ଖୋର୍ଦ୍ଧା: ପୁଣି ଦନ୍ତା ଆତଙ୍କ ଦେଖାଯାଇଛି ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଙ୍କାଳ ଗ୍ରାମରେ । ଦନ୍ତା ଆକ୍ରମଣର ଶୀକାର ହୋଇଛନ୍ତି ଦମ୍ପତି । ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ବିଶିକା ପ୍ରଧାନ ହାତୀ ଆକ୍ରମଣରେ ଗୁରୁତର ହୋଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି ।
ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ସେମାନେ ପୋଖରୀରେ ମାଛ ଖାଦ୍ୟ ପକାଇବାକୁ ଯାଇଥିଲେ । 20ଟି ହାତୀ ଆସି ତାଙ୍କ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା ସହିତ ଉଭୟଙ୍କୁ ଶୁଣ୍ଢରେ କଚାଡି ଫୋପାଡି ଦେଇଥିବା ଜଣା ପଡ଼ିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ