉପରେ । ମହାମାରୀ କୋରୋନା ପାଇଁ ସାରା ଦେଶ ଲକଡାଉନ । ଏହାରି ଭିତରେ ଚାଷୀ ତା'ର କ୍ଷେତକୁ ଚାଷ ଉପଯୋଗୀ କରିପାରିନାହିଁ । ନା ବିଲ ଚାଷ ହୋଇଛି ନା ଖତ ଲାଗିଛି ।
କିନ୍ତୁ ପରମ୍ପରା ଅନୁଯାୟୀ ରବିବାର ଚାଷୀ କ୍ଷେତକୁ ଆସି ଅଖିମୁଠି ଅନୁକୂଳ କରିଛି । ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ କ୍ଷେତରେ ଚାଷୀ ଧାନ ବୁଣା ଅନୁକୂଳ କରି ମା ଲକ୍ଷ୍ମୀଙ୍କ ନିକଟରେ ଭଲ ଫସଲ ପାଇଁ ଗୁହାରି କରିଥାଏ ଚାଷୀ ।
ମହାମାରୀ କୋରୋନା ଏବଂ ଅଦିନିଆ ବର୍ଷା ପାଇଁ ଚଳିତ ରବିଫସଲ କ୍ଷତିଗ୍ରସ୍ତ ଚାଷୀର ଚିନ୍ତା ବଢାଇଛି । ଏହାରି ଭିତରେ ଚାଷୀ ଠାକୁରଙ୍କୁ ଡାକି ଅଖିମୁଠି ଅନୁକୂଳ କରିଛି । ସେପଟେ ସରକାର ତୁରନ୍ତ ଚାଷୀ କୁଳକୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ