ETV Bharat / state

ଦିଲ୍ଲୀ ସମେତ ଭୁବନେଶ୍ୱରରେ ED ରେଡ୍, ବ୍ୟାଙ୍କ୍ ଠକେଇ ନେଇ ବିଲଡର ସଂସ୍ଥାରେ ଛାନଭିନ୍‌ - ବିଲଡର ସଂସ୍ଥାରେ ଇଡି ପକ୍ଷରୁ ଚଢାଉ

ବ୍ୟାଙ୍କ ଠକେଇ ମାମଲାରେ ବିଲଡର ସଂସ୍ଥାରେ ଇଡି ପକ୍ଷରୁ ଚଢାଉ । ଏକକାଳୀନ ୮ ସ୍ଥାନରେ ଚଢାଉ କରାଯାଇଥିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

Ed raids construction firm in Bhubaneswar

author img

By

Published : May 18, 2023, 4:24 PM IST

Updated : May 18, 2023, 10:33 PM IST

ଭୁବନେଶ୍ବର: ବ୍ୟାଙ୍କରେ 25 କୋଟିର ହେରଫେର ନେଇ ଇଡିର ବଡଧରଣର ରେଡ୍ । ଦିଲ୍ଲୀ ସମେତ ଭୁବନେଶ୍ୱରର ୮ଟି ସ୍ଥାନରେ ଇଡି ପକ୍ଷରୁ ରେଡ କରାଯାଇଛି । ବିଭିନ୍ନ ବିଲଡର ସଂସ୍ଥା ଉପରେ ଏକକାଳୀନ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସୁରନାଗ, ଜିଡିଏସ ଭଳି ଏକାଧିକ ବିଲଡର ଅଫିସରେ ଛାନ୍‌ଭିନ୍‌ କରିଛନ୍ତି ଇଡି ଅଧିକାରୀ ।

ସୂଚନାଅନୁସାରେ, ଭୁବନେଶ୍ୱର ଷ୍ଟେସନ ବଜାର ନିକଟ ପ୍ଲଟ ନମ୍ବର ୧୪/୩୭୩ରେ ଥିବା ସୁରନାଗ ବିଲଡର ଅଫିସରେ ରେଡ୍ କରିବା ସହ ଫରେଷ୍ଟ ପାର୍କ ୯୨୧/୨୪୧୫ ରେ ଥିବା ଜିଡିଏସ ବିଲଡର ଅଫିସରେ ଛାନଭିନ କରିଛନ୍ତି ଇଡି ଅଧିକାରୀ । ଅଫିସର କମ୍ପ୍ୟୁଟରରେ ଥିବା ହାର୍ଡ ଡିସ୍କର ତଥ୍ୟ ଆଧାରରେ ଛାନଭିନ କରିବା ସହ ବିଲଡର ସଂସ୍ଥାର ଆର୍ଥିକ କାରବାର ଓ‌ ବ୍ୟବସାୟିକ କାରବାର ନେଇ ମଧ୍ୟ ଛାନଭିନ କରିଛନ୍ତି । ଏପରିକି ବିଭିନ୍ନ‌ ପ୍ରୋଜେକ୍ଟ ସାଇଟ୍ ସମ୍ପର୍କିତ ତଥ୍ୟ ସଂଗ୍ରହ ସହ ବିଭିନ୍ନ ପ୍ରୋଜେକ୍ଟ ସହ ଜଡ଼ିତ ଥିବା ଆର୍ଥିକ କାରବାର‌, ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ୍‌ କରି ତଥ୍ୟ ହାସଲ କରିଥିବା ନେଇ ସୂଚନା ମିଳିଛି ।

ମିଳିଥିବା ତଥ୍ୟ ଅନୁସାରେ, ବିଭିନ୍ନ ସମୟରେ ବ୍ୟାଙ୍କରେ ନକଲି ଦସ୍ତାବିଜ୍‌ ଦେଇ ବ୍ୟାଙ୍କରୁ ଲୋନ ନେଇ ହେରଫେର କରିଥିବା ନେଇ ଅଭିଯୋଗ ଆଧାରରେ ଛାନଭିନ ହୋଇଥିବା ସୂଚନା ମିଳିଛି । ଏନେଇ ଆର୍ଥିକ ହେରଫେର ଆଇନ ଆଧାରରେ ରେଡ୍‌ କରିବା ସହ ଇଡି ଅଧିକାରୀ ବିଭିନ୍ନ ତଥ୍ୟ ହାସଲ କରିଛନ୍ତି । ତେବେ ସୁରନାଗ ବିଲଡର ସଂସ୍ଥା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୧୭ ପର୍ଯନ୍ତ ଶେଷ ଆର୍ଥିକ କାରବାର ରହିଥିଲା । ବିଗତ ୨୪ବର୍ଷ ଧରି କମ୍ପାନୀ ତାର ବ୍ୟବସାୟିକ କାରବାର କରିଥିବା ବେଳେ ଅଶୋକ ପାତ୍ର, ଅନୁରାଗ ପାତ୍ର, ଅନୁପ୍ରିୟା ପାତ୍ର ଏହାର‌ ନିର୍ଦ୍ଦେଶକ ରହିଥିଲେ। ପରେ ବିଲଡର ସଂସ୍ଥାର ଏକାଧିକ ସ୍ଥାନରେ ପ୍ରୋଜେକ୍ଟ ଥିବା ବେଳେ ଏହାର ନିର୍ଦ୍ଦେଶକ ଥିବା ଅଶୋକ ପାତ୍ର ମଧ୍ୟ ଅନେକ ବିଲଡର ସଂସ୍ଥା ସହ ମଧ୍ୟ ଜଡିତ ରହିଥିଲେ ।

ଚନ୍ଦନ ବିଲଡକନ ପ୍ରାଇଭେଟ୍ ଲିମିଟେଡ, ସୁରନାଗ ଆଣ୍ଡ ରିତା ବିଲଡର ପ୍ରାଇଭେଟ୍ ଲିମିଟେଡ, ଉନା ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ , ଲିଭିଂ ସ୍ପେସ୍‌ ସର୍ଭିସ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ସହ ମଧ୍ୟ ଜଡିତ ଥିବା ଜଣାପଡିଛି । ତେଣୁ ଇଡି ଖୋଜୁଥିବା ବ୍ୟାଙ୍କ ଫ୍ରଡ୍ ମାମଲାରେ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଥିବା ବେଳେ ଏକାଧିକ ବିଲଡର ସଂସ୍ଥାର ୮ଟି ସ୍ଥାନରେ ରେଡ୍ କରି ବହୁ କାଗଜ ପତ୍ର ହାର୍ଡଡିସ୍କ୍‌ ଜବତ କରାଯାଇଛି । ଏଥିସହ ଆର୍ଥିକ କାରବାର ହୋଇଥିବା ବ୍ୟାଙ୍କ୍‌ ଡିଟେଲ ମଧ୍ୟ ହସ୍ତଗତ ହୋଇଛି । ଏନେଇ କିପରି ବ୍ୟାଙ୍କ ଠକେଇ ହୋଇଥିଲା କେତେ ଟଙ୍କାର ଠକେଇ କରାଯାଇଥିଲା ଓ କେଉଁ ବିଲଡର କେତେ ଟଙ୍କାର ଠକେଇ କରିଛନ୍ତି । ତେବେ ରେଡ୍‌ ବେଳେ କିଛି ଟଙ୍କା ଏବଂ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି, ସେନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 18, 2023, 10:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.