ETV Bharat / state

ଖବର ପ୍ରସାରଣ ପରେ ମିଳିଲା ସହାୟତା, ତାରେଶ୍ୱରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସରକାର ଓ ସ୍ବେଚ୍ଛାସେବୀ

ଦିବ୍ୟାଙ୍ଗ ତାରେଶ୍ବର ପଣ୍ଡାଙ୍କ ପରିବାରକୁ ସହାୟତାର ହାତ ବଢେଇଲେ ସରକାର ଓ ସ୍ବେଚ୍ଛାସେବୀ । ସହାୟତା ପାଇଁ ଗତ ୮ ତାରିଖରେ ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା । ଅଧିକ ପଢନ୍ତୁ

ତାରେଶ୍ୱରଙ୍କୁ ସହାୟତା
ତାରେଶ୍ୱରଙ୍କୁ ସହାୟତା
author img

By

Published : Jan 11, 2023, 6:26 PM IST

ତାରେଶ୍ୱରଙ୍କୁ ସହାୟତା

ଖୋର୍ଦ୍ଧା: ମଲିପଦର ଗ୍ରାମର ଅସହାୟ ଦିବ୍ୟାଙ୍ଗ ତାରେଶ୍ୱର ପଣ୍ଡାଙ୍କୁ ସହାୟତା କରିବା ପାଇଁ ଇଟିଭି ଭାରତରେ ଗତ ଜାନୁଆରୀ ୮ ତାରିଖରେ ଖବର ପ୍ରସାରଣ ହୋଇଥିଲା । ଖବର ବାଜିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ । ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ପଞ୍ଚାୟତ ସମ୍ପ୍ରସାରିତ ଅଧିକାରୀ ଦେବାଶିଷ ସାହୁ, ବ୍ଲକ ଯୋଗାଣ ଅଧିକାରୀ ପ୍ରମୁଖ ପହଞ୍ଚି ତାରେଶ୍ୱରଙ୍କ ପରିବାରକୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପ୍ରଶାସନକୁ ଦିଶୁନି ତାରେଶ୍ୱରଙ୍କ ଦୁରାବସ୍ଥା, ସରକାରୀ ସହାୟତା ଅପେକ୍ଷାରେ ପୁରା ପରିବାର

ଖବର ବାଜିବା ପରେ ସହାୟତାର ହାତ ବଢ଼ାଇଲେ ଉଭୟ ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ମଲିପଦର ଗ୍ରାମର ଦିବ୍ୟାଙ୍ଗ ତାରେଶ୍ୱର ପଣ୍ଡା କିଭଳି ନିଜ ଶଯ୍ୟାଶାୟୀ ବାପା ମାଆଙ୍କ ସେବା କରି ଶ୍ରବଣ କୁମାର ପାଲଟିଛନ୍ତି ସେନେଇ ଖବର ପ୍ରସାରଣ ହୋଇଥିଲା । ଏହାସହ ସହାୟତାର ହାତ ବଢାଇବା ପାଇଁ ନିବେଦନ ମଧ୍ୟ କରାଯାଇଥିଲା । ତାରେଶ୍ୱର ଏବଂ ତାଙ୍କ ପରିବାର ସମ୍ପର୍କରେ ଈଟିଭି ଭାରତରେ ଖବର ପ୍ରସାରଣ କରି ବେଗୁନିଆ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗତ 8 ତାରିଖରେ ଖବର ବାଜିବା ପରେ ତତ୍ପରତା ଦେଖାଇଛି ବ୍ଲକ ପ୍ରଶାସନ । ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ପଞ୍ଚାୟତ ସମ୍ପ୍ରସାରିତ ଅଧିକାରୀ ଦେବାଶିଷ ସାହୁ, ବ୍ଲକ ଯୋଗାଣ ଅଧିକାରୀ ପ୍ରମୁଖ ପହଞ୍ଚି ତାରେଶ୍ୱରଙ୍କ ପରିବାରକୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Annual Bird Census: ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, କମିଛି ପକ୍ଷୀଙ୍କ ସଂଖ୍ୟା

ଦିବ୍ୟାଙ୍ଗ ତାରେଶ୍ୱରଙ୍କ ପରିବାରକୁ ଚାଉଳ ଏବଂ କିଛି ଶୁଖିଲା ଖାଦ୍ୟ ଓ ପନିପରିବା ପ୍ରଦାନ କରିଥିଲେ । ସେହିଭଳି ତାରେଶ୍ୱରଙ୍କୁ ଯାତାୟାତ ପାଇଁ ଏକ ନୂତନ ଟ୍ରାଇ ସାଇକେଲ ପ୍ରଦାନ କରି ସେମାନଙ୍କ ପାଇଁ ଚିକିତ୍ସା ସୁବିଧା କରିବା ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେହିଭଳି ଖବର ଦେଖି କଟକର ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ଗ୍ରୁପ ପହଞ୍ଚି ତାରେଶ୍ୱରଙ୍କ ପରିବାର ପାଇଁ ତିନି ମାସର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ସେହିଭଳି ଭୁବନେଶ୍ୱର ସ୍ବେଚ୍ଛାସେବୀ ଇଂ ରୀନା ସାହୁ ତାରେଶ୍ୱରଙ୍କ ଘରେ ପହଞ୍ଚି ପରିବାର ଚଳିବା ପାଇଁ କିଛି ଆର୍ଥିକ ସହାୟତା କରିବା ସହ ପ୍ରତି ମାସରେ ଏହି ପରିବାରର ଦାୟୀତ୍ୱ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ତାଙ୍କ ବାପା ଶ୍ୟାମସୁନ୍ଦରଙ୍କ ଚିକିତ୍ସା ପାଇଁ ସହାୟତା କରିବା ପାଇଁ କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.